ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୟୁରିକ ଏସିଡ ରେ ଶରୀରରେ ଛୋଟ ଛୋଟ ଗଣ୍ଠି ମାନଙ୍କରେ ବଥା ଆରମ୍ଭ ହୁଏ । ଅବହେଳା କଲେ ଏହା ହାଡ଼କୁ ପ୍ରଭାବିତ କରେ ଓ ଚିକିତ୍ସା ମୁସ୍କିଲ ହେବା ଆରମ୍ଭ କରେ । ଏହାକୁ ଚିକିତ୍ସା ନକଲେ ଏହା ଗଣ୍ଠି ବା ଜଏଣ୍ଟ କୁ ନଷ୍ଟ କରିଦିଏ, କିଡନୀରେ ପଥର ଓ କ୍ରୋନିକ କିଡନୀ ରୋଗ ସୃଷ୍ଟି ମଧ୍ୟ କରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରେ ଓ ହାଡ଼କୁ ନଷ୍ଟ କଲେ ପୁଣି ରିକୋଭରୀ କରିବା କଷ୍ଟ ହୋଇଯାଏ।ତେବେ ଏଲୋପାଥିରେ ଏହି ରୋଗ ପାଇଁ ଥିବା ଔଷଧ କିଡନୀ ଓ ଅନ୍ୟାନ୍ୟ ଅଙ୍ଗ ପାଇଁ ବହୁତ କ୍ଷତି କାରକ ହୋଇଥାଏ।
ଏଥିରେ ଆଣ୍ଠୁ, ଏଡି ଓ ଗୋଡ଼ ଆଙ୍ଗୁଳି ଆଦି ବଥା ହେବାର ବଡ଼ କାରଣ ୟୁରିକ ଏସିଡ ବଢିବା ପାଇଁ ହୋଇଥାଏ । ଏହି ରୋଗକୁ ଗଠିଆ ବା ଗାଉଟ ମଧ୍ୟ କହନ୍ତି।ତେବେ ସମୟ ଗଡେଇଲେ ଏହି ରୋଗ ଦୁଃସାଧ୍ୟ ହୋଇଯାଏ।ସାଧାରଣତ ୪୦ ବର୍ଷ ଉପରକୁ ଥିବା ଲୋକଙ୍କୁ ଏହି ରୋଗ ହୋଇଥାଏ ।
ଯଦି ଖାଇବା ପିଇବା ଓ ଜୀବନ ଶୈଳୀ ରେ ସାବଧାନତା ଅବଲମ୍ବନ ନ କରାଯାଏ ତେବେ କମ ବୟସ ରେ ମଧ୍ୟ ଏହି ରୋଗ ହୋଇପାରେ ।ଅଧିକାଂଶ ଲୋକଙ୍କୁ ଏହାର ଲକ୍ଷଣ ଆରମ୍ଭରେ ଜଣାପଡେ ନାହିଁ। ମୋଟା ଲୋକଙ୍କୁ ୟୁରିକ ଏସିଡ ବେଶୀ ହୋଇଥାଏ ତେଣୁ ନିଜର ଓଜନ ବଢିବାକୁ ଦିଅନ୍ତୁ ନାହିଁ । ଓଜନ କମେଇବା ପାଇଁ ଡାଏଟିଂ କରନ୍ତୁ ନାହିଁ, ବରଂ ଶୁଦ୍ଧ ଓ ଠିକ ସୁଷମ ଖାଦ୍ୟ ଖାଆନ୍ତୁ ।
ଏହି ରୋଗରେ ପ୍ରୋଟିନଯୁକ୍ତ ଖାଦ୍ୟ କମାଇବା ଉଚିତ।ତେବେ ଆପଣ ଏହାର ଉପଚାର ରେସେଓ ବା ଆପେଲରେ ମାଲିକ ଏସିଡ ଥାଏ, ଯାହା ରକ୍ତ ସହ ମିଶି ଆଲକାଲାଇନ କାର୍ବୋନେଟ ତିଆରି କରେ, ଏହା ରକ୍ତରେ ଜମିଥିବା ୟୁରିକ ଏସିଡର ପ୍ରଭାବକୁ ନଷ୍ଟ କରେ ଏବଂ ମୂତ୍ର ଦ୍ୱାରା ୟୁରିକ ଏସିଡକୁ ବାହାର କରିଦିଏ ।ଏହା ଫଳରେ ଆର୍ଥରାଇଟିସ, ଆଣ୍ଠୁଗଣ୍ଠି ଓ କିଡନୀ ରୋଗରେ ଫାଇଦା ମିଳେ।
ଏହା ଛଡା ଲେମ୍ବୁ ପାଣି ପିଅନ୍ତୁ ।ଏହା ଦେହକୁ ଡ଼ିଟାକ୍ସିଫାଏ କରିଥାଏ ଓ କ୍ରିଷ୍ଟାଲକୁ ମିଳାଇ ବାହାର କରିଥାଏ।ତେବେ ଏହା ସହ ଆପଣ ଗ୍ରୀନ ଟି ମଧ୍ୟ ପିଇ ପାରିବେ ଏହା ଆମ ୟୁରିକ ଏସିଡ କୁ ରୋକିବାରେ ସାହାର୍ଯ୍ୟ କରିଥାଏ। ଏହା ପିଇବା ଦ୍ୱାରା ୟୁରିକ ଏସିଡ ହୁଏ ବି ନାହିଁ।ତେବେ ଆପଣ ଆପେଲ ସିରପ ଭିନେଗର ମଧ୍ୟ ପିଇ ପାରିବେ।
ତେବେ ଏହାର ଦୁଇ ଚାମଚ ଯଦି ଆପଣ ପାଣି ରେ ମିଶାଇ ପିଇ ଦିଅନ୍ତି। ତେବେ ଏହା ମଧ୍ୟ ୟୁରିକ ଏସିଡ କୁ ରୋକିବାରେ ସାହାର୍ଯ୍ୟ କରିଥାଏ। ତେବେ ଏହା ସହ ଆପଣ ଯଦି ଦିନକୁ ଦୁଇ ତିନୋଟି କଦଳୀ ଖାଆନ୍ତି ତେବେ ମଧ୍ୟ ଏହା ୟୁରିକ ଏସିଡ କୁ ରୋକିବାରେ ଆପଣ ଙ୍କୁ ସାହାର୍ଯ୍ୟ କରିବ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।