ବାଛନ୍ତୁ ନିଜର ଜନ୍ମବାର ଓ ଜାଣନ୍ତୁ ନିଜର ଭବିଷ୍ୟତ (Astrology)

ନମସ୍କାର ବନ୍ଧୁଗଣ ତେବେ ଆପଣ ନିଶ୍ଚିତ ଏହି କଥା ଶୁଣିଥିବେ କି ଆମ ଜନ୍ମ ସମୟର ମହତ୍ଵ ଅନେକ ଅଛି କାରଣ ହେଉଛି କି ଆମ ଜନ୍ମ ସମୟ ଏହାର ମାସ ଓ ଏହାର ଦୀନ କୁ ନେଇକି ଆମର ଜାତକ ତିଆରି ହୋଇଥାଏ । ଏହି ଜାତକ ମଧ୍ୟରୁ ଆମେ ଆମ ଭବିଷ୍ୟତ କଥା ଜାଣି ଥାଉ କେବଳ ଏହା ନୁହେଁ ଆମେ ମାନେ ଏହା ଦ୍ଵାରା ଆମ ବର୍ତ୍ତମାନ କଥା ମଧ୍ୟ ଜାଣି ପରି ଥାଉ । ଆଜି ଆମେ କହିବା କି ଆମ ଜନ୍ମର ଦିନ ହିସାବରେ ଆମ ସ୍ଵଭାବ କିଭଳି ଆମେ କଣ କରୁ ଏହା ସବୁ ଜାଣିବା ।

ଆମେ ଯେଉଁ ବାରାରେ ଜନ୍ମ ହୋଇ ଥାଉ ଆମ ବ୍ୟକ୍ତିତ୍ଵ ଓ ଭବିଷ୍ୟତ କୁ ଏହା ପ୍ରଭାବିତ କରିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବା କି ସପ୍ତାହର କେଉଁ ଦିନରେ ଜନ୍ମ ହୋଇଥିଲେ ପିଲା ମାନେ କିଭଳି ଥାନ୍ତି ଓ ସେମାନଙ୍କ ସ୍ଵଭାବ କିଭଳି ଥାଏ । ପ୍ରଥମ ଆସୁଛି ସୋମବାର ଆମର ସୋମବାର ର ସ୍ଵାମୀ ହେଉଛନ୍ତି ଚନ୍ଦ୍ରମା । ଏହାଙ୍କ ରାଶି କର୍କଟ ହୋଇ ଥାଏ । ଏମାନେ ବହୁତ ଭାବୁକ ପ୍ରକୃତିର ବ୍ୟକ୍ତି ହୋଇ ଥାନ୍ତି । ଏମାନଙ୍କ ପାଇଁ ଏମାନଙ୍କ ପରିବାର ହିଁ ସବୁକିଛି ହୋଇଥାଏ।

୧- ସୋମବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ଵାଶ କରି ପାରନ୍ତି କାରଣ ଏମାନେ କାହାକୁ ଧୋକା ଦେଇ ନଥାନ୍ତି । ଏହାର ପ୍ରଭାବ ମହିଳା ମାନଙ୍କ ଉପରେ ଅଧିକା ହୋଇଥାଏ ଏଣୁ ଯଦି ଏହି ଦିନ ମହିଳା ମାନେ ଜନ୍ମ ହୋଇଥାନ୍ତି ତେବେ ଏହା ଭଲ ହୋଇଥାଏ।

୨- ମଙ୍ଗଳ ବାର ଦିନ ଜନ୍ମ ହୋଇଥିଲେ ସେହି ବାରର ସ୍ଵାମୀ ଗ୍ରହ ମଙ୍ଗଳ ଅଟନ୍ତି ଓ ଏହାର ରାଶି ମେଷ, ବିଛା ଅଟନ୍ତି। ତେଣୁ ଏମାନଙ୍କ ପାଖରେ ଏହାର ଅଧିକ ପ୍ରଭାବ ପଡିଥାଏ । ଏମାନେ ସବୁ ବେଳେ ନିର୍ଣ୍ଣୟ  ନେବାରେ ସକ୍ଷମ ଥାନ୍ତି । ଏମାନେ ସବୁ ବେଳେ ଜୋଷରେ ରହିଥାନ୍ତି । ଏମାନେ ଏହି କାରଣରୁ ଏମାନେ ବହୁତ ସମୟରେ ଅଧିକ ସଫଳତା ପାଇଥାନ୍ତି । ଏମାନେ ବୁଦ୍ଧିଆ ହୋଇଥାନ୍ତି।

୩- ବୁଧବାର ଦିନ ଜନ୍ମ ହୋଇଥିବା ଲୋକମନେ ବୁଦ୍ଧ ଗ୍ରହ ଓ ମିଥୁନ, କନ୍ୟା ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏମାନଙ୍କର ସବୁଠାରୁ ଭଲ ଗୁଣ ଏମାନେ ନିଜ କଥା ଦ୍ଵାରା ଲୋକଙ୍କ ମନ କିଣି ନେଇଥାନ୍ତି ଏହା କାରଣ ଥାଏ କି ଲୋକମାନେ ଏହାଙ୍କୁ ଶୁଣିବା ପାଇଁ ପସନ୍ଦ କରିଥାନ୍ତି ଏହା ସହ ଏମାନେ ରାଜନୀତି ରେ ଭଲ ସଫଳତା ପାଇଥାନ୍ତି।

୪- ଗୁରୁବାର ଏହାର ସ୍ଵାମୀ ଗ୍ରହ ବୃହସ୍ପତି ଓ ରାଶି ହେଉଛନ୍ତି ଧନୁ ଓ ମିନ । ଏମାନେ ଅତ୍ୟନ୍ତ ସ୍ବଭାଗ୍ୟ ଶାଳି ହୋଇଥାନ୍ତି । ଏମାନେ ଧନୀ ଓ ଉଚ ସ୍ଵଭାବ ଥିବା ଓ ଉଜ୍ଵଳ ଭବିଷ୍ୟତ ବାଲା ହୋଇଥାନ୍ତି ।ଏମାନେ ଅନେକ ସମୟରେ ଲାଞ୍ଚୁଆ ମଧ୍ୟ ହୋଇ ଥାନ୍ତି । ଏମାନେ ସବୁ ସମସ୍ୟାର ସମାଧାନ ଖୁବ ଭଲ ଭାବେ କରି ପାରି ଥାନ୍ତି । ଏମାନେ ବୁଦ୍ଧିଆ ମଧ୍ୟ ହୋଇଥାନ୍ତି।


୫- ଶୁକ୍ରବାର ମାନେ ଦେଖିବା ପାଇ ଖୁବ ସୁନ୍ଦର ହୋଇଥାନ୍ତି ଓ ଆକର୍ଷଣୀୟ ମଧ୍ୟ ଥାନ୍ତି ହୁଏତ ଏମାନେ ଆପଣଙ୍କୁ ସୁନ୍ଦର ନଲାଗି ପାରନ୍ତି କିନ୍ତୁ ଏମାନେ ଆକର୍ଷଣୀୟ ଥାନ୍ତି। ତେବେ ଏହା ସହ ଏମାନଙ୍କୁ ଧଳା ରଙ୍ଗ ଅଧିକ ପସନ୍ଦ ଥାଏ କାରଣ ଏମାନଙ୍କ ସ୍ଵଭାବ ମଧ୍ୟ ଏହି ଧଳା ରଙ୍ଗ ଭଳି ସଫା ହୋଇ ଥାଏ।

୬- ଶନିବାର ଏହି ବାରର ସ୍ଵାମୀ ଗ୍ରହ ଶନି ଦେବ ଏହା ସହ ମକର ଓ କୁମ୍ଭ ରାଶି ଜଡିତ ଥାଏ । ଏମାନେ ନିଜ କାମକୁ ଦୁଇ ପ୍ରକାର ଚଳାଇ ଥାନ୍ତି । ଏମାନେ ଭଲ ମଣିଷ ଥାନ୍ତି ଯେଉଁ ଜାଗାରେ ଯେଉଁ ଭଳି ରହିବା କଥା ଏମାନେ ସେଇଭଳି ହୋଇଥାନ୍ତି।

୭- ରବିବାର ଦିନର ସ୍ଵାମୀ ରବିନାରାୟଣ ହୋଇ ଥାନ୍ତି । ଯେଉଁ ଭଳି ସୂର୍ଯ୍ୟ ସଭିଙ୍କୁ ନିଜ ଆଖ ପାଖରେ ରଖି ଥାଏ ସେଇ ଭଳି ଭାବେ ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ଲିଡର ହୋଇଥାନ୍ତି । ଏମାନେ ସବୁ ବେଳେ ଖୁଶିରେ ରହିବା ଓ ଖୁଶି ବାଣ୍ଟିବା ଭଳି ଲୋକ ହୋଇଥାନ୍ତି।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *