ଏହି ବିଶାଳ ମଇଁଷି ଦାମ୍ ୯ କୋଟି, ଭାରତରେ ୨୦ ଲକ୍ଷ ମଇଁଷିକୁ ଜନ୍ମ ଦେଇଛି ଯୁବରାଜ ! Yuvraj

ଓଡିଶାରେ ପହଞ୍ଚିଲା ବିଶ୍ଵର ସବୁଠାରୁ ବଡ ମଇଁଷି ! ହଁ ଆଜ୍ଞା ଓଡିଶାକୁ ଏକ ବିଶାଳ ମଇଁଷି ଆସିଛି । ଯାହାର ନାମ ହେଉଛି ଯୁବରାଜ । ଜିଏକି ବିଶ୍ଵର ସବୁଠାରୁ ବଡ ମଇଁଷି ବୋଲି କୁହାଯାଇଛି । ଏହି ମଇଁଷିର ଦାମ ରହିଛି 9 କୋଟି ଟଙ୍କା । ମଇଁଷିର ଦାମ ଶୁଣିଲେ ଯିଏ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛି । ତେବେ ଏହି ମଇଁଷି ଓଡିଶାରେ ପହଞ୍ଚିଲା ପରେ ଏହାକୁ ଦେଖିବା ପାଇଁ ଶହଶହ ଲୋକଙ୍କର ଭିଡ ଯମୁଛି । ମଇଁଷିକୁ ରାଜକୀୟ ଖାଇବା ଓ ରହିବାର ବ୍ୟବସ୍ଥା ମଧ୍ୟ କରି ଦିଆଯାଇଛି ।

ଗରମ ସମୟରେ ଥଣ୍ଡା ପବନ ବାହାରୁଥିବା ଉପକରଣର ଯୁବରାଜ ନାମକ ମଇଁଷି ପାଇଁ ବ୍ୟବସ୍ଥା ରଖାଯାଇଛି । ଶୀତ ଦିନରେ ମଧ୍ୟ ଥଣ୍ଡାରୁ ବଞ୍ଚିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାମାନ କରି ମଇଁଷିଟିକୁ ରଖାଯାଇଥାଏ । ଖାଇବାକୁ ବିଭିନ୍ନ ପ୍ରକାର ଘାସ, ଫଳ ଓ ପନିପରିବା ଆଦିର ସୁବିଧା କରି ଦିଆଯାଉଛି । ଏଥିସହ ମଇଁଷିର ଚରମକୁ ସୁନ୍ଦର ଓ ଚିକ୍କଣ କରିବା ପାଇଁ ତାହା ଦେହରେ ତେଲ ବି ମାଲିସ କରାଯାଉଛି ।

ଏହି ବିଶାଳ ମଇଁଷିଟିକୁ ଲୋକମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିଲେ । ହେଲେ ଏହି କିଛି ଦିନ ଭିତରେ ଓଡିଶା ଆସି ପହଞ୍ଚି ଯାଇଛି ଯୁବରାଜ । ଯାହାକୁ ଦେଖିବା ପାଇଁ ଲୋକମାନେ ଗହଳୀ ଜମାଉଛନ୍ତି । ଭୁବନେଶ୍ବରର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ମତ୍ସ୍ୟ ପ୍ରାଣୀ ସମାବେଶକୁ ବୁଲିବାକୁ ଆସିଥିବା ଲୋକମାନଙ୍କର ଆକର୍ଷଣର କେନ୍ଦ୍ର ସାଜିଛି ଯୁବରାଜ ନାମକ ଏହି ମଇଁଷି ।

ମଇଁଷିଟି ହରିୟଣାର କୁରୁକ୍ଷେତ୍ର ଜିଲ୍ଲା ହାତୀୟାନରୁ ଆସିଅଛି । ଯୁବରାଜର ଉଚ୍ଚତା ହେଉଛି 5 ଫୁଟ 8 ଇଞ୍ଚ ଓ ଓଜନ ହେଉଛି 1500 କେଜି । ସେ 20 ଲିଟର କ୍ଷୀର ପିଇବା ସହ 12 କେଜି ପାରିବା ଦିନକୁ ଖାଇଯାଉଛି । ପ୍ରତିଦିନ ଏହି ମଇଁଷି ପିଛା 6 ରୁ 8 ହଜାର ଟଙ୍କା ଖର୍ଚ କରାଯାଉଛି । ଏହି ମଇଁଷିର ସିମୋନ ବିକ୍ରି କରି ତାହାର ମାଲିକ ମଧ୍ୟ କୋଟି କୋଟି ଟଙ୍କା ଇନକମ କରୁଛନ୍ତି । ଭାରତରେ 20 ଲକ୍ଷ ପାଖାପାଖି ମଇଁଷିକୁ ଜନ୍ମ ଦେଇଛି ଯୁବରାଜ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହି ଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *