କିଏ ଏହି ବାବା…? ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ Narendra Modi ଙ୍କ ପାଖେ ପାଖେ କାହିଁକି ଅଛନ୍ତି ଜାଣନ୍ତୁ…

ମୋଦୀଙ୍କ ନାମାଙ୍କନରେ ଏ ପଣ୍ଡିତ କିଏ ? 2024 ନିର୍ବାଚନର ଶେଷ ପର୍ଯ୍ୟାୟରେ ଜୁନ 1 ତାରିଖରେ ଉତ୍ତରପ୍ରଦେଶର ବାରଣାସୀରେ ମତଦାନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସେଠାରୁ ନିର୍ବାଚନ ଲଢିବାକୁ ଯାଉଛି । ଏଥିପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା 7 ତାରିଖରୁ ଆରମ୍ଭ ହୋଇଥିଲା । ତେବେ ମେ 14 ତାରିଖରେ ବିଦ୍ଧିବଦ୍ଧ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ନାମାଙ୍କନ ଦାଖଲ କରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ 12 ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ବିଶିଷ୍ଠ ଲୋକମାନେ ମଧ୍ୟ ରହିଥିଲେ । ତେବେ ମୋଦୀଙ୍କର ନାମାଙ୍କନ ବେଳେ ତାଙ୍କ ନାମାଙ୍କନ ସମୟରେ ଏବେ ଜଣଙ୍କୁ ନେଇ ବହୁତ ଚର୍ଚା ଲାଗି ରହୁଛି । ତେବେ ନାମାଙ୍କନ ଦାଖଲ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ବସିଥିବା ଜଣେ ପଣ୍ଡିତ ମହାଶୟ । ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଏହି ପଣ୍ଡିତ ମହାଶୟଙ୍କୁ ମୋଦୀ ନିଜ ସାଙ୍ଗରେ ନେଇକି ଯାଇଥିଲେ ।

ତେବେ ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ପାଖରେ ରହିଥିବା ଏହି ବାବା ଜଣଙ୍କ କିଏ ଅଟନ୍ତି ? ନିଜର ନାମାଙ୍କନ ପାଇଁ ଯେଉଁ 4 ଜଣଙ୍କୁ ମୋଦୀ ପ୍ରସ୍ତାବକ ଭାବେ ବାଛିଥିଲେ । ସେଥିମଧ୍ୟରୁ ପ୍ରଥମ ପ୍ରସ୍ତାବକ ଜଣଙ୍କ ହେଉଛନ୍ତି ପ୍ରକ୍ଷାତ ଜ୍ଯୋତିଷ ଆଚାର୍ଯ୍ୟ ପଣ୍ଡିତ ଗଣେଶ୍ଵର ଶାସ୍ତ୍ରୀ ଦ୍ରାବିଡ । ସେ ହେଉଛନ୍ତି ଜଣେ ବହୁତ ବଡ ଜ୍ଯୋତିଷ । ଯାହାଙ୍କର ବେଦ ବେଦାନ୍ତ ବହୁତ ପାଣ୍ଡିତ୍ଯ ରହିଅଛି । ଅଜୋଧ୍ୟାରେ ପ୍ରଭୁ ରାମଙ୍କର ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ମୁହୂର୍ତ୍ତ ପଣ୍ଡିତ ଗଣେଶ୍ଵର ଶାସ୍ତ୍ରୀ ବାହାର କରିଥିଲେ ।

ତାଙ୍କ ଦ୍ଵାରା ନିର୍ଦ୍ଧାରିତ ମାହେନ୍ଦ୍ର ବେଳାରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ସମ୍ପର୍ଣ୍ଣ କରାଯାଇଥିଲା । ପୁରା ପ୍ରାଣ ପ୍ରତିଷ୍ଠା ମହୋତ୍ସବର ସଂଯୋଜକ ଭାବେ ଦାୟିତ୍ଵ ଏହି ବିଦ୍ୟାନ ପଣ୍ଡିତ ତୁଲାଇ ଥିଲେ । ତାଙ୍କର ପ୍ରତ୍ଯେକ୍ଷ ତତ୍ଵାବଧାନ ଏବଂ ଦିଗଦର୍ଶନ ଅନୁସାରେ ଏତେ ବଡ ଶୁଭ କାର୍ଯ୍ୟ ବିନା ବାଧାବିଘ୍ନରେ ସମ୍ପର୍ଣ୍ଣ ହୋଇପାରିଥିଲା । ଏହି ପଣ୍ଡିତ ଜଣଙ୍କ ହେଉଛନ୍ତି ଜଣେ ଦକ୍ଷିଣ ଭାରତୀୟ । ହେଲେ ବହୁ ବର୍ଷ ଧରି ସେ ନିଜ ପରିବାର ସହ କାଶୀରେ ରହୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ନାମାଙ୍କନ ଭରୁଥିଲେ । ସେତେବେଳେ ତାଙ୍କ ପାଖେ ପାଖେ ରହି ତାଙ୍କର ଦିଗଦର୍ଶକ ସାଜିଥିଲେ ଏହି ବିଦ୍ଵାନ ପଣ୍ଡିତ ଗଣେଶ୍ଵର ଶାସ୍ତ୍ରୀ। ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *