ବିଜେଡି ନେତା VK Pandiyan ଙ୍କ ନାମରେ ସଙ୍ଗୀନ ଅଭିଯୋଗ !

ଭିକେ ପାଣ୍ଡିୟାନଙ୍କ ନାମରେ ଇଡିରେ ଅଭିଯୋଗ ! ତେବେ ଖବର ମୁତାବିକ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନଙ୍କ ନାମରେ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକ ଇଡିରେ ଏତଲା ଦେଇଛନ୍ତି । ତେବେ ଓଡିଶାର ଖଣି, ଜଳସେଚନ, ନଗର ଉନ୍ନୟନ, ଓବିସିସି, ଶ୍ରୀ ମନ୍ଦିର ପ୍ରକଳ୍ପ ଏବଂ 5 ଟି କାର୍ଯ୍ୟକ୍ରମରେ ଯେଉଁ ସବୁ ଲୁଟ୍ ହୋଇଛି । ସେହି ସବୁ ଉପରେ ଭଲ ଭାବରେ ଇନକ୍ଵାରୀ ତୁରନ୍ତ କରାଯାଉ । ତେବେ ପ୍ରିୟଦର୍ଶୀ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ତେବେ ତାଙ୍କ କହିବା ଆଧାରରେ ଓଡିଶାକୁ ଲୁଟୁଥିବା ଭିକେ ପାଣ୍ଡିୟାନଙ୍କ ନାମରେ ଆଜି ଆମେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଇଡିରେ ଅଭିଯୋଗ ଦେଇଛୁ । ତେବେ କେବଳ ଭିକେ ପାଣ୍ଡିୟାନ ନୁହନ୍ତି । ତାଙ୍କ ସହ ତାଙ୍କର ସ୍ତ୍ରୀ ଏବଂ ଅନ୍ୟ ତାମିଲନାଡୁ ସହଯୋଗୀଙ୍କ ନାମରେ ଆମେ ଅଭିଯୋଗ ଆଣିଛୁ । ଓଡିଶାର ଖଣି, ଜଳସେଚନ, ନଗର ଉନ୍ନୟନ, ଓବିସିସି, ଶ୍ରୀ ମନ୍ଦିର ପ୍ରକଳ୍ପ ଏବଂ 5 ଟି କାର୍ଯ୍ୟକ୍ରମରେ ଓଡିଶାର ଯାହା ସବୁ ଲୁଟ୍ ହୋଇଛି । ତାହା ଉପରେ ତୁରନ୍ତ ତଦନ୍ତ କରାଯାଉ ।

ଏହାପରେ ସେଥିରେ ସାମିଲ ଥିବା ଲୋକ ମାନଙ୍କ ବିରୋଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ମାନେ ଦାବୀ କରୁଛୁ । ଓଡିଶାରୁ ଯେତେ ମାତ୍ରାରେ ଏମନେ ସବୁ ଲୁଟି କରି ଓଡିଶାକୁ ଖାଲି କରିବାକୁ ବସୁଛନ୍ତି ସେମାନଙ୍କୁ ଛାଡିବା ଜମାରୁ ମଧ୍ୟ ଉଚିତ ନୁହେଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଉଭୟ ପଇସାକୁ ଯେଉଁ ମାନେ ଲୁଟିଛନ୍ତି । କୋଟି କୋଟି ଟଙ୍କା ଲୁଟ କରି ତାମିଲନାଡୁକୁ ଟ୍ରାନ୍ସପୋର୍ଟ କରାଯାଇଛି । ଏଥିସହ ରତ୍ନଭଣ୍ଡାରର ଲୁଟ ଯାହା ବି ସବୁ ରହିଛି ।

ତାହା ଉପରେ ତଦନ୍ତ କରାଯାଇ ତାହା ଉପରେ ଏକ ନୋଟିସ ଶୀଘ୍ର ପ୍ରସ୍ତୁତ କରାଯାଉ । ଯେଉଁ ମାନେ ଓଡିଶାରୁ ଏତେ ମାତ୍ରାରେ ଲୁଟ କରି ବସିଛନ୍ତି । ସେମାନଙ୍କୁ ଉପଯୁକ୍ତ ଦଣ୍ଡ ହେବା ନିହାତି ଭାବେ ଦରକାର ହେଉଛି । କାରଣ ଭିକେ ପାଣ୍ଡିୟାନ ହଟାତ ତାମିଲନାଡୁର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି । ଭିକେ ପାଣ୍ଡିୟାନ କେବଳ କୌଣସି ଗୋଟିଏ ଦୁର୍ନୀତିରେ ଜଡିତ ନାହାନ୍ତି । ବଂର ବହୁତ ଗୁଡିଏ ଦୁର୍ନୀତିରେ ତାଙ୍କର ପ୍ରମୁଖ ହାତ ରହିଛି । ତେଣୁ ତାଙ୍କ ସମ୍ପତ୍ତି ସବୁ ଉପରେ ଇନକ୍ଵାରୀ କରାଯାଇ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *