ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ପ୍ରତ୍ଯେକ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ମିଳିବ Smart Phone, ଦେଖନ୍ତୁ କେବେ ଓ କିପରି ?

ବନ୍ଧୁଗଣ ଆମ ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ତେବେ ଓଡିଶାର ମହିଳା ମାନେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଯୋଗ ମଧ୍ୟ ଦେଉଛନ୍ତି । ତେବେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ମିସନ ଶକ୍ତିରେ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଆର୍ଥିକ ପ୍ଯାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପଞ୍ଚାୟତ ସ୍ତରରେ କାମ କରୁଥିବା ୫୦ ହଜାର ମିସନ ଶକ୍ତି ଗୋଷ୍ଠୀ କର୍ମଚାରୀ ମାନଙ୍କୁ ପୋଷାକ ଭତ୍ତା, ସ୍ମାର୍ଟ ଫୋନ ଏବଂ ଗସ୍ତ ଖର୍ଚ୍ଚ ଦିଆଯିବ । ଏହି ଘୋଷଣାଟି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କରିଛନ୍ତି । ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ମିଳିବ । ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆ ଯିବ । ଏହା ସହିତ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ କିଣିବା ପାଇଁ ଏକ କାଳୀନ ୫୦୦୦ ଟଙ୍କା ଦିଆ ଯିବ ।

ସବୁ ସିଆରପି ସିଏମକୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ । ସବୁ ସିଆରପି ସିଏମ ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ । ଟେଲିଫୋନ ଭତ୍ତା ବାବଦରେ ସିଆରପି ସିଏମ ମାନଙ୍କୁ ମାସିକ ୫୦ ଟଙ୍କା ଦିଆଯିବ ଯାହାପରେ ଏହା ବୃଦ୍ଧି ପାଇଁ ୨୫୦ ଟଙ୍କାରେ ପହଞ୍ଚିବ ।

ଏହି ପ୍ଯାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବନ୍ଧୁଗଣ ଏହି ଖବରଟି ମିସନ ଶକ୍ତି ଗୋଷ୍ଠୀ କର୍ମଚାରୀ ମାନଙ୍କ ପାଇଁ ଏକ ଖୁସିର ଖବର । ସୋସିଆଲ ମିଡିଆରେ ଏହି ଖବରଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସାରା ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ଯାକେଜକୁ ନେଇ ଚର୍ଚା ଯୋର ସୋର ଧରିଛି ।

ସମସ୍ତ ଲୋକ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ଯାକେଜ ବିଷୟରେ ଜାଣି ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *