Manmath vs Aparajita ଭୁବନେଶ୍ୱର ଲୋକସଭା ଆସନ କିଏ ଜିତିବ ? ଖୋଲି କହିଦେଲେ ସମାଜସେବୀ…

ଭୁବନେଶ୍ବରର କିଏ ଜିତିବ କହିଲେ ସମାଜସେବୀ ! ଗାଁ ଠାରୁ ନେଇ ସହର ସବୁଆଡେ ଏବେ ରାଜ୍ୟ ରାଜନୀତି ତଥା ବିଶେଷ କରି ଆଗାମୀ ନିର୍ବାଚନକୁ ନେଇ ଖୁବ ଚର୍ଚା ଲାଗି ରହିଛି । ତେବେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ସମାଜସେବୀ ଅନାଦି ସାହୁ ଗଣ ମାଧ୍ୟମରେ ନିଜର କ’ଣ ପ୍ରତିକ୍ରିୟା ରଖିଛନ୍ତି ଜାଣନ୍ତୁ । ତେବେ ତାଙ୍କ କହିବା ଅନୁଯାଇ ଖୋର୍ଦ୍ଧା ଜିଲ୍ଲାର ଉନ୍ନତି ପାଇଁ ଭଲ ସରକାର ଗଠନ ହେବ ନିହାତି ଦରକାର ।

ମାନ୍ୟବର ମୋଦୀଙ୍କର ଓଡିଶାର ସବୁ ଜିଲ୍ଲା ପାଇଁ ଯେଉଁ ଭଲ ଚିନ୍ତାଧାରା ରହିଛି । ତାହାକୁ ବିଚାର କରି ଲୋକମାନେ ନିର୍ବାଚନକୁ ଦେଖିବା ଦରକାର । ସେହି ଅନୁସାରେ ପ୍ରାର୍ଥୀ ଚୟନ କରି ତାଙ୍କୁ ଭୋଟ ଦେବା ଉଚିତ । କାରଣ ଯଦି ଆମେ ଆମ ଖୋର୍ଦ୍ଧାର ବିକାଶ କଥା କହିବାକୁ ଜିବି । ତେବେ ଆମେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ସହ ଓଡିଶାକୁ ଯୋଡିବାକୁ ଚାହୁଁଛୁ । ସେଥିରେ ଓଡିଶାର ସବୁ ଜିଲ୍ଲା ମଧ୍ୟ ସାମିଲ ହେବା ଦରକାର ।

ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡିରୁ ମନ୍ମଥ ରାଉତରାୟ ଛିଡା ହୋଇଥିବା ବେଳେ କଙ୍ଗ୍ରେଶରୁ ଦଳ ନୂଆ ଚେହେରାକୁ ସାଂସଦ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିଛି । ଅପର ପକ୍ଷରେ ବିଜେପିରୁ ଅପରାଜିତା ଷଡଙ୍ଗୀ ନିର୍ବାଚନରେ ଛିଡା ହୋଇଛନ୍ତି । ତେବେ ଲୋକେ ଯଦି ମାନ୍ୟବର ମୋଦୀଙ୍କ କଥାକୁ ଅନୁସରଣ କରି ବିକାଶ ଧାରାରେ ଆଗେଇବାକୁ ଚାହୁଁଥିବେ । ତେବେ ସେମାନେ ତାହାକୁ ସଠିକ ଭାବେ ବିଚାର କରି ସଠିକ ପ୍ରାର୍ଥୀ ଚୟନ କରି ତାଙ୍କୁ ହିଁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବେ । ତେବେ ଓଡିଶା ସରକାର ବହୁ ବର୍ଷ ଧରି ରାଜ୍ୟକୁ ଶାସନ କରୁଛନ୍ତି ।

ତେଣୁ ଲୋକ ମାନେ ମଧ୍ୟ ନିଜର ମନ ପରିବର୍ତ୍ତନ କରିଛନ୍ତି । ଯେଉଁ କାରଣରୁ ବହୁ ଶିକ୍ଷିତ ଲୋକ ମଧ୍ୟ ଚାହୁଁଛନ୍ତି । ଏଥର ସରକାର ବଦଳିବା ଉଚିତ । ଯେଉଁ ମାନେ ଲୋକଙ୍କ ପାଖକୁ ଯାଇ ସେମାନଙ୍କର ସମସ୍ଯାର ସମାଧାନ କରିବା ସହ ଅଞ୍ଚଳର ବିକାଶ ନିମନ୍ତେ କାମ କରିବେ । ଲୋକେ ତାଙ୍କୁ ହିଁ ଉପଯୁକ୍ତ ପ୍ରାର୍ଥୀ ବାଛି ଜିତାଇବେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *