ଗୋଟେ ଝିଅ ମେଣ୍ଟେନ କରିବାକୁ 50,000ଟଙ୍କା ଦରକାର, ଗୋଟେ ପୁଅ କେମିତି ଏତେ ଟଙ୍କା ଆଣିବ ,ସେଥିପାଇଁ 4ଟା ବଏଫ୍ରେଣ୍ଡ…

4 ଟା ବୟଫ୍ରେଣ୍ଡ ନକଲେ ରାଜଧାନୀରେ ଚଳିବେ କେମିତି ? ଏଭଳି କିଛି ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବି ବୌମକେଶ ତ୍ରିପାଠୀ । ତେବେ ତାଙ୍କ କହିବା ଆଧାରରେ ନିକଟ ଅତୀତରେ ରାଜଧାନୀରେ ଯେଉଁ ଘଟଣା ଘଟିଗଲା । ପ୍ରେମ ମାମଲାକୁ ଆଧାର କରି ଗୋଟେ ପୁଅର ଜୀବନ ଚାଲିଗଲା । ତେବେ ସେ ଝିଅକୁ ଧନ୍ୟବାଦ ଦେବା କଥା । କାରଣ ସେ ଝିଅର ତ ମାତ୍ର 2 ଟି ବୟଫ୍ରେଣ୍ଡ ଅଛନ୍ତି । ରାଜଧାନୀର ତ ଅନେକ ଝିଅ ନିଜର ମେଣ୍ଟେନାନ୍ସ ପାଇଁ 4 ଟା ବୟଫ୍ରେଣ୍ଡ ରଖୁଛନ୍ତି ।

ଅନେକ ଝିଅ ନିଜର ଚଳିବା ପାଇଁ ପୁଅ ମାନଙ୍କୁ ପ୍ରେମ ବାହାନାରେ ବ୍ୟବହାର କରୁଛନ୍ତି । ହେଲେ ପୁଅ ମାନେ ସେ କଥାକୁ ବୁଝି ନପାରି ପ୍ରେମ ମାୟା ଜାଲରେ ଫସି ଯାଉଛନ୍ତି । ଖାସ୍ କରି ଭୁବନେଶ୍ବରର ଝିଅ ମାନେ ନିଜକୁ ସୁନ୍ଦର କରିବା ପାଇଁ ତାଙ୍କର ଡ୍ରେସ ଠାରୁ ଆରମ୍ଭ କରି ମେକଅପ ପର୍ଯ୍ୟନ୍ତ ସବୁ ଖର୍ଚ ମିଶିକି 50,000 ଟଙ୍କା ଭଳି ଦରକାର ପଡୁଛି । ଯଦି ସେମିତିକା ଝିଅ ଗୋଟେ ପୁଅକୁ ବୟଫ୍ରେଣ୍ଡ କରିବ ।

ତେବେ ସେ ପୁଅ ଝିଅର ଚଳିବା ପାଇଁ ଏତେ ଟଙ୍କା କେଉଁଠାରୁ ଆଣିବ । ତେଣୁ ଝିଅ ମାନେ ଗୋଟେ ଜାଗାରେ 4, 5 ଟା ବୟଫ୍ରେଣ୍ଡ କରି ଚଳୁଛନ୍ତି । ଏ କଥା ଆଜିକାଲିର ଟ୍ରେଣ୍ଡ ହୋଇଗଲାଣି କହିଲେ ଚଳେ । ଖାଲି ଝିଅ ମାନେ କାହିଁକି ? ମହିଳା ମାନେ ବି ନିଜର ରହିବା, ଚଳିବା ଖର୍ଚ ପାଇଁ ପୁଅ ମାନଙ୍କୁ ୟୁଜ କରୁଛନ୍ତି । ତେବେ ଅଳ୍ପ ବୟସର ଯୁବକ, ଯୁବତୀ ମାନେ ଠିକ ଭାବେ ସଂସ୍କାର ଓ ଶିକ୍ଷା ଅଭାବରୁ ଏମିତି ଭୁଲ ବାଟକୁ ଚାଲିଯାଉଛନ୍ତି ।

ପୁଅ ମାନେ ଝିଅ ମାନଙ୍କୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇ ତାଙ୍କୁ ଭଲ ପାଇଯାଉଛନ୍ତି । ଭଲ ପାଇଲା ପରେ ରିଲେସନରେ ରହିବା ପର୍ଯ୍ୟନ୍ତ ସବୁ ଠିକ ଅଛି । ଯେତେବେଳେ କୌଣସି କାରଣରୁ ସେମାନଙ୍କ ଭିତରେ କିଛି ଅସୁବିଧା ହେଉଛି । ସେତେବେଳେ ଝିଅ ତା’ ର ବାଟ ବଦଳାଇ ଦେଉଛି । ହେଲେ ପୁଅ ମାନେ ଚାହିଁକି ବି ଆଉ କିଛି କରିପାରୁନାହାନ୍ତି । ତାଙ୍କ କଥା ଯାହାକୁ କହିଲେ ବି ସେମାନେ ଶୁଣିବେ ନାହିଁ । ହେଲେ ଯଦି ଝିଅ ମାନଙ୍କ ଉପରେ ଟିକେ ଆଞ୍ଚ ଆସେ ସେଠାରେ ସମସ୍ତେ ପହଞ୍ଚି ଯାଉଛନ୍ତି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *