“ଲକଡାଉନ ସମୟରେ Rupa Pintu ଙ୍କ ଭିଡିଓ ଦେଖୁଥିଲା ମା’, ମୁଁ ମୋବାଇଲ ଛଡେଇ ଫୋପାଡ଼ିଦେଲି… Sajit swain

ମୋ ମାଆ ରୂପା, ପିଣ୍ଟୁଙ୍କ ଭିଡିଓ ଦେଖୁଥିଲା ମୋବାଇଲ ଛଡେଇ ଫିଙ୍ଗିଦେଲି… ସୋସିଆଲ ମିଡିଆରେ ଜଣେ ପରିଚିତ ଚେହେରା ୟୁଟ୍ଯୁବର ସଜିତ ସ୍ଵାଇଁ ମିଡିଆର ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସଜିତ କହିଛନ୍ତି । ଯେ ମୁଁ ପ୍ରଥମେ ୟୁଟ୍ଯୂବରେ ଭିଡିଓ କରୁଥିଲି । ହେଲେ ଦୀର୍ଘ କିଛି ବର୍ଷ ଧରି ମୁଁ ୟୁଟ୍ଯୂବରେ ଭିଡିଓ ଅପଲୋଡ କରିବା ଛାଡିଦେଇଥିଲି । କାରଣ ମୁଁ ଜାଣିନଥିଲି । ଯେ ୟୁଟ୍ଯୂବରେ ଆଗାମୀ ସମୟରେ ଲୋକ ଭିନ୍ନ ଭିନ୍ନ ଧରଣର ଭିଡିଓ ସବୁ ପକେଇ ଯେତେ ଭିୟୁଜ କମେଇବେ ।

ସେତେ ଅଧିକ ଟଙ୍କା ପାଇବେ । ତେଣୁ ୟୁଟ୍ଯୂବରେ ଭିଡିଓ ଯେବେ ପକାଇବା ବନ୍ଦ କରିଦେଇଥିଲି ସେ ସମୟରେ ମୋତେ ଲାଗେ ମୁଁ ସବୁଠାରୁ ବଡ ଭୁଲ୍ କରିଦେଇଥିଲି । ହେଲେ ବହୁତ ୟୁଟ୍ଯୁବର ପଇସା ଇନକମ କରିବା ପାଇଁ ନିଜ ଘର ଲୋକଙ୍କୁ ବଳୀ ପକେଇ ଦେଉଛନ୍ତି । ଘରର ଯାହା ପାଉଛନ୍ତି ସେହି ଉପରେ ଟପିକ କରି ୟୁଟ୍ଯୂବରେ ଅପଲୋଡ କରି ସେଥିରୁ ଟଙ୍କା ଇନକମ କରୁଛନ୍ତି । ହେଲେ ସେମିତି ସବୁ ଭିଡିଓ ଦେଖିବାକୁ ମୋତେ ଭଲ ଲାଗେ ନାହିଁ ।

ଲକ ଡାଉନ ସମୟରେ ଥରେ ମୋ ମାଆ ରୂପା, ପିଣ୍ଟୁଙ୍କ ଭିଡିଓ ବସି ଦେଖୁଥିଲା । ମୁଁ ତା’ ହାତରୁ ଫୋନ ଛଡେଇକି ଫିଙ୍ଗି ଦେଇଥିଲି । କାରଣ କାହା ଘର କଥା ଜାଣିକି ଆମେ ସେଥିରୁ କ’ଣ ପାଇବା । ଯଦି ଲୋକ ସେମିତି ସବୁ ଭିଡିଓ ଦେଖି ନିଜର ମନୋରଞ୍ଜନ କରିପାରୁଛନ୍ତି । ତେଣୁ ତାଙ୍କର ଖୁସି ସେମାନେ ସେହିଭଳି ସବୁ ଭିଡିଓ ଦେଖିବେ । ମୁଁ ବି ଜଣେ ୟୁଟ୍ଯୁବର । ହେଲେ ମୋତେ ଏମିତି ଭିଡିଓ ବନାଇବାର ଅଛି । ଯେଉଁଥିରୁ ଲୋକ କିଛି ଶିଖିବାକୁ ଜାଣିବାକୁ ପାଉଥିବେ ।

ମୁଁ ଭିଡିଓ କରିବା ପରେ ବହୁତ ଲୋକଙ୍କର ପ୍ରେମ ସମସ୍ଯାକୁ ସମାଧାନ କରିପାରିଛି । ସେଥିପାଇଁ ଲୋକେ ମୋତେ ଲଭ ଗୁରୁ ମଧ୍ୟ ଡାକନ୍ତି । ହେଲେ ମୁଁ ଲଭ ଗୁରୁ କି ନାହିଁ ସେଇଟା ତ କହିପାରିବି ନାହିଁ । ହେଲେ ଯଦି ମୋ ଦ୍ଵାରା କାହାର କିଛି ଲଭ ସମସ୍ଯାର ସମାଧାନ କରିପାରୁଛି ତେବେ ସେଇଟା ମୋ ପାଇଁ ବହୁତ ବଡ କଥା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *