ନୂଆ ଚାକିରି ପାଇଥିଲା ଭଉଣୀ, ଦିନ କେଇଟା ଯାଇନି… ଭାଇ ଆଗରେ ଦୁର୍ଘଟଣାରେ ଚାଲିଗଲା ଭଉଣୀ…

ନୂଆ ଚାକିରୀ ପାଇଥିଲା ଭଉଣୀ ! ଦିନ କେତେ ଟା ଯାଇନି ଭାଇ ଆଗରେ ଦୁର୍ଘଟଣାରେ ଚାଲିଗଲା ଜୀବନ ! ହଁ ଆଜ୍ଞା ଟ୍ରକ ଚକା ତଳେ ଚାଲିଗଲା ଭଉଣୀର ଜୀବନ ! ଭଉଣୀକୁ ଧକ୍କା ଦେଇ ଅନେକ ଦୂର ପର୍ଯ୍ୟନ୍ତ ଟ୍ରକଟି ଘୋଷାଡ଼ି ନେଇଯାଇଥିଲା । ହେଲେ ଭାଇ ଆଗରେ ଏତେ ବଡ ଦୁର୍ଘଟଣା ଘଟିଯାଇଥିଲା । ହେଲେ ଭାଇ ଚାହିଁ ମଧ୍ୟ କିଛି କରିପାରି ନଥିଲା । ନିକଟ କିଛି ଦିନ ତଳେ ଭଉଣୀ ବ୍ଯାସଦେବ ତହସିଲ ଅଫିସରରେ ଜୁନିଅର କ୍ଳର୍କ ଭାବେ ପୋଷ୍ଟିଂ ପାଇଥିଲେ ।

ଭଉଣୀ ଜଣଙ୍କ ନୂଆ କରି ବାହା ମଧ୍ୟ ହୋଇଥିଲେ । ନୂଆ ସଂସାରକୁ ନୂଆ ଚାକିରୀ ଭଉଣୀ ଜଣଙ୍କ କରିଥିଲେ । ଏହି ଖୁସିର ସମୟରେ ସେ ନିଜ ପାଇଁ ଆଉ ନିଜ ପରିବାର ପାଇଁ ବହୁତ କିଛି ସ୍ଵପ୍ନ ମଧ୍ୟ ଦେଖିଥିଲେ । ହେଲେ ଏହି ସ୍ଵପ୍ନ ସବୁ ସେହି ଟ୍ରକ ଚକା ତଳେ ଚାପି ହୋଇଯିବ ବୋଲି କେହି କେବେ ସ୍ଵପ୍ନରେ ମଧ୍ୟ ଭାବିନଥିଲେ । ହଁ ଆଜ୍ଞା ଏଭଳି ଘଟଣା ଯେତିକି ଭୟଙ୍କର ଥିଲା ସେତିକି ହୃଦୟ ବିଦରାକ ମଧ୍ୟ ଥିଲା । ସେଦିନ ସମୟ 7 ଟା 45 ମିନିଟ ଥିଲା ।

ଟ୍ରେନିଂ ସାରି ବ୍ଯାସଦେବ ତହସିଲ ଅଫିସରରୁ ଭାଇ ଭଉଣୀ ଦୁଇ ଜଣ ସାଙ୍ଗ ହୋଇ ଘରକୁ ଫେରୁଥିଲେ । ଗୋଳେଇ ଛକରେ ଟ୍ରାଫିକ ଜାମ ଦେଖି ରାସ୍ତା କଡରେ 2 ଜଣ ଠିଆ ହୋଇଯାଇଥିଲେ । ହେଲେ ଠିକ ସମୟରେ ଏକ ଟ୍ରକ ଆସି ସ୍କୁଟିକୁ ପଛ ପଟୁ ଧକା ଦେଇଥିଲା । ଭାଇ ପଛକୁ ଚାହିଁ କିଛି ଭାବିବା ପୂର୍ବ ହିଁ ସବୁ କିଛି ସରିଯାଇଥିଲା । ତାହାରି ମଧ୍ୟରେ ପୁରା ରାସ୍ତାଟି ରକ୍ତରେ ଭିଜି ସାରିଥିଲା । ମୃତ ମହିଳା ଜଣଙ୍କ ହେଉଛନ୍ତି ବର୍ଷାରାଣୀ ବେହେରା ।

ବର୍ଷା ନିଜର କାମ ସାରି ଭାଇ ସାଙ୍ଗରେ ନୂଆଗଡ ଛକରେ ଠିଆ ହୋଇଥିଲେ । ତାପରେ ସେହି ସମୟରେ ଗୋଟିଏ 16 ଚକିଆ ଟ୍ରକଟି ପଛ ପଟୁ ମାଡି ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟି ସହ ମହିଳାଙ୍କୁ ଘୋଷାଡ଼ି ବହୁ ଦୂର ପର୍ଯ୍ୟନ୍ତ ରାସ୍ତାକୁ ନେଇଯାଇଥିଲା । ଏ ଖବର ପାଇ ଅଗ୍ନୀଶ୍ରମ ବିଭାଗ ସଙ୍ଗେ ସଙ୍ଗେ ଘଟଣା ସ୍ତଳରେ ପହଞ୍ଚି ଯାଜପୁର ରୋଡ ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରକୁ ଆଣିବା ପରେ ପରେ ମହିଳା ଜଣଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ତେବେ ଏହି ଘଟଣା ପରେ ପୁରା ପରିବାରରେ ଶୋକାକୁଳ ପରିବେଶ ହୋଇଯାଇଛି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *