ବିଜେଡି କର୍ମୀ ମାନଙ୍କୁ ଆକ୍ରମଣ ପାଇଁ ସାହାସ ଦେଉଛନ୍ତି Pradeep Panigrahi: Sasmit Patra, ବିଜେଡି ମୁଖପାତ୍ର

ଆକ୍ରମଣ ପାଇଁ ସାହସ ଦେଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ହଁ ଆଜ୍ଞା ଏଭଳି କିଛି ଅଭିଯୋଗ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର ବିଜେପି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଆଣିଛନ୍ତି । ତେବେ ସସ୍ମିତ ପାତ୍ରଙ୍କ ଅଭିଯୋଗ ଆଧାରରେ ଗଞ୍ଜାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ଯେଉଁମାନେ ନେତା ଓ କର୍ମୀ ଅଛନ୍ତି । ସେମାନେ ବିଜୁ ଜନତା ଦଳ ଉପରେ ଆକ୍ରମଣ କରିଛନ୍ତି ।

ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଳାନ୍ତରା ଠାରେ ବିଜେପିର ଯିଏ ବିଧାୟକ ପ୍ରାର୍ଥୀ ବିଭୁତି ଜେନା ଓ ତାଙ୍କ ସହ ତାଙ୍କର ସମର୍ଥକ ମାନେ ବିଜେଡିର କର୍ମୀ ମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଛନ୍ତି । ତାଙ୍କ ଠାରୁ ସୁନା ଚେନ, ମୁଦି ଛଡାଇ ନେବା ସହ ବିଭୁତି ଜେନା ତାଙ୍କ କର୍ମୀ ମାନଙ୍କୁ ବିଜେଡିର କର୍ମୀ ମାନଙ୍କୁ ମାରିବା ପାଇଁ ମଧ୍ୟ କହିଛନ୍ତି । ବିଜେଡିର କେ ସନ୍ତୋଷ ଦାସ, କେଦାର ବେହେରା ଓ ଭିକି ବେହେରା ଏହି 3 ଜଣ ବହୁତ ଗୁରୁତର ଅବସ୍ଥାରେ ଅଛନ୍ତି ।

ପ୍ରତିବର୍ଷ ନିର୍ବାଚନ ଆସିଲା ମାତ୍ରେ ବିଜେପିର ନେତା ଓ କର୍ମୀ ମାନେ ରକ୍ତମୁଖା ହୋଇ ବିଜେଡିର ଲୋକଙ୍କୁ ଆକ୍ରମଣ କରନ୍ତି ବୋଲି ଏ ସବୁ ସମ୍ପର୍କରେ ଆମେ ମାନେ ବାରମ୍ବାର ଇଲେକ୍ସନ କମିଶନଙ୍କୁ ଜଣାଇଛୁ । ଏବେ ପ୍ରଥମ ପର୍ଯ୍ୟାୟର ଯେତେବେଳେ ଭୋଟଦାନ ଚାଲିଛି । ସେତେବେଳେ ବିଜେପିର ପ୍ରାର୍ଥୀ ବିଭୁତି ଜେନା ଓ ତାଙ୍କ ସହଯୋଗୀ କର୍ମୀ ମାନେ ବିଜେଡିର କର୍ମୀ ମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଏଥିପାଇଁ ଆମେ ବିଜେପି ଲୋକଙ୍କ ଉପରେ ଅଭିଯୋଗ ଆଣିଛୁ ।

ଆମେ ଆଶା କରୁଛୁ । ଇଲେକ୍ସନ କମିଶନ ଏହା ଉପରେ ତୁରନ୍ତ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ ଯଥାଶୀଘ୍ର କରିବ । ତେବେ ବିଭୁତି ଜେନା ଏ ସବୁ ସାହସ କେଉଁଠାରୁ ପାଉଛନ୍ତି ତାହା ମଧ୍ୟ ଗଣ ମାଧ୍ୟମ ସାମ୍ନା ରେ ଖୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରୁ ବିଭୁତି ଜେନା ଏ ସବୁ ଆକ୍ରମଣ ତଥା ହିଂସାମୂଳକ କାର୍ଯ୍ୟ କରିବାକୁ ସାହସ ପାଉଛନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ହିଂସାନୀତି ରେ ଭରିରହିଥିବା ନେତାଙ୍କ ହାତ ବାରିସି ହୋଇ ବିଭୁତି ଜେନା ଏ ସବୁ କାର୍ଯ୍ୟ କରୁଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *