ଏଥିପାଇଁ ପାଇଁ ଭୋଟ କେନ୍ଦ୍ର ସାମ୍ନାରେ ସ୍ତ୍ରୀ କୁ ହାଣିଲା ସ୍ଵାମୀ ! ସୂଚନା ମୁତାବିକ ସ୍ତ୍ରୀ କୁ ମାରିବା ପଛରେ ରହିଅଛି କିଛି ଏଭଳି କାରଣ । ପ୍ରଭାକର ଓ ସ୍ତ୍ରୀ ରଶ୍ମିରେଖାଙ୍କ ମଧ୍ୟରେ ଦୀର୍ଘ 2 ବର୍ଷ ଧରି ପାରିବାରିକ କଳହ ଲାଗି ରହିଥିଲା । ଯେଉଁ କାରଣ ପାଇଁ ପ୍ରଭାକରକୁ ଛାଡି ରଶ୍ମିରେଖା ନିଜ ବାପା ଘରେ ଯାଇ ରହୁଥିଲେ। ଉଭୟ ପ୍ରଭାକର ଓ ରଶ୍ମିଙ୍କ ମଧ୍ୟରେ ଥିବା ଝଗଡା ଥାନାରେ ଯାଇ ସମାଧାନ ହୋଇଥାନ୍ତା । ଏଥିପାଇଁ ଆସନ୍ତା 5 ତାରିଖରେ ମହିଳା ଥାନାରେ ତାରିଖ ରହିଥିଲା ।
ହେଲେ ସ୍ଵାମୀ ପ୍ରଭାକର ନିଜ ସ୍ତ୍ରୀ ରଶ୍ମିକୁ ସବୁଦିନ ନିଜ ରାସ୍ତାରୁ ହଟାଇ ଦେବାକୁ ଚାହୁଁଥିଲ । ହେଲେ ତାଙ୍କୁ ତାଙ୍କ ସ୍ତ୍ରୀ କୁ ମାରିବାର କୌଣସି ସୁଯୋଗ ମିଳିପାରୁନଥିଲା । ହେଲେ ପ୍ରଭାକରକୁ ଭୋଟ ଦିନ ତାଙ୍କ ସ୍ତ୍ରୀ କୁ ମାରିବା ପାଇଁ ସୁଯୋଗ ମିଳିଯାଇଥିଲା । ରଶ୍ମୀରେଖା ଯେତେବେଳେ ଭୋଟ ଦେବାକୁ ଆସିଥିଲେ । ସେତେବେଳେ କୌଣସି ସୂତ୍ରରୁ ପ୍ରଭାକର ରଶ୍ମି ଭୋଟ ଦେବାକୁ ଭୋଟ କେନ୍ଦ୍ରକୁ ଆସିଛି ବୋଲି ଜାଣିବାକୁ ପାଇଥିଲେ । ତାପରେ ପ୍ରଭାକର ଭୋଟକେନ୍ଦ୍ର ପାଖରେ ପହଞ୍ଚି ଯାଇଥିଲା ।
ତାପରେ କିଛି ଆଗ ପଛ ବିଚାର ନକରି ପ୍ରଭାକର ସିଧାସଳଖ ନିଜ ସ୍ତ୍ରୀ ରଶ୍ମିରେଖାକୁ ଏକ ମାରଣାସ୍ତ୍ର ମାରିବାରେ ଲାଗିଥିଲା । ତେବେ ଘଟଣା ସ୍ତଳରେ ହିଁ ରଶ୍ମିଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଉଭୟଙ୍କର ଗୋଟିଏ ଛୋଟ ପୁଅ ମଧ୍ୟ ରହିଛି । ତେବେ ମୃତ ରଶ୍ମିରେଖାଙ୍କ ଦାଦାଙ୍କ କହିବା ମୁତାବିକ ତାଙ୍କର ଗତ 2 ବର୍ଷ ଧରି ପାରିବାରିକ କଳହ ରହିଥିଲା । ଆସନ୍ତା 5 ତାରିଖରେ ମହିଳା ଥାନାରେ ତାଙ୍କର ଶୁଣାଣୀ ରହିଥିଲା । ଯେତେବେଳେ ପ୍ରଭାକର ପାଖକୁ ମହିଳା ଥାନା ନୋଟିସ ଆସିଥିଲା ।
ସେତେବେଳ ଠାରୁ ପ୍ରଭାକର ରାଗିକି ରଶ୍ମିରେଖାକୁ ରାସ୍ତାରୁ ହଟାଇ ଦେବାକୁ ଚାହୁଁଥିଲା । ଯେତେବେଳେ ସେ ସୁଯୋଗ ପାଇଯାଇଥିଲା । ସେତେବେଳେ ପ୍ରଭାକର ଏକ ମାରଣାସ୍ତ୍ର ଆଣି ରଶ୍ମିରେଖାକୁ ମାରିଦେଇଥିଲା । ହତ୍ୟା ପରେ ଅଭିଯୁକ୍ତ ସ୍ଵାମୀ ଖସି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ସ୍ଥାନୀୟ ଲୋକ ଧରି ପୋଲିସ ହାତରେ ଧରାଇ ଦେଇଛନ୍ତି । ଏଭଳି ଘଟଣା ଭଦ୍ରକ ନିର୍ବାଚନ ମଣ୍ଡଳୀ କାଉପୁର ପଂଚାୟତ ମୁକ୍ତାଡ଼ିହି ବୁଥ ଆଗରେ ଦେଖିବାକୁ ମିଳିଛି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।