ପୁଣି ଚର୍ଚ୍ଚାରେ ଅଭିନେତ୍ରୀ Rani Panda … ଗରିବ ପରିବାରକୁ ପ୍ରତି ମାସକୁ ଦେବେ 5 ହଜାର ଟଙ୍କା Rani Panda

ପୁଣି ଚର୍ଚାରେ ଅଭିନେତ୍ରୀ ରାଣୀ ପଣ୍ଡା ! ଅସହାୟ ପରିବାରକୁ ସହାୟ ହେଲେ । ହଁ ଆଜ୍ଞା ଅଭିନେତ୍ରୀ ରାଣୀ ପଣ୍ଡା ଅସହାୟ ଲୋକଙ୍କୁ ସାହାଜ୍ଯ କରିବାରେ କେବେବି ପଛଘୁଞ୍ଚା ଦେଇନାହାନ୍ତି । ସବୁବେଳେ ଦୁଃଖୀ ଓ ଅସହାୟ ଲୋକଙ୍କ ଦରକାର ସମୟରେ ତାଙ୍କ ପାଖରେ ଠିଆ ହୋଇଛନ୍ତି । ତେବେ ସେହିଭଳି ଏକ ମହତ କାର୍ଯ୍ୟ ପୁଣି ଥରେ ରାଣୀ ପଣ୍ଡା କରି ଦେଖାଇଛନ୍ତି । ଖବର ମୁତାବିକ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣୀ ଗ୍ରାମର ଏକ ଅସହାୟ ପରିବାର ପାଖରେ ରାଣୀ ପଣ୍ଡା ସାହାଜ୍ଯରେ ହାତ ବଢାଇଛନ୍ତି ।

ସେହି ପରିବାରକୁ ଦେଖା କରିବା ସହ ତାଙ୍କୁ କିଛି ଆର୍ଥିକ ସାହାଜ୍ଯ ମଧ୍ୟ କରିଛନ୍ତି । ହଁ ଆଜ୍ଞା ଖାଲି ଏତିକି ନୁହେଁ । ସେହି ପରିବାରକୁ ମାସକୁ ମାସ ଆର୍ଥିକ ସାହାଜ୍ଯ କରିବେ ବୋଲି ମଧ୍ୟ କଥା ଦେଇ ଆସିଛନ୍ତି । ଏହି ଗାଁ ପାଖରେ ତାଙ୍କର ଯାତ୍ରା ପାର୍ଟି ପଡିଥିଲା । ତାପରେ ସେହି ଗ୍ରାମର ସ୍ଥାନୀୟ ଲୋକଙ୍କ ଠାରୁ ଏହି ଅସହାୟ ପରିବାର ବିଷୟରେ ଜାଣି ପରିବାରକୁ ସାହାଜ୍ଯର ହାତ ବଢାଇବାକୁ ଚାଲି ଆସିଥିଲେ ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡା ।

ସେହି ପରିବାରରେ ଜଣେ ବୃଦ୍ଧା ନିଜର ଛୋଟ ଛୋଟ 3 ଜଣ ନାତୁଣୀକୁ ନେଇ ରହୁଛନ୍ତି । ଗତ 3 ବର୍ଷ ତଳେ ତାଙ୍କର ଗୋଟେ ବୋଲି ରୋଜଗାରିଆ ପୁଅର ମୃତ୍ୟୁ ହୋଇଯାଇଛି । ବୃଦ୍ଧା ଜଣଙ୍କ ଅନ୍ୟ ପାଖରେ ମାଗିଯାଚି 4 ପ୍ରାଣୀ କୁଟୁମ୍ବର ପେଟ ପୋଷୁଛନ୍ତି । ଓଳିଏ ଖାଲି ଓଳିଏ ଉପାସ ରହୁଥିବା ପରିବାରକୁ ଦେଖିଲେ ଆଖିରୁ ଲୁହ ଚାଲି ଆସିବ । ତାପରେ ରାଣୀ ପଣ୍ଡା ବୃଦ୍ଧାଙ୍କ ଘରେ ପହଞ୍ଚି ତାଙ୍କ ଠାରୁ ଭଲ ମନ୍ଦ ସବୁ ପଚାରି ବୁଝିଥିଲେ ।

ତାପରେ ବୃଦ୍ଧାଙ୍କର 3 ନାତୁଣୀଙ୍କ ହାତରେ କିଛି ଟଙ୍କା ଦେଇ ଆସିବା ସହ ମାସକୁ ମାସ ପରିବାରର ଚଳନୀ ପାଇଁ 5 ହଜାର ଟଙ୍କା ପଠାଇବେ ବୋଲି ରାଣୀ ପଣ୍ଡା କଥା ଦେଇ ଆସିଛନ୍ତି । ପୁରା ପରିବାରକୁ ଚଳାଇବା ପାଇଁ ରାଣୀ ତାଙ୍କୁ କଥା ଦେଇ ଆସିଛନ୍ତି । ତେବେ ଅଭିନେତ୍ରୀ ରାଣୀଙ୍କର ଏଭଳି କାର୍ଯ୍ୟ ଦେଖିବା ପରେ ରାଣୀଙ୍କର ବିଶାଳ ହୃଦୟର ପ୍ରମାଣ ସାରା ଓଡିଶାବାସୀଙ୍କୁ ମିଳିଯାଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *