ପିଲାଟି ନନଷ୍ଟପ୍ ଭାବେ ଯାହା କହୁଛି ନା…ଶୁଣିଲେ ଆପଣ ପ୍ରଶଂସା ନ କରି ରହି ପାରିବେନି ! ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ହାତରେ ଚା’ କେଟିଲ ଧରି କଟକର ବାଉନ ବଜାର ତେପନ ଗଳିରେ ବୁଲୁଛି ଦିପୁର ସାଇକେଲ । ଯେଉଁଠି ଯିଏ ଚା’ ପାଇଁ ହାତ ଦେଖେଇଲା ସେଇଠି ଅଟକିଲା ସାଇକେଲ । ଆଉ କେଟିଲରୁ ଗରମାଗରମ ଚା ବାହାର କରି ଗ୍ରାହକଙ୍କ ହାତକୁ ବଢାଇ ଦିଅନ୍ତି ଦିପୁ । ଆଉ ଗ୍ରାହକ ବି କୁନି ପୁଅ ହାତରୁ ଚା’ ପିଇ ବହୁତ ଖୁସି ଅନୁଭବ କରନ୍ତି । ଶୀତୁଆ ସକାଳର ହାଡ ଭଙ୍ଗା ଶୀତକୁ ତାର ଖାତିର ନଥାଏ ଲୋକଙ୍କ ପାଖରେ ଗରମାଗରମ ଚା ପହଞ୍ଚାଇବା ପାଇଁ ସେ ସକାଳୁ ସକାଳୁ ବାହାରି ପଡେ ।


ତେବେ ଯେଉଁ ବୟସରେ ଖେଳକୁଦ କରି ସମୟ ବିତାଇବା କଥା ସେ ବୟସରେ କିନ୍ତୁ ଦିପୁ ନିଜ ପରିବାର କଥା ଚିନ୍ତା କରିଛନ୍ତି । ସେ ବୁଝିଛନ୍ତି ଜୀବିକାର ମୂଲ୍ୟ । ଆଉ ପାଠ ପଢିବା ସହ ଚା’ ବିକି ନିଜ ପରିବାରର ଆର୍ଥିକ ସମସ୍ୟା ଦୂର କରିବାକୁ ପ୍ରୟାସ କରୁଛନ୍ତି । ପିଲାଟିର ଏଭଳି ଉଦ୍ୟମ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ତାକୁ ବେଶ ପ୍ରଶଂସା କରିଛନ୍ତି । ବେପାର କରିବା ସହ ପାଠ ପଢାକୁ ମଧ୍ୟ ସେ ବେଶ ଗୁରୁତ୍ୱ ଦିଅନ୍ତି ।

ତେବେ କଟକ ଜାଉଁଳିଆପଟିରେ ବାସ କରୁଥିବା ସୁରେଶ ଚୌଧୁରୀ ଓ ସରସ୍ୱତୀ ଚୌଧୁରୀଙ୍କ ସାନ ପୁଅ ଦିପୁ । ବୟସ ମାତ୍ର ୧୧ ବର୍ଷ । ସେ ଚୌଧୁରୀ ବଜାର ମ୍ୟୁନିସିପାଲଟି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢନ୍ତି । ଦିପୁଙ୍କ ବାପା ସୁରେଶ ଚୌଧୁରୀ ଚୌଧୁରୀ ବଜାରର କେଉଟ ସାହିରେ ୬୦ ବର୍ଷ ହେବ ଚା ଦୋକାନ କରିଥିଲେ । ହେଲେ କରୋନା କାଳରେ ତାଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଆଉ ପରିବାର ଚଳିବା କଷ୍ଟ ହୋଇ ପଡିଥିଲା । ପରିବାରର ଏଭଳି ସ୍ଥିତି ଦେଖି ଅଣ୍ଟା ଭିଡି ଛିଡା ହୋଇଥିଲେ ଦିପୁ ।

ପ୍ରାୟ ବର୍ଷେ ହେବ କଟକର ଗଳି କନ୍ଦିରେ ସେ ଚା’ ବିକି ଆସୁଛନ୍ତି । ଲୋକମାନେ ବି ଦିପୁଠାରୁ ଚା’ ପିଇବାକୁ ତାକୁ ଚାହିଁ ରହିଥାନ୍ତି । ଭୋରୁ ଭୋରୁ ବାପା ଚା’ କରିଦେବା ପରେ ତାକୁ କେଟିଲରେ ଭରି ସକାଳ ୬ଟାରୁ ଦିପୁ ବାହାରି ପଡନ୍ତି ବେପାରକୁ । ଚୌଧୁରୀ ବଜାର, ସିଡିଏ, କୃଷକ ବଜାର, ସନସାଇନ ଫିଲ୍ଡ, ଖାନନଗର ଅଞ୍ଚଳ ଆଦି ବୁଲି ବେପାର କରିବା ପରେ ପୁଣି ଘରୁ ଫେରି ଆସନ୍ତି । ଏହା ସହିତ ସେ ନିଜର ପାଠପଢା ପାଇଁ ମଧ୍ୟ ସମୟ ବାହାର କରି ପାରିଥାନ୍ତି ।

ତେବେ ଏହି କୁନି ପିଲାଟି ମିଡ଼ିଆ ଆଗରେ କହିଛି କି ଲକଡାଉନ ସମୟରେ ସେ ସବୁ ପ୍ରୋଟୋକଲ କୁ ମାନି ହିଁ ଚା ବିକୁଥିଲା ଏବଂ ବର୍ତ୍ତମାନ ମଧ୍ୟ ସେହିଭଳି ସେ ବିକୁଛି । ଏହା ସହ ସେ ଏହା ମଧ୍ୟ କହିଛି କି ପୋଲିସ ମାନେ ଯଦି ଜଣଙ୍କ ର ୨୦୦ ବେପାର ହୋଇଥିବ ତାଠାରୁ ୫୦୦ ନେବେ ତେବେ ଏହା ଜନତା ଙ୍କ ସେବା ନା ଲୁଟୁଛନ୍ତି । ତେବେ ଗ୍ରୀନ ଟି । କପ ପିଛା ସେ ୫ ଟଙ୍କାରେ ବିକ୍ରି କରନ୍ତି ।


ଯାହା ରୋଜଗାର କରନ୍ତି ସେ ଥିରୁ ସେ କିଛି ବାପାଙ୍କୁ ଦେଇଥିବା ବେଳେ ବଳକା ଟଙ୍କା ନିଜ ପାଠ ପଢା ଖର୍ଚ୍ଚରେ ଲଗାଇଥାନ୍ତି । ଦିପୁ ସାକାଳୁ ଦିନକୁ ଦୁଇ ଘଣ୍ଟା ଅନଲାଇନରେ ପାଠ ମଧ୍ୟ ପଢିଥାନ୍ତି । ଦିପୁଙ୍କ ବଡ ଭାଇ ଚୌଧୁରୀ ବଜାର ଦୁର୍ଗା ମଣ୍ଡପ ପାଖରେ ଭୋଗ ଦୋକାନ କରି ବାପାଙ୍କୁ ସାହାଯ୍ୟ କରୁଛନ୍ତି । ତେବେ ଏତେ କୁନି ବୟସରୁ ଦିପୁଙ୍କ ଏଭଳି ପ୍ରୟାସ ନିହାତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।

ଯଦି ସରକାରଙ୍କ ତରଫରୁ ପାଠପଢିବା ପାଇଁ ଦିପୁକୁ ସହାୟତା ମିଳିପାରନ୍ତା ତେବେ ସେ ନିହାତି ନିଜ ସ୍ୱପ୍ନ ପୂରା କରିପାରନ୍ତା । ତେବେ ଏହିଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *