ପ୍ରଧାନମନ୍ତ୍ରୀ Narendra Modi ଙ୍କ ବଡିଗାର୍ଡଙ୍କର ଦରମା କେତେ ହୋଇଥାଏ ? ଜାଣନ୍ତୁ ଏହି ରିପୋର୍ଟରେ…

ମୋଦୀଙ୍କ ଅଙ୍ଗରକ୍ଷୀଙ୍କ ଦରମା କେତେ ? ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହିତ ଅନେକ ଗୁଡିଏ ଅଙ୍ଗରକ୍ଷୀ ତାଙ୍କ ଚାରିପାଖରେ ତାଙ୍କ ସୁରକ୍ଷା ବଳୟ ରୂପେ ଘେରି ରହିଥାନ୍ତି । ଯେଉଁ ସୁରକ୍ଷା ବଳୟକୁ ଭେଦ କରି ମୋଦୀଙ୍କ ନିକଟରେ କୌଣସି ଶତ୍ରୁ ପହଞ୍ଚିବା ବହୁତ ବଡ ଅସମ୍ଭବ କଥା କହିଲେ ଚଳେ । ପ୍ରଧାନମନ୍ତ୍ରୀଙ୍କ ପାଖେ ପାଖେ ଆଖିରେ କଳା ଚଷମା ଓ ହାତରେ ବ୍ରିଫକେସ ଧରି ରହୁଥିବା ଅଙ୍ଗରକ୍ଷୀ ମାନଙ୍କ ବିଷୟରେ ଜାଣିବାକୁ ବହୁ ସମୟରେ ମନରେ ଆଗ୍ରହ ହୋଇଥାଏ ।

ସେମାନଙ୍କର ଯୋଗ୍ୟତା କେତେ ? ସେମାନଙ୍କୁ ମାସିକ ଦରମା ରୂପେ କେତେ ଟଙ୍କା ମିଳିଥାଏ ? ଏ ସବୁ ସମ୍ପର୍କରେ ଆସନ୍ତୁ ଏହି ରିପୋର୍ଟ ମାଧ୍ୟମରୁ ଜାଣିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁରକ୍ଷା ଦେଉଥିବା ଏହି ଅଙ୍ଗରକ୍ଷୀ ମାନଙ୍କୁ ଏସପିଜି କମାଣ୍ଡୋ ବୋଲି କୁହାଯାଇଥାଏ । ଏସପିଜି ର ଅର୍ଥ ହେଉଛି ସ୍ପେଶାଲ ପ୍ରୋଟେକ୍ସନ ଗୃପ । ଏକ ହେଉଛି ଏକ କେନ୍ଦ୍ରୀୟ ଏଜେନ୍ସି । ଭାରତର ପ୍ରଧାନମନ୍ତ୍ରୀଙ୍କ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ହେଉଛି ଏସପିଜି ଙ୍କର ଦାୟିତ୍ଵ ।

ଦେଶର ସବୁଠାରୁ ଶକ୍ତିଶାଳୀ କମାଣ୍ଡୋ ମଧ୍ୟରୁ ଏସପିଜି ହେଉଛି ଅନ୍ୟତମ । ବହୁତ କଠିନ ଟ୍ରେନିଙ୍ଗ ନେବା ପରେ ସେମାନଙ୍କୁ ଏସପିଜିରେ ରହିବାର ନିଯୁକ୍ତି ମିଳିପାରିଥାଏ । ସେମାନଙ୍କ ପାଖରେ ହାଇଗ୍ରେଡ ଅସ୍ତ୍ର ସବୁ ରହିଥାଏ । ସେମାନେ ଲେଭଲ 3 ବୁଲେଟ ପୃଭ ଜ୍ୟାକେଟ ମଧ୍ୟ ପିନ୍ଧିଥାନ୍ତି । ଦେଶର ଅନ୍ୟ ସବୁ ସାମରିକ ଶକ୍ତି ପରି ଏସପିଜିରେ କୌଣସି ପ୍ରତ୍ଯେକ୍ଷ ନିଯୁକ୍ତି ମିଳିନାହିଁ । ଏଥିପାଇଁ ଆଇପିଏସ, ସିଆରପିଏଫ, ବିଏସଏଫ ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ ।

ଏସପିଜି ଯବାନ ମାନେ ପ୍ରତି ବର୍ଷ ଗୃପରେ ପରିବର୍ତ୍ତନ ହୋଇଥାନ୍ତି । କୌଣସି ବ୍ୟକ୍ତି ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏସପିଜି ରେ ସେବା ଦେଇପାରିବେ ନାହିଁ । ଏସପିଜି କମାଣ୍ଡୋ ସ୍ପେଶାଲ ଫୋର୍ସରେ କାମ କରିଥିଲେ ମଧ୍ୟ ମନୋନୀତ ପ୍ରାର୍ଥୀଙ୍କୁ ବିଶ୍ଵସ୍ତରୀୟ ଟ୍ରେନିଙ୍ଗ ନେବା ପାଇଁ ପଡିଥାଏ । ତେବେ ଜଣେ ଜଣେ ଏସପିଜି କମାଣ୍ଡୋଙ୍କର ମାସିକ ଦରମା ହେଉଛି 84 ହଜାର 236 ଟଙ୍କାରୁ 2 ଲକ୍ଷ 39 ହଜାର 457 ଟଙ୍କା ପର୍ଯ୍ୟନ୍ତ ସେମାନଙ୍କୁ ସବୁ ଦରମା ମିଳିଥାଏ । ଏହି ଏସପିଜି କମାଣ୍ଡୋ ମାନେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିଯୁକ୍ତି ପାଇଥାନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ଏହିଭଳି ଭାବେ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *