ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କ’ଣ ରହିବ ପ୍ରଥମ ଦାୟିତ୍ୱ ? କହିଲେ… Mohan Majhi । New CM of Odisha

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଣ ରହିବ ପ୍ରଥମ ଦାୟିତ୍ଵ ? ସୂଚନା ମୁତାବିକ ଗତକାଲି ବିଜେପିର ବୈଠକରେ ମୋହନ ମାଝିଙ୍କ ନାମ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘୋଷଣା କରାଯାଇଛି । ସାରା ଓଡିଶାର ଯାହା ଉପରେ ନଜର ରହିଥିଲା । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ? ସେହି ଅପେକ୍ଷାର ଅନ୍ତ ଘଟାଇଛି ଭାରତୀୟ ଜନତା ପାର୍ଟି । ଭାରତୀୟ ଜନତା ପାର୍ଟିର ସମସ୍ତ ବିଧାୟକ, କେନ୍ଦ୍ର ନେତା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହନ ମାଝିଙ୍କ ନାମ ଘୋଷଣା କରାଯାଇଛି ।

ତେବେ ମୋହନ ମାଝି ଶପଥ ପାଠ ନେବା ପୂର୍ବରୁ ଏଭଳି କିଛି ପ୍ରତିକ୍ରିୟା ଗଣ ମାଧ୍ୟମ ସାମ୍ନାରେ ରଖିଛନ୍ତି । ତେବେ ତାଙ୍କ କହିବା ଆଧାରରେ ଜଣେ ଆଦିବାସୀ ଲୋକ ହିସାବରେ ଏବଂ ଗରିବ ପରିବାରରୁ ଆସିଥିବା ଜନ ପ୍ରତିନିଧି ଭାବେ ଜଣେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ବହୁତ ବଡ ଖୁସିର କଥା ପାଇଁ ଅଟେ । ହେଲେ ଯେତିକି ଖୁସି ଲାଗୁଛି ସେତିକି ଦାୟିତ୍ଵ ମଧ୍ୟ ମୋ ଉପରେ ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶ୍ରୀବାଦରୁ ଓଡିଶାର ଏତେ ବଡ ଦାୟିତ୍ଵ ଆଜି ମୁଁ ନେଇଛି ।

ତେଣୁ ଓଡିଶାବାସୀଙ୍କର ଉନ୍ନତି ପାଇଁ ଆମେ ଦେଇଥିବା ସବୁ ପ୍ରତିଶ୍ରୁତିକୁ ଆମେ ନିହାତି ଭାବେ ପୂରଣ କରିବୁ । ମୁଖ୍ୟମନ୍ତ୍ରୀ ଶପଥ ପାଠ କରିସାରିବା ପରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି। ସେହି ଅନୁସାରେ ଗୋଟେ ପରେ ଗୋଟେ କାର୍ଯ୍ୟକ୍ରମ ଠିକ ଭାବେ କରାଯିବ । ମୁଖ୍ୟମନ୍ତ୍ରୀ ଶପଥ ପାଠ ନେବା ପରେ ମୋର ପ୍ରଥମ ଦାୟିତ୍ଵ ରହିବ । ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲା ଭଳି ବଡ ଗୁରୁ ଦାୟିତ୍ଵ ପ୍ରଥମେ କିଭଳି ଠିକ ଭାବେ ସୁରୁଖୁରୁରେ କରାଯିବ ଏହି କାର୍ଯ୍ୟଟି ମୋର ପ୍ରଥମ ଦାୟିତ୍ଵ ରହିବ ।

ଓଡିଶାବାସୀ ଓଡିଶାରେ ଯେଉଁ ପରିବର୍ତ୍ତନ କରିବାକୁ ଚାହିଁଥିଲେ । ଆଜି ତାହା ହୋଇପାରିଛି । ତେଣୁ ମୋଦୀଙ୍କ ଗ୍ୟାରେଣ୍ଟିକୁ ଯେଉଁ ମାନେ ଭରଷା କରି ଓଡିଶାରେ ଦୀର୍ଘ 24 ବର୍ଷର ସରକାରକୁ ବଦଳାଇ ଭାଜପା ସରକାର ଗଠନ କରିବାକୁ ଚାହିଁଥିଲେ । ନିହାତି ଭାବେ ଓଡିଶାକୁ ଦେଶର ଏକ ବିକଶିତ ରାଜ୍ୟ କରିବାର ପ୍ରତିଶ୍ରୁତିକୁ ଆମେ ପୂରଣ କରିବାକୁ ଯାଉଛୁ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଗୋଟି ଗୋଟି କରି ସବୁ ପ୍ରତିଶ୍ରୁତିକୁ ପୂରଣ କରିବାରେ ଲାଗି ପଡିବୁ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *