ପୁଣି ବଡ଼ ଘୋଷଣା କଲେ ରାଜ୍ୟ ସରକାର ! ଏହି ମାନଙ୍କ ଖାତାକୁ ସିଧା ଯିବ 15 ହଜାର ଟଙ୍କା…

ପୁଣି ବଡ ଘୋଷଣା କରିଲେ ରାଜ୍ୟ ସରକାର ! ହିତାଧିକାରୀଙ୍କ ଖାତାକୁ ଯିବ 15 ହଜାର ! ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସମୟରେ ଲୋକ ମାନଙ୍କ ପାଇଁ ଅନେକ କିଛି ସୁବିଧା କରି ଆସିଛନ୍ତି । ତେବେ ପୁଣି ଥରେ ହିତାଧିକାରୀ ମାନଙ୍କ ପାଇଁ ନୂଆ ଯୋଜନା ରାଜ୍ୟ ସରକାର କରିଛନ୍ତି । ଯେତେବେଳେ ଏହି ଯୋଜନାର ଲାଭ ଉଠାଇପାରିବେ ହିତାଧିକାରୀ ସେମାନେ ବହୁତ ଉପକୃତ ହୋଇପାରିବେ । ତେବେ ହିତାଧିକାରୀ ମାନଙ୍କ ଖାତାକୁ ସିଧାସଳଖ 15 ହଜାର ଟଙ୍କା ଯିବାର ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ ରାଜ୍ୟ କ୍ଯାବିନେଟରେ ଏସଏହଜି ମହିଳାଙ୍କ ଗୃପ ପାଇଁ ଖୁସି ଖବର ଆସିଥିଲା। ସେମାନଙ୍କ ସହାୟତା ପାଇଁ ସେମାନଙ୍କୁ 3 ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲୋ ଘୋଷଣା କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ଘୋଷଣା ଶୁଣିବା ପରେ ଗୃପର ସମସ୍ତ ମହିଳା ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ । ମିଶନ ଶକ୍ତିରେ ଥିବା ମହିଳାଙ୍କ ପାଇଁ 3 ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଥିଲେ ।

ତେବେ ଏବେ ପୁଣି ନୂଆ ଏକ ଯୋଜନା ରାଜ୍ୟ ସରକାର ଘୋଷଣା କରିଛନ୍ତି । ହଷ୍ଟେଲ ମାନଙ୍କରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ସରକାର ଏହି ଘୋଷଣା କରିଛନ୍ତି । ଅନୁସୂଚିତ ଜାତି ତଥା ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗର କଲ୍ଯାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡିକରେ କାର୍ଯ୍ୟରତ ଥିବା ମହିଳା ମାନଙ୍କର ପାରିଶ୍ରମିକ 10 ହଜାର ଟଙ୍କାରୁ 15 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏଣେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କିଛି ଘୋଷଣା କରାଯାଇଅଛି । ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରୋନ ଦୁର୍ଘଟଣା ବଶତଃ ମୃତ୍ୟୁ ବରଣ କରିଥାଏ । ତେବେ ସେମାନଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହା ବ୍ୟତୀତ 60 ବର୍ଷରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ଏକାକାଳୀନ 1 ଲକ୍ଷ ଟଙ୍କା ଦିଆଯିବ । ଯାହାକି ରାଜ୍ୟ ସରକାରଙ୍କ ତରଫରୁ ଏଭଳି କିଛି ଘୋଷଣା କରାଯାଇଅଛି ।

ଏଥିପାଇଁ ବାର୍ଷିକ 15 କୋଟିରୁ ଅଧିକ ଟଙ୍କା ରାଜ୍ୟ ସରକାର ଖର୍ଚ କରିବେ । ତେବେ ଏଭଳି ଖବର ଶୁଣିବା ପରେ ହଷ୍ଟେଲର କାର୍ଯ୍ୟରତ ଥିବା ମହିଳା ମାନେ ଖୁସି ହୋଇଯାଇଛନ୍ତି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *