ସ୍ବର୍ଗଦ୍ବାରରେ ହଜାର ହଜାର ଲୋକଙ୍କ ଗହଳିରେ ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଲେ… Dama Rout

ପଞ୍ଚଭୁତରେ ଲୀନ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ ! ପୁରୀ ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର ସରିଛି । ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କର ଗତ ଶୁକ୍ରବାର ରାତିରେ ଦେହାନ୍ତ ଘଟିଛି । ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ପୁରା ଜଗତସିଙ୍ଘପୁର ମାଟି ଆଜି ଦାମଙ୍କୁ ଝୁରୁଛି । ତାଙ୍କର ଏକ ମାତ୍ର ପୁଅ ସମ୍ବିତ ରାଉତ ତାଙ୍କୁ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ କରିଛନ୍ତି ।

ତେବେ ତାଙ୍କ ଅନ୍ତିମ ସଂସ୍କାର ସମୟରେ ପୁରୀ ଜିଲ୍ଲାପାଳ, ଏସପି, ସାଂସଦ ଏବଂ ଦାମ ରାଉତଙ୍କ ପରିବାର ସମେତ ଅନେକ ଶୁଭେଛୁ ଉପସ୍ଥିତ ରହିଥିଲେ । ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଗତକାଲି ପରଲୋକ ଘଟିଥିଲା । ତାପରେ ସେଠାରୁ ବିଜେଡି ମୁଖ୍ୟ କାର୍ଯ୍ୟଳୟ ଶଙ୍ଖ ଭବନକୁ ନିଆଯାଇଥିଲା । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧକ୍ଷ ଭିକେ ପାଣ୍ଡିୟାନ, ଅନେକ ମନ୍ତ୍ରୀ ଓ ବିଧାୟକ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ତାପରେ ଦାମ ରାଉତଙ୍କ ମର ଶରୀର ପାରାଦୀପ ଏରସମା ଅଭିମୁଖେ ଯାଇଥିଲା । ପାରଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ପାର୍ଥୀବ ଶରୀରକୁ ସାଧାରଣ ଦର୍ଶନ ନିମନ୍ତେ ରଖାଯାଇଥିଲା । ସେଠାରେ ତିର୍ତ୍ତୋଲରେ କିଛି ସମୟ ରଖାଯିବା ପରେ କୁଜଙ୍ଗ ବଜାରରେ କିଛି ସମୟ ଲାଗି ଶେଷ ଦର୍ଶନ ନିମନ୍ତେ ରଖାଯାଇଥିଲା । ପାରଦୀପରେ ପରିକ୍ରମା ସହିତ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ନିମନ୍ତେ ତାଙ୍କ ପାର୍ଥୀବ ଶରୀର ରଖାଯାଇଥିଲା ।

ତାପରେ ସେଠାରୁ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ଯାତ୍ରା କରିଥିଲା । ପୂର୍ବତନ ମନ୍ତ୍ରୀ ଦାମ ରାଉତ ରାୟ 81 ବର୍ଷ ବୟସରେ ଶୁକ୍ରବାର ଦିନ ସକାଳ 5 ଟା 23 ମିନିଟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତ ରାୟ ଏହି ସୂଚନା ଦେଇଥିଲେ । ତେବେ ଗତ 18 ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କର ଚିକିତ୍ସା ଜାରୀ ରହିଥିଲା । ହୃଦଘାତ ପରେ ସେ ଗୁରୁତର ହୋଇ ପଡିଥିଲେ । ତାପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଯାଇଥିଲା । ଖବରର ଅପଡେଟ ପାଇବା ଏପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *