ଘର ପାଇଁ ବହୁତ ଶୁଭ ହୋଇଥାଏ ଏହି 5 ଟି ଦିବ୍ୟ ବୃକ୍ଷ ! ମା’ ଲକ୍ଷ୍ମୀ କରନ୍ତି ନିବାସ, ଆପଣ ହେଇ ପାରନ୍ତି ଧନବାନ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ଗଛ ଦେଖିଥିବେ ତେବେ ଆଜି ଆମେ କେଉଁ ଗଛ ଲଗାଇଲେ ଶୁଭ ହୋଇ ଥାଏ ଏବଂ କେଉଁ ଗଛକୁ ଲଗାଇଲେ ଆମ ପାଇଁ ହାନିକାରକ ହୋଇଥାଏ । କିଛି ଗଛ ଏମିତି ଥାଏ ଯାହାକୁ ଲଗାଇଲେ ନକାରାତ୍ମକ ପ୍ରଭାବ ପଡିଥାଏ। ଏହା ଘର ପାଇଁ ଅଶୁଭ ହୋଇଥାଏ । ବରଗଛ କିମ୍ବା ଓସ୍ତ ଗଛ ଘରର ସାମ୍ନାରେ କି ମଝିରେ କୈାଣସି ଗଛ ଲଗାଇବା ଉଚିତ ନୁହେଁ । ଏହି ଗଛକୁ କେବେ ଘର ପାଖରେ ଲଗାଇବା କଥା ନୁହେଁ କାରଣ ବହୁତ ଅଶୁଭ ହୋଇଥାଏ ।

ଏମିତି କରିବା ଦ୍ବାରା ଜୀବନରେ ବିଭିନ୍ନ ସମସ୍ୟା ଆସିଥାଏ । ଆମ୍ବ, କଦଳୀ, ମହୁଲ, ଓସ୍ତ ଏବଂ କଣ୍ଟା ଜାତୀୟ ଗଛ ଘର ପାଖରେ ଲଗାଇବେ ନାହିଁ କିମ୍ବା କ୍ଷୀର ଯୁକ୍ତ ଗଛ ଲଗାଇବେ ନାହିଁ । ଜଦି ଆପଣ ବଗିଚା କରିଛନ୍ତି ସେଠାରେ ଲଗାଇ ପାରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଘର ପାଇଁ ଶୁଭ ଅଟେ । ୧- ପ୍ରଥମ ରେ ହେଉଛି ତୁଳସୀ ବୃକ୍ଷ।ତେବେ ଶାସ୍ତ୍ରରେ ତୁଳସୀ ଗଛକୁ ଲକ୍ଷ୍ମୀ ବୋଲି କୁହାଯାଇଛି । ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ, ଜଦି ଏମିତି କରନ୍ତି ତେବେ ଘରର ବହୁତ କ୍ଷତିକାରକ ହୋଇଥାଏ।

୨- ଦ୍ଵିତୀୟ ରେ ହେଉଛି ଅଁଳା ଗଛ। ତେବେ ଅଁଳା ଗଛ ଘର ପାଇଁ ବହୁତ ଶୁଭ ଦାୟକ ଅଟେ । ଏହି ଗଛର ପୂଜାର୍ଚ୍ଚନା କଲେ ବହୁତ ଶୁଭ ଫଳ ମିଳିଥାଏ । ଧାର୍ମିକ ମାର୍ଗରେ ଏହି ଗଛର ବହୁତ ବିଶେଷତ୍ଵ ରହିଛି । କାର୍ତ୍ତିକ ମାସରେ ଭଗବାନ ଶ୍ରୀବିଷ୍ଣୁ ଏହି ଗଛରେ ବାସ କରିଥାନ୍ତି । ଏହାର ଫଳ ଭଗବାନ ବିଷ୍ଣୁଙ୍କର ପ୍ରିୟ ହୋଇଥାଏ । ଏହାକୁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇଲେ ବହୁତ ଲାଭ ଦାୟକ ହୋଇଥାଏ।


୩- ତୃତୀୟ ରେ ହେଉଛି ମନିପ୍ଲାଣ୍ଟ। ତେବେ ବାସ୍ତୁ ଅନୁଯାୟୀ ଏହି ଗଛ ବହୁତ ଶୁଭ। ଏହାକୁ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ଏହି ଗଛ ଯେତେ ସବୁଜ ରହିବ ସେତେ ଭଲ। କାରଣ ଏହାକୁ ମା’ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହାକୁ ସର୍ବଦା ଦକ୍ଷିଣ ପୂର୍ବ ଦିଗରେ ରଖିବା ଉଚିତ।

୪- ଚତୁର୍ଥ ରେ ହେଉଛି ବେଲ ଗଛ। ତେବେ ଯେଉଁ ଘରେ ବେଲ ଗଛ ଥାଏ ସେହି ଘରର ଲୋକେ ସବୁବେଳେ ସୁଖୀ ରହିଥାନ୍ତି। ଏହି ଗଛକୁ କୌଣସି ଗାମ୍ବଲାରେ ଲଗାଇ ପୁଣି ତାକୁ ଅଗଣାରେ ଲଗାଇପାରିବେ। ଏହି ଗଛ ବଢି ବଢି ବଡ଼ ହୋଇଯାଏ ଏବଂ ଆମକୁ ଛାୟା ପ୍ରଦାନ କରିଥାଏ। ଏହ ବୃକ୍ଷ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ। ଏଥିପାଇଁ ଯଦି ଆମେ ବେଲ ଗଛକୁ ଆମର ଘରେ ଲଗାନ୍ତି ତେବେ ଭଗବାନ ଶିବଙ୍କ କୃପାରୁ କୌଣସି ପ୍ରକାରର ବାଧା ଭୁତ ପ୍ରେତ ଏବଂ ଅଶୁଭ ଶକ୍ତି ଦୁରେଇ ରହନ୍ତି। ତାହା ସହ ରାହୁ କେତୁର ଅଶୁଭ ପ୍ରଭାବରୁ ମଧ୍ୟ ଆମର ଘର ସୁରକ୍ଷିତ ରହିଥାଏ। ଏଥିପାଇଁ ଘରେ ବେଲ ଗଛ ରହିବା ବହୁତ ଶୁଭ ହୋଇଥାଏ।


୫- ପଞ୍ଚମ ରେ ହେଉଛି ନିମ ଗଛ। ଘରର ବାୟୁ କୋଣ ବା ଉତ୍ତର-ପଶ୍ଚିମ ଦିଗରେ ନିମ ଗଛ ରହିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏହା ସକାରାତ୍ମକ ଉର୍ଜା ସହିତ ଅନେକ ପ୍ରକାରର କଲ୍ୟାଣ କରିଥାଏ। ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ମନୁଷ୍ୟ ଏହିସବୁ ଗଛକୁ ଘରେ ଲଗାଇଥାଏ ତାହାଙ୍କୁ ମୃତ୍ୟ ପରେ ଶିବ ଲୋକ କିମ୍ବା ସୂର୍ଯ୍ୟଲୋକ ପ୍ରାପ୍ତି ହୋଇଥାଏ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *