ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଲୋକ ହେଲେ ଅସନ୍ତୁଷ୍ଠ ! Election 2024! CM Naveen Patnaik

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତାତିଲେଣି ଲୋକ…ହଁ ଆଜ୍ଞା ଖବର ମୁତାବିକ ରାଜ୍ୟରେ 2024 ନିର୍ବାଚନ ପୂର୍ବରୁ ରାଜ୍ୟର ଶାସକ ଦଳ ଏଭଳି କିଛି ଘୋଷଣା କରିଛି । ଯେ ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ତେବେ ମାଗଣାରେ ବିଜୁଳୀ ମିଳିବ । ତେବେ ବିଜେଡି ଦଳର ଏହି ଘୋଷଣା ପରେ ଗାଁ ଗାଁ ରେ ଲୋକ ମାନଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମରୁଛି । ଏପରିକି ଆଜି ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଏଭଳି ସବୁ ଅପହଞ୍ଚ ଏରିଆ ରହିଛି ।

ଯେଉଁଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକ ବିଜୁଳୀ ପାଇପାରିନାହାନ୍ତି । ଏବେ ସେହି ସବୁ ଅପହଞ୍ଚ ଜିଲ୍ଲାର ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଦିନ କାଟିଥାନ୍ତି । ତେବେ ଏବେ ସେହି ସବୁ ଉପାନ୍ତ ଗ୍ରାମର ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛି ? ଯେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମାଗଣା ବିଜୁଳୀ ଏହି ସବୁ ଲୋକଙ୍କର କେଉଁ ସବୁ କାମରେ ଆସିବ ? କୋରାପୁଟ ଜିଲ୍ଲା ନାରାୟଣ ପାଟନା ବ୍ଲକରେ 8 ରୁ ଉର୍ଦ୍ଧ ଗ୍ରାମ ସବୁ ରହିଛି । ଯେଉଁ ସବୁ ଗ୍ରାମକୁ ଏବେ ପର୍ଯ୍ୟନ୍ତ ମଧ୍ୟ ବିଜୁଳୀ ଆଲୋକ ପହଞ୍ଚି ପାରିନାହିଁ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାଇ 100 ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ବିଜୁଳୀ ପରିବାରକୁ ବିଜୁଳୀ ବିଲ୍ ସଂପୂର୍ଣ୍ଣ ରୂପେ ମାଗଣା କରାଯିବ । ତେବେ ଲୋକଙ୍କ କହିବା ଅନୁଯାଇ ଯଦି ଜଣେ ମଧ୍ୟବିତ୍ତ ପରିବାର 100 ୟୁନିଟରୁ ଅଧିକ ଖର୍ଚ କରିଥାଏ । ତେବେ ସେମାନେ କାହିଁକି ସରକାରଙ୍କ ମାଗଣା ବିଜୁଳୀ ବିଲ୍ ଯୋଜନାରୁ ବଞ୍ଚିତ ହୋଇବେ ? ଯାହାକୁ ନେଇ ଗାଁ ଗାଁରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ସରକାରଙ୍କର ଏହି ମାଗଣା ବିଜୁଳୀ ଘୋଷଣା ଏକ ପ୍ରକାର ପ୍ରହସନ ବୋଲି ଲୋକେ କହୁଛନ୍ତି । ତେବେ ଗ୍ରାମର କିଛି ଲୋକଙ୍କ କହିବା ଆଧାରରେ ସରକାର ଯେଉଁ ମାଗଣା ବିଜୁଳୀ ଘୋଷଣା କରିବାକୁ ଯାଉଛନ୍ତି । ତାହାକୁ ନେଇ ତାଙ୍କୁ କ୍ଲିୟର କରି କହିବାର ଅଛି । ଯେ 100 ୟୁନିଟରୁ ଉର୍ଦ୍ଧ ବିଜୁଳୀ ଖର୍ଚ ହେଉଥିବା ଲୋକଙ୍କ ପାଇଁ ଛାଡ ଏବଂ 100 ୟୁନିଟରୁ କମ ଖର୍ଚ ହେଉଥିବା ଲୋକଙ୍କ ପାଇଁ ଛାଡ । ଏ ସବୁ ସମ୍ପର୍କରେ ସରକାର କ୍ଲିୟର ନକରି କହିବା ପର୍ଯ୍ୟନ୍ତ ଏହା ଆମକୁ ପ୍ରହସନ ସଦୃଶ ମନେ ହେଉଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *