” ମୁଁ ଛୋଟବେଳେ ସ୍ୱପ୍ନ ଦେଖିଥିଲି ଡାକ୍ତର ହେବି, ହେଲେ ସବୁବେଳେ ସ୍ୱପ୍ନ ସାକାର ହୁଏନି ” Jasmin Rath

ମୁଁ ବହୁତ ଚଣ୍ଡୀ ହେଲେ… ହଁ ଆଜ୍ଞା ଓଡିଆ ସିରିଏଲ ଦୁନିଆରେ ପାଦ ଥାପିଥିବା ଅଭିନେତ୍ରୀ ପରେ ପରେ ଅନେକ ଗୁଡିଏ ମ୍ୟୁଜିକ ଭିଡିଓ, ଫିଲ୍ମ ଓ ଏବେ ତାଙ୍କୁ ତେଲୁଗୁ ଓ ତାମିଲ ଇଣ୍ଡଷ୍ଟ୍ରିରେ ମଧ୍ୟ ଦେଖିବାକୁ ମିଳୁଛି । ସେ ହେଉଛନ୍ତି ଅଭିନେତ୍ରୀ ଜସ୍ମିନ ରଥ । ତେବେ ଏକ ଗଣ ମାଧ୍ୟମର ସାକ୍ଷାତକାରରେ ଜସ୍ମିନ କହିଛନ୍ତି । ଯେ ମୁଁ ମୋ କାମ ପାଇଁ କେବେବି ଥକି ଯାଏନାହିଁ । କାରଣ ଯେଉଁ ମାନଙ୍କ ମନରେ କାମ କରିବାର ଭୋକ ରହିଥାଏ । ସେମାନେ କେବେବି ନିଜ କାମ କରିବାରେ ଥକି ଯାଇନଥାନ୍ତି ।

ମୁଁ ସବୁବେଳେ ମୋ କାମ ପାଇଁ ପରିଶ୍ରମ କରିଥାଏ । ସେହି ଅନୁସାରେ ଭଗବାନ ମଧ୍ୟ ମୋତେ ତାହାର ସବୁ ଫଳ ଦେଇଥାନ୍ତି । ଭଗବାନଙ୍କର ମୋ ପ୍ରତି ଥିବା ଆଶ୍ରୀବାଦ ଓ ମୋ ପରିବାରର ମୋ ପ୍ରତି ଥିବା ଭଲ ପାଇବା ଯୋଗୁ ମୁଁ ଆଜି ଲୋକଙ୍କ ସାମ୍ନାରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି । ଆଗକୁ ମୋର ଫିଲ୍ମ ଚନ୍ଦ୍ରବଂଶୀ ଆସିବାକୁ ଯାଉଛି । ଯେତେବେଳେ ଏହି ଫିଲ୍ମ ପାଇଁ ଡ଼ିରେକ୍ଟର ମୋତେ କହିଥିଲେ । ସେତେବେଳେ ସେ କହିଥିଲେ । ଜସ୍ମିନ ତୁମକୁ ଏହି ଫିଲ୍ମ ପାଇଁ ନେବାର କାରଣ ହେଉଛି ।

ଯେ ତୁମ ବହୁତ ଇନୋସେଣ୍ଟ । ଏହିଭଳି ନାୟିକା ଜଣେ ଆମ ଫିଲ୍ମ ପାଇଁ ଦରକାର ଥିଲା । ହେଲେ ଡ଼ିରେକ୍ଟରଙ୍କ କଥା ଶୁଣି ମୋତେ ଲାଗିଥିଲା । ଯେ ମୁଁ ତ ବହୁତ ଚଣ୍ଡୀ । ହେଲେ ସତରେ କଣ ତାଙ୍କୁ ମୁଁ ବହୁତ ଇନୋସେଣ୍ଟ ଭଳି ଦେଖାଯାଉଛି । ମୁଁ ଛୋଟ ବେଳେ ସ୍ଵପ୍ନ ଦେଖିଥିଲି ଯେ ମୁଁ ଗୋଟେ ଡାକ୍ତର ହେବି । ସ୍ଵପ୍ନ ଦେଖିବାର ଅଧିକାର ତ ସମସ୍ତଙ୍କର ଅଛି । ହେଲେ ସ୍ଵପ୍ନ ବେଳେବେଳେ ସ୍ଵପ୍ନରେ ହିଁ ରହିଜାଇଥାଏ।

ହୁଏତ ମୋର ଗନ୍ତବ୍ୟସ୍ତଳ କିଛି ଅଲଗା ଥିଲା । ତେଣୁ ମୁଁ ଆଜି ଡାକ୍ତର ନହେଇପାରି ଅଭିନେତ୍ରୀଟିଏ ହେଇପାରିଛି । କାରଣ ଜଣେ ଅଭିନେତ୍ରୀ ହେଇକି ମୁଁ ସବୁ ପ୍ରକାର ଚରିତ୍ର ମୋ ଅଭିନୟ ଦ୍ଵାରା କରିପାରିବି । ତେଣୁ ଭଗବାନ ଆମ ମାନଙ୍କ ପାଇଁ ଯାହା ବି କିଛି ଭାବିକି କରିଥାନ୍ତି । ଆମ ମାନଙ୍କ ଭଲ ପାଇଁ ହିଁ କରିଥାନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ କରିବ ସହ ଅଭିନେତ୍ରୀ ଜସ୍ମିନ ରଥ ଆପଣଙ୍କୁ କିପରି ଲାଗନ୍ତି ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *