ପ୍ରେମିକ ସହ ମିଶି Anjan ଜୀବନ ନେଇଥିବା ପ୍ରେମିକା Niharikaଙ୍କୁ ବାନ୍ଧି ବ ପୋଲିସ !

ପ୍ରେମିକା ନିହାରିକାଙ୍କୁ ବାନ୍ଧିବ ପୋଲିସ ! ଖବର ମୁତାବିକ ନୂଆ ପ୍ରେମିକ ସହ ଘରୁ ଫେରାର ହେବା । ଆଉ ଫେରାର ହେବା ପୂର୍ବରୁ ଜଣଙ୍କର ଜୀବନ ନେଇଯିବା । ତେବେ ଏଭଳି କିଛି କଥା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିହାରିକା ନାମକ ଜଣେ ଛାତ୍ରୀ ରାତି 2 ଟା ରୁ ଉଠି ଘରୁ ପଳାଇ ଆସି ଫୋନରେ ମେସେଜ କରି ଜଣାଇଥିଲା । ଯେ ଦିଦି ମୁଁ ମୋ ବୟଫ୍ରେଣ୍ଡ ସହ ପଳାଇ ଆସିଛି । ମୁଁ ତାଙ୍କ ସହ ଖୁସିରେ ଅଛି । ତେଣୁ ତୁମେ ମାନେ ମୋ ପାଇଁ ବ୍ୟସ୍ତ ହେବ ନାହିଁ ।

ତେବେ ଏତିକି ମେସେଜ କରି ନିହାରିକା ନିଜର ନୂଆ ପ୍ରେମିକ କାହ୍ନା ସହ ଫେରାର ହୋଇଯାଇଥିଲା । ତାପରେ ଏମିତି କିଛି ରାତି ଅଧରେ ଘଟିଯାଇଥିଲା । ଯେ ଜଣଙ୍କର ଜୀବନ ମଧ୍ୟ ସେଠାରେ ଚାଲିଯାଇଥିଲା । ସକାଳୁ ଉଠିଲା ବେଳକୁ ଘର ଦାଣ୍ଡରେ ପୋଲିସ ଠାରୁ ଆରମ୍ଭ କରି ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ତେବେ ଗତ 2 ବର୍ଷ ଧରି ନିହାରିକା ନିଜ ମାଆଙ୍କ ପାଖରୁ ଆସି ନିଜ ପିଉସୀ ଘରେ ରହୁଥିଲେ ।

ତେବେ ଝିଅ ନିହାରିକା କଣ କରୁଛି କଣ ନହିଁ ପିଉସୀ ଘର ଲୋକ କିନ୍ତୁ କିଛି ଭଲ ଭାବେ ଜାଣିନଥିଲେ । ହେଲେ ନିହାରିକା କଲେଜ ଯିବା ବାହାନାରେ ପାର୍କରେ ପୁଅଙ୍କ ସହ ମିଳାମିଶା କରୁଛି ବୋଲି ଘର ପାଖ ଲୋକ ଟାହିଟାପରା କରୁଥିଲେ । ହେଲେ ନିହାରିକା କଲେଜ ଯାଇ ନିଜର ଏକ ଭଲ କ୍ଯାରିଅର ଗଢିବା ବଦଳରେ ନିଜ କ୍ଯାରିଅରକୁ ବରବାଦ କରିଦେଇଛନ୍ତି ।

କାରଣ ନିଜ ନୂଆ ପ୍ରେମିକ ସହ ଫେରାର ହେବା ବେଳେ ପୁରୁଣା ପ୍ରେମିକ ଓ ତା’ ର ସାଙ୍ଗ ସହ କଣ ଏମିତି କଥା ହେଉ ହେଉ ନୂଆ ପ୍ରେମିକ ଜଣଙ୍କ ସାଙ୍ଗ ଅଞ୍ଜନଙ୍କ ଜୀବନ ନେଇଯାଇଥିଲା । ଯାହାକୁ ନେଇ ସବୁଆଡେ ଚର୍ଚା ଉଠିଥିଲା । ତେବେ ବର୍ତ୍ତମାନ ସମୟରେ ନିହାରିକା ନିଜର ନୂଆ ପ୍ରେମିକ କାହ୍ନା ସହ ଫେରାର ଅଛି । ଏପଟେ ପୋଲିସ ଘଟଣା ଉପରେ ଛାନଭିନ କରି ନିଜର ତଦନ୍ତ ଚଳାଇଛି । ତେବେ ନିହାରିକା ଓ କାହ୍ନାକୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଖବରର ଅପଡେଟ ପାଇଁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *