Bollywood ର 3 ମହାରଥୀ ଗାଇଲେ ସମ୍ବଲପୁରୀ ଗୀତ, ଶୁଣିଲେ ଆପଣ ମଜିଯିବେ…ଦେଖନ୍ତୁ ଏହି Video

ବନ୍ଧୁଗଣ, ବଲିଉଡ ର ଗାୟକ ଉଦିତ ନାରାୟଣ କହିଛନ୍ତି ଯେ, ଆମ୍ଭକୁ ସମ୍ବଲପୁରୀ ଭାଷାରେ ଏକ ସୁନ୍ଦର ସଙ୍ଗୀତ ଗାଇବାର ସୁଯୋଗ ମିଳିଅଛି । ଯାହାର ଶ୍ରେୟ ଯାଇଅଛି ଆମ୍ଭର ବୃନ୍ଦାବନ ମେହେର ଙ୍କୁ । ଏହି ସଙ୍ଗୀତ କୁ ବୃନ୍ଦାବନ ହିଁ ଲେଖିଛନ୍ତି । ଏବଂ ସୁର ତାଳ ରେ ମଧ୍ୟ ସଜାଇଛନ୍ତି । ଆମ୍ଭକୁ ବହୁତ ଖୁସି ଲାଗିଲା କାରଣ ଏହା ଏକ ରୋମାଣ୍ଟିକ ଦୁଃଖପୂର୍ଣ୍ଣ ସଙ୍ଗ ଅଟେ । ଏବଂ ମୁଁ ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଅଛି ଯେ RK ମି-ଡି-ଆ ର ସଂପୂର୍ଣ୍ଣ ଟିମ କୁ ବହୁତ ବହୁତ ଶୁଭକାମନା ।

ମ୍ୟୁଜିକ ସୁପର ଡୁପର ହିଟ ହେଉ । ଏହା ପରେ କୁମାର ସାନୁ କହିଛନ୍ତି ଯେ ବୃନ୍ଦାବନ ମେହେର ଜଣେ ପରଫେକ୍ଟ ମ୍ୟୁଜିକ ଡାଇରେକ୍ଟର ଅଟନ୍ତି । ଓଡିଶା ରେ ଯେଉଁ ସଙ୍ଗୀତ ବନୁଅଛି ତାହାର ଏକ ରିଧିମ ରହିଥାଏ । ଏବଂ ସେହି ରିଧିମ ଓଡିଶା ର ଫେମସ ହୋଇଥାଏ ।

ଏହିଭଳି ରିଧିମ ରେ ମୁଁ ଆଗରୁ ମଧ୍ୟ ଗାଇଛି ମାତ୍ର ବହୁ ବର୍ଷ ପରେ ପୁଣି ଥରେ ୯୦ ଦଶକ ର ରିଧିମ ସହିତ ମୁଁ କାମ କରିଲି । ମୁଁ ଏଥି ପାଇଁ ବହୁତ ଖୁସି ଅଛି । ମୁଁ ଧନ୍ୟବାଦ ଦେଉଛି ବୃନ୍ଦାବନ ମେହେର ଙ୍କୁ ଯେ ସେ ଉତ୍ତମ ସଙ୍ଗୀତ ଦେଲେ ତଥା କମ୍ପୋଜ କଲେ ।

ଏହାପରେ ଗାୟକ ବିନୋଦ ରାଠୋର କହିଛନ୍ତି ଯେ, ଆଜି ଯେଉଁ ରେକର୍ଡିଙ୍ଗ ନିମନ୍ତେ ମୁଁ ଆସିଛି, ଏବଂ ମୁଁ ଆମ୍ଭର ମ୍ୟୁଜିକ ଡାଇରେକ୍ଟର ବୃନ୍ଦାବନ ମେହେର ଙ୍କୁ ମୁଁ ଧନ୍ୟବାଦ ଦେବି । ପୂର୍ବ ରୁ ତାଙ୍କର ଅନେକ ସଙ୍ଗୀତ ମାନ ଗାଇଅଛି, ଏବଂ ବହୁ ବର୍ଷ ପରେ ପୁଣିଥରେ ଗାଇବାର ସୁଯୋଗ ଆମ୍ଭକୁ ମିଳିଅଛି । ମ୍ୟୁଜିକ ବୃନ୍ଦାବନ ଙ୍କର ମାତ୍ର ମୁଁ ଏହି ସଙ୍ଗ କୁ ଗାଇ ବେସ ଖୁସି ଅଛି । ଓଡିଶା ର ଲୋକେ ମଧ୍ୟ ବହୁତ ଭଲ ଅଟନ୍ତି ।

ଏଠାରେ ଆମ୍ଭକୁ ବହୁତ ସନ୍ନମାନ ମିଳୁଛି ତେଣୁ ଆମ୍ଭକୁ ଏଠାରେ କାମ କରିବାକୁ ବହୁତ ଖୁସି ଲାଗୁଛି । ମୁଁ ଆଶା କରୁଛି ଯେ ଆସୁଥିବା ଦିନ ମାନଙ୍କରେ ଆହୁରି ସମ୍ବଲପୁରୀ ଗୀତ ଗାଇବି ଏବଂ ଆପଣଙ୍କ ମନମୋହିତ କରିବି । ତେବେ ଆପଣ ମାନେ ମଧ୍ୟ ଏହି ତିନି ମହାରଥୀ ଗାଇଥିବା ସମ୍ବଲପୁରୀ ସଙ୍ଗୀତ କୁ ଶୁଣନ୍ତୁ ଏବଂ ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *