ସକାଳୁ ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ନିଶ୍ଚୟ ଜାଣି ରଖନ୍ତୁ ଏହି 5 ଟି କଥା (Health Tips)

ନମସ୍କାର ବନ୍ଧୁଗଣ ତେବେ ସକାଳେ ବାସି ମୁହଁରେ ପାଣି ପିଇଲେ କଣ ଲାଭ ହୋଇଥାଏ, ଆସନ୍ତୁ ଆଜି ଏହି ମହତ୍ତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିବା । ପାଣି ଆମ ଜୀବନ ପାଇଁ ବୋହୁତ ଆବଶ୍ୟକ ଅଟେ କିନ୍ତୁ କଣ ଆପଣଙ୍କୁ ଏହା ଜଣାଅଛି ଯେ ପ୍ରତିଦିନ ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ଵାରା ଆମ ମୁହଁରେ ଯେଉଁ ଲାଳଥାଏ ତାହା ବୋହୁତ ପ୍ରକାର ରୋଗରୁ ବଞ୍ଚାଇଥାଏ । ଲାଳ ମୁହଁରେ ତିଆରି ହେଉଥିବା ଏକ ଏପରି ତରଳ ପଦାର୍ଥ ଅଟେ ଯାହା ଅଣ୍ଟିସେପ୍ଟିକ୍ ଭଳି କାମ କରିଥାଏ ଓ ଆମକୁ ବୋହୁତ ପ୍ରକାର ରୋଗରୁ ବଞ୍ଚାଇଥାଏ ।


ତେବେ ପାଣି ପିଇବା ଦ୍ଵାରା ଶରୀରର ବୋହୁତ ପ୍ରକାର ରୋଗ ଦୂର ହୋଇଯାଇଥା । ପାଣି ଆମକୁ ଚର୍ମ ରୋଗରୁ ମଧ୍ୟ ରକ୍ଷା କରିଥାଏ ଏବଂ ଆମକୁ ସୁସ୍ଥ ଏବଂ ନିରୋଗ ରଖିଥାଏ । ତେବେ ଯଦି ସକାଳେ ବାସି ମୁହଁରେ ପାଣି ପିଇଲେ ଏହାର ଲାଭ ଜାଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଆସନ୍ତୁ ଜାଣିବା ପାଣିକୁ କେଉଁ ସମୟରେ ଓ କେତେ ମାତ୍ରାରେ ପିଇବା ଉଚିତ୍ କାହିଁକି ନା ପାଣି ପିଇବାର ଠିକ୍ ଉପାୟ ଆପଣଙ୍କୁ ସୁସ୍ଥ ଏବଂ ନିରୋଗ ରଖିଥାଏ ।

ତେବେ ସକାଳୁ ବାସି ମୁହଁରେ ୨ଗ୍ଲାସ୍ ପାଣି ପିଇବା ଦ୍ଵାରା ଶରୀରର ଭିତର ଭାଗରେ ଥିବା ଅଙ୍ଗ ଅଧିକ ଆକ୍ଟିଭ୍ ରହିଥାଏ ଓ ମୁହଁରେ ଗ୍ଲୋ ଦେଖାଯାଇଥାଏ । ତାହା ସହିତ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀର ଭିତରେ ଯେଉଁ ମଇଳା ଥାଏ ତାହା ସଫା ହୋଇଯାଇଥାଏ ଓ ଆମ ଶରୀର ସୁସ୍ଥ ରହିଥାଏ ।


ଏହା ସହ ଶୋଇବା ପୁର୍ବରୁ ପାଣି ପିଇବା ଦ୍ଵାରା ହାର୍ଟ ଜନିତ ରୋଗ ଆମଠାରୁ ଦୂରରେ ରହିଥାଏ । ଶୋଇବା ପୁର୍ବରୁ ପାଣି ପିଇବା ଦ୍ଵାରା ଓଠ ସର୍ବଦା ନରମ ରହିଥାଏ ଓ ହାର୍ଟ ଆର୍ଟକରୁ ମଧ୍ୟ ବଞ୍ଚାଇଥାଏ । ତେବେ ସେହିପରି ଗାଧୋଇବା ପୂର୍ବରୁ ଯଦି ଆପଣ ୧ ଗ୍ଲାସ୍ ପାଣି ପିଇଥାନ୍ତି ତେବେ ଏହାଦ୍ବାରା ଆପଣଙ୍କ ହାଇବ୍ଲଡ୍ ପ୍ରେସର୍ କମ୍ ରହିଥାଏ । ଯେଉଁମାନଙ୍କର ହାଇବ୍ଲଡ୍ ପ୍ରେସର୍ ସମସ୍ୟା ଅଛି ସେମାନେ ଗାଧୋଇବା ପୂର୍ବରୁ କିଛି ପାଣି ନିଶ୍ଚିତ ଭାବରେ ପିଅନ୍ତୁ ।

ସନ୍ଧ୍ୟା ସମୟରେ ଭୋଜନ ପୂର୍ବରୁ ଯଦି ଆପଣ ୧ ଗ୍ଲାସ୍ ପାଣି ପିଅନ୍ତି ତେବେ ଏହା ଦ୍ବାରା ପେଟ ପୂର୍ଣ୍ଣ ରହିଥାଏ ଓ ଅଧିକ ଜଳଖିଆ ଆପଣ ଖାଇ ପାରିନଥାନ୍ତି, ଏହାଦ୍ବାରା ଆପଣ ଆପଣଙ୍କ ଶରୀରରେ ହେଉଥିବା ମୋଟାପଣରୁ ବଞ୍ଚି ଯାଇଥାନ୍ତି । ତେବେ ଯଦି ଆପଣ ଘରେ କିମ୍ବା ଅଫିସରେ କୌଣସି ଟେନସନ୍ ରେ ଅଛନ୍ତି ତେବେ ଆପଣ ୧ ଗ୍ଲାସ୍ ପାଣି ନିଶ୍ଚିତ ଭାବରେ ପିଅନ୍ତୁ ଏହାଦ୍ବାରା ଆପଣଙ୍କ ମୁଣ୍ଡ ଶାନ୍ତ ରହିଥାଏ ଓ ଆପଣଙ୍କ ମୁଣ୍ଡର ଟେନସନ୍ ବି କମ୍ ହୋଇଥାଏ ।


ପାଣି ପିଇବାର ଏହି ନିୟମକୁ ଯଦି ଆପଣ ବି ପାଳନ କରନ୍ତି ତେବେ ଏହାଦ୍ବାରା ହେବାକୁ ଥିବା ଫାଇଦା ଆପଣଙ୍କୁ ବି ମିଳି ଯାଇଥାଏ । ଏହାଦ୍ବାରା ଆପଣ ବି ଆପଣଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ନିଜକୁ ଦୂରେଇ ରଖି ପାରିବେ । ଦିନକୁ ୪ ରୁ ୫ ଲିଟର ପାଣି ପିଇବା ନିହାତି ଦରକାର ଏବଂ ଖାଇବାର ୪୫ ମିନିଟ୍ ପୂର୍ବରୁ ଏବଂ ଖାଇବାର ୪୫ ମିନିଟ୍ ପରେ ଯଦି ଆପଣ ପାଣି ପିଅନ୍ତି ତେବେ ଆପଣ ସର୍ବଦା ନିରୋଗ ରହିଥାନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *