ଯେଉଁ ଦୋକାନରୁ କିଣିଥିଲେ, ସେହି ଦୋକାନ ସାମ୍‌ନାରେ ଫ୍ରିଜ୍‌କୁ ନେଇ ନିଆଁ ଲଗାଇଦେଲେ…

ମୋ ଫ୍ରିଜ ସଜାଡିଲେନି ସିଧା ଦୋକାନ ଆଗରେ ଜାଳିଦେଲି । ଜଣେ ଗ୍ରାହକ ଯେଉଁ ଦୋକାନରୁ ଫ୍ରିଜ କିଣିଥିଲେ । ସେହି ଦୋକାନ ସାମ୍ନାରେ ହିଁ ଫ୍ରିଜଟିକୁ ଜଳାଇ ଦେଲେ । ତେବେ ବାଲେଶ୍ଵର ସହରର ଫକୀରମୋହନ ଗୋଲେଇ ଛକ ନିକଟରେ ଥିବା ପାତ୍ର ଇଲୋକଟ୍ରୋନିକ ଦୋକାନ ସାମ୍ନାରେ ଫ୍ରିଜଟି ହୁତୁହୁତୁ ହୋଇ ଜଳିଯାଉଛି । ଯେଉଁ ଗ୍ରାହକ ଏହି ଦୋକାନରୁ ନିଜେ କିଣି ନିଜ ଘରକୁ ନେଇଯାଇଥିଲେ । ସେହି ଗ୍ରାହକ ନିଜେ ଆଣି ସେହି ଦୋକାନ ସାମ୍ନାରେ ଫ୍ରିଜଟିକୁ ଜାଲି ଦେଇଛନ୍ତି ।

ଖବର ମୁତାବିକ ଗ୍ରାହକ ଜଣଙ୍କ କହିଛନ୍ତି । ଯେ ସେ ପାତ୍ର ଇଲୋକଟ୍ରୋନିକରୁ ଏକ ଫ୍ରିଜ 23,500 ଟଙ୍କା ଦେଇ କିଣିକି ନେଇଥିଲେ । ଏହି ଫ୍ରିଜ ଉପରେ 5 ବର୍ଷର ୱାରେଣ୍ଟି ମଧ୍ୟ ଥିଲା । ହେଲେ ଫ୍ରିଜ କିଣିବାର ବର୍ଷେ ନପୁରୁଣୁ ଫ୍ରିଜର କମ୍ପ୍ରେସର ଖରାପ ହୋଇଯାଇଥିଲା । ତାପରେ ଏହି ଅଭିଯୋଗ ଦେଲା ପରେ ମେକାନିକ ଯାଇ ଫ୍ରିଜର ମରାମତି କରିଥିଲେ । ହେଲେ ମରାମତି ବାବଦକୁ ସେମାନେ 2300 ଟଙ୍କା ନେଇଥିଲେ ।

ତାପରକୁ ଦିତୀୟ ବର୍ଷ ଫ୍ରିଜଟି ପୁଣି ଥରେ ଖରାପ ହେଲା । ହେଲେ ଫ୍ରିଜକୁ ସଜାଡିବାକୁ ସର୍ଭିସ ସେଣ୍ଟରର ମେକାନିକ ମାନେ 3000 ଟଙ୍କା ଟଙ୍କା ଦାବୀ କରିଥିଲେ । ତେବେ ଟଙ୍କା ଦେଇ ନିଜର ଫ୍ରିଜ ମରାମତି ହୋଇଯାଉ ବୋଲି ଗ୍ରାହକ ଜଣଙ୍କ ରାଜି ମଧ୍ୟ ହୋଇଯାଇଥିଲେ । ହେଲେ 7 ଦିନ ସମୟ ନେଇ 28 ଦିନ ହୋଇଯାଇଥିଲେ ମଧ୍ୟ ଫ୍ରିଜକୁ ଆସି ସର୍ଭିସ ସେଣ୍ଟରର ମେକାନିକ ମାନେ ସଜାଡି ନଥିଲେ ।

ତାପରେ 28 ଦିନ ପରେ ମେକାନିକ ମାନେ ତାଙ୍କ ଘରକୁ ଯାଇ ଫ୍ରିଜକୁ ସଜାଡି ଦେଇ ଆସିବେ ବୋଲି କହିଥିଲେ । ହେଲେ ଏତେ ଦିନ ବିତିଯାଇଥିବାରୁ ଗ୍ରାହକ ଜଣଙ୍କ ବହୁତ ଏଥିପାଇଁ ଅସନ୍ତୁଷ୍ଠ ଥିଲେ । ତାପରେ ଆଉ ମୋର ଫ୍ରିଜର ମରାମତି ଦରକାର ନାହିଁ ବୋଲି କହିଥିଲେ । ଯଦି ମଧ୍ୟ ସେହି ଫ୍ରିଜକୁ ସଜାଡିବେ । ତେବେ ଏଥିପାଇଁ କୌଣସି ଟଙ୍କା ଆଉ ମେକାନିକ ମାନଙ୍କୁ ଦେବେ ନାହିଁ ବୋଲି କହିଥିଲେ ।

ତେବେ ୱାରେଣ୍ଟି ପିରିଅଡ ତାହାଇ ବି ସର୍ଭିସ ସେଣ୍ଟରର ମେକାନିକ ମାନେ ମାଗଣାରେ ଫ୍ରିଜ ସଜାଡିବାକୁ ମନା କରିଦେଇଥିଲେ । ଯାହା ଫଳରେ ଗ୍ରାହକ ଜଣଙ୍କ ରାଗି ଯାଇ ଫ୍ରିଜକୁ ଆଣି ସେହି ଦୋକାନ ସାମ୍ନାରେ ଜଳାଇ ଦେଇଥିଲେ । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *