ନମସ୍କାର ବନ୍ଧୁଗଣ ତେବେ ବିଶ୍ୱରେ ପ୍ରଥମ ଥର ପାଇଁ ମନୁଷ୍ୟ ରକ୍ତରୁ ମିଳିଛି ମାଇକ୍ରୋ ପ୍ଲାଷ୍ଟିକ୍ କଣିକା । ଯାହା ବୈଜ୍ଞାନିକଙ୍କ ଚିନ୍ତା ବଢାଇଦେଇଛି । ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ ,ଏହି କ୍ଷୁଦ୍ର କଣିକା ୮୦ ପ୍ରତିଶତ ଲୋକଙ୍କ ଠାରେ ମିଳିଛି । ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଏହି ମାଇକ୍ରୋପ୍ଲାଷ୍ଟିକ୍ ମନୁଷ୍ୟ ଶରୀରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ । ଅଙ୍ଗପ୍ରତ୍ୟଙ୍ଗ ରେ ଜମା ହୋଇ ରହିଯାଇ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଆମଷ୍ଟରଡାମ୍ ୟୁନିଭର୍ସିଟିର ଇକୋଟକ୍ସିକୋଲୋଜିଷ୍ଟ ପ୍ରଫେସର ଡି ଭେଥାକ୍।
ତେବେ ବର୍ତ୍ତର୍ମାନ ସମୟରେ ସାରା ବିଶ୍ୱରେ ପ୍ଲାଷ୍ଟିକର ବ୍ୟବହାର ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଶରୀର ଉପରେ ଏହାର କୁପ୍ରଭାବ ବିଷୟରେ ଜାଣି ମଧ୍ୟ ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର କରୁଛନ୍ତି ଲୋକେ । ଆଉ ଏବେ ମଣିଷର ରକ୍ତ ନମୂନାରୁ ମାଇକ୍ରୋପ୍ଳାଷ୍ଟିକ୍ ପାର୍ଟିକିଲ୍ସ ମିଳିବା ପରେ ଚିନ୍ତାରେ ବିଶ୍ୱର ବୈଜ୍ଞାନିକ ସମୁଦାୟ ।
ନେଦରଲ୍ୟାଣ୍ଡ ରାଜଧାନୀ ଆମଷ୍ଟରଡାମରେ ଥିବା ଭିରିଜେ ୟୁନିଭରସିଟି ପକ୍ଷରୁ କରା ଯାଇଥିବା ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ, ମନୁଷ୍ୟ ରକ୍ତରେ ପ୍ଳାଷ୍ଟିକ ର କ୍ଷୁଦ୍ର କଣିକା ଥିବା ଜଣାପଡିଛି । ରକ୍ତ ଜରିଆରେ ଏହି ପ୍ଲାଷ୍ଟିକ୍ କଣିକା ଗୁଡିକ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଜମା ହେବା ଫଳରେ ବହୁ ଦୁଃସାଧ୍ୟ ରୋଗ ସୃଷ୍ଟି ହେଉଥିବା କୁହାଯାଇଛି । ୨୨ଜଣଙ୍କ ରକ୍ତ ନମୂନାକୁ ନେଇ ଏହି ଅଧ୍ୟୟନ କରା ଯାଇଥବା ବେଳେ ୧୭ ଜଣ ଅର୍ଥାତ ୮୦ ପ୍ରତିଶତ ଲୋକଙ୍କ ରକ୍ତ ନମୂନାରୁ ମାଇକ୍ରୋପ୍ଲାଷ୍ଟିକ୍ ପାର୍ଟିକିଲ୍ସ ମିଳିଛି ।
ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ, ଦିନ ବଢିବା ସହ ରକ୍ତରେ ଏହି ପ୍ଲାଷ୍ଟିକ୍ କଣିକାର ପରିମାଣ ବୃଦ୍ଧି ପାଇବ । ଏହାଦ୍ୱାରା ମଣିଷ ଶରୀର ଏକ ବଡ ରୋଗକୁ ଡାକିଆଣିବା କଥାକୁ ଏଡାଇଦିଆଯାଇପାରିବ ନାହିଁ । ଏନେଇ ଅଧିକ ଗବେଷଣା ଜାରି ରହିଛି । ରକ୍ତରୁ ମିଳିଥିବା ମାଇକ୍ରୋ ପ୍ଲାଷ୍ଟିକ୍ ପାଣି ବୋତଲ, ଜଙ୍କ ଫୁଡ୍, ଖାଦ୍ୟ ପାଇଁ ବ୍ୟବହାର ହେଉଥିବା ପଲିଥିନ ବ୍ୟାଗ୍ ଆଦି ଜରିଆରେ ଶରୀର ଭିତରକୁ ପ୍ରବେଶ କରିଥାଏ ବୋଲି କୁହାଯାଇଛି ।
କେବଳ ଏତିକି ନୁହେଁ ଯାଞ୍ଚରେ ଏକ ତୃତୀୟାଂ ଶ ଲୋକଙ୍କ ଶରୀରରେ ପଲିଷ୍ଟିରିନ୍ ନାମକ ଉପାଦନ ମିଳିଛି , ଯାହା ଖାଦ୍ୟପଦାର୍ଥ ପ୍ୟାକେଜିଂ ଓ ଅନ୍ୟ ଉତ୍ପାଦରେ ବ୍ୟବହାର କରାଯାଉଛି । ଏକ ଚତୁର୍ଥାଂଶ ରକ୍ତ ନମୂନାରୁ ପଲିଥିଲିନ୍ ପାର୍ଟିକିଲ୍ସ ମିଳିଛି, ଯାହା ପ୍ଲାଷ୍ଟିକ୍ ବ୍ୟାଗ୍ ତିଆରିରେ ବ୍ୟବହାର କରାଯାଏ ।
ଏହା ସାରା ମଣିଷ ଜାତି ପାଇଁ ଏକ ବଡ ବିପଦ ନିଶ୍ଚୟ । ତେବେ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ହିଁ ଏହି ସମସ୍ୟାର ଏକମାତ୍ର ସମାଧାନ ବୋଲି ନ୍ୟୁୟର୍କ ଷ୍ଟେଟ୍ ୟୁନିଭର୍ସିଟିର ଅଧ୍ୟାପକ ଶେରୀ ମରସୋନ କହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ