Mohan Majhi ଙ୍କ ସମ୍ପତ୍ତି କେତେ ? BJP । New cm of Odisha । 2024

ମୋହନଙ୍କ ସମ୍ପତ୍ତି କେତେ ? ତେବେ ଗତକାଲି ବିଜେପି ବୈଠକ ପକ୍ଷରୁ ଓଡିଶାବାସୀଙ୍କୁ ସପ୍ରାଇଜ ଦିଆଯାଇଛି । ବିଜେପି ଏଥର ଓଡିଶାରେ ବହୁମତ ପାଇଲା ପରେ ଓଡିଶାରେ ଭାଜପା ସରକାର ଗଠନ କରିଛି। ତେଣୁ ବିଜେପି ନିଜ ପକ୍ଷରୁ କେନ୍ଦୁଝର ବିଧାୟକ ମୋହନ ମାଝିଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପତ୍ନୀ ହେଉଛନ୍ତି ଜଣେ ହୋମୀୟପ୍ୟାଥିକ ଡାକ୍ତର । ଦୀର୍ଘ ଦିନ ଧରି ସେ ଏହି ସେବା ଯୋଗାଇବାପରେ ଏବେ ଚାକିରୀ ଛାଡିଛନ୍ତି।

ହଟାତ ତାଙ୍କ ସ୍ଵାମୀଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେବା ପାଇଁ ଶୁଣି ଏ ବହୁତ ଖୁସି ହୋଇଯାଇଛନ୍ତି । ତେବେ ମୋହନ ମାଝିଙ୍କ ପତ୍ନୀ ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି । ମୋ ସ୍ଵାମୀଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବ ତାହା ଆମେ କେବେବି ଭାବିନଥିଲୁ । ଯେତେବେଳେ ଏହି ଖବର ଶୁଣିବାକୁ ପାଇଥିଲୁ । ସେତେବେଳେ ଆମେ ସମସ୍ତେ ବହୁତ ଖୁସି ହୋଇଯାଇଥିଲୁ ।

ତେବେ ମୋହନ ମାଝିଙ୍କ ମାଆ ମଧ୍ୟ ନିଜ ପୁଅ ମୁଖ୍ୟମନ୍ତ୍ରୀ ହେବା କଥା ଶୁଣି ବହୁତ ଖୁସି ହୋଇଯାଇଛନ୍ତି । ସରଳ ନିରୀହ ଭାବେ ଜୀବନ ବିତାଉଥିବା ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ ମଧ୍ୟ ଏବେ ବହୁତ ଖୁସି ଅଛନ୍ତି । ତେବେ ମୋହନ ମାଝି କେନ୍ଦୁଝରର ନିର୍ବାଚିତ ବିଧାୟକ ଅଟନ୍ତି । ତାଙ୍କର ବର୍ତ୍ତମାନ ସମ୍ପତ୍ତି କ’ଣ ରହିଛି ଏହି ରିପୋର୍ଟରୁ ଜାଣନ୍ତୁ । ତାଙ୍କର ସତ୍ୟପାଠ ଅନୁସାରେ ପ୍ରାୟ 1 କୋଟି 97 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

ଏଥିରେ ତାଙ୍କ ପତ୍ନୀଙ୍କର ସମ୍ପତ୍ତି ମଧ୍ୟ ରହିଛି। ଉଭୟ ସ୍ଵାମୀ ଓ ସ୍ତ୍ରୀ ପ୍ରାୟ 95 ଲକ୍ଷ ଟଙ୍କା ରୁଣ କରିଛନ୍ତି । ତେବେ ଏହି ସର୍ଭେ ମଧ୍ୟରେ ତାଙ୍କର କୌଣସି ଆବାସିକ ଘର ନାହିଁ ବୋଲି ମଧ୍ୟ ଜଣା ପଡିଛି । ରାଜଧାନୀରେ ମଧ୍ୟ ତାଙ୍କର ଘର ନାହିଁ । ତାଙ୍କର ସ୍ତ୍ରୀ ଙ୍କ ନାମରେ ଗୋଟିଏ ପେଟ୍ରୋଲ ପମ୍ପ ରହିଛି । ତେବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆ ଭାବେ ମୁଖ୍ୟମନ୍ତ୍ରୀ ପାଇଁ ଘୋଷିତ ହୋଇଥିବା ମୋହନ ମାଝିଙ୍କ ସର୍ଭେରୁ ଏଭଳି କିଛି ସମ୍ପତ୍ତିଗତ ତଥ୍ୟ ସାମ୍ନାକୁ ଆସିଛି । ମୋହନ ମାଝି ଏବେ ଓଡିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *