ଘଷିପୁରାରୁ ସ୍ଵାଧୀନ ଭାବେ ଲଢିବାକୁ ଯାଉଛନ୍ତି… Soumya Ranjan Patnaik

ଘଷିପୁରାରୁ ସ୍ଵାଧୀନ ଭାବେ ଲଢିବେ ସୌମ୍ୟ ! ତେବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କାର ହେବା ପରେ ବିଜେପି ତାଙ୍କୁ ଟିକେଟ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯାହା ପରେ ସେ ବିଜେପିରୁ ଘଷିପୁରା ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ଆଶାୟୀଥିଲେ । ହେଲେ ବିଜେପି ଘଷିପୁରାରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ନଦେଇ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ।

ତେଣୁ ଏଥର ନିର୍ନାଚନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜେ ସ୍ଵାଧୀନ ଭାବେ ଘଷିପୁରାରୁ ଲଢିବାକୁ ଯାଉଛନ୍ତି । ତେବେ ଏନେଇ ତାଙ୍କ ପ୍ରତିକ୍ରିୟା କଣ ରହୁଛି ସେ ବିଷୟରେ ଚାଲନ୍ତୁ ଜାଣିବା । ତେବେ ସୌମ୍ୟ ରଞ୍ଜନଙ୍କ କହିବା ଅନୁଯାଇ ସେ କୌଣସି ଦଳ ଛାଡି ନାହାନ୍ତି । ବଂର ଦଳ ତାଙ୍କୁ ବହିଷ୍କାର କରିଦେଇଛି । ଦଳରେ ରହି ମଧ୍ୟ ସେ କୌଣସି ପ୍ରକାର ଦଳ ବିରୋଦ୍ଧି କାର୍ଯ୍ୟ ମଧ୍ୟ କରିନାହାନ୍ତି ।

ଦଳରେ ରହି ଦଳକୁ କିପରି ମଜଭୁତ କରାଯାଇପାରିବ ତାହାକୁ ନେଇ ମୁଁ ଦଳକୁ ପରାମର୍ଶ ଦେଇଥାଏ । ହେଲେ କଙ୍ଗ୍ରେଶ ହେଉ କିମ୍ବା ବିଜେଡି ସେମାନେ ମୋ କଥାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ତେଣୁ ସେମାନେ ନିଜେ ମୋତେ ଦଳରୁ ବହିଷ୍କାର କରି ଦେଇଛନ୍ତି । ତେବେ ମୋତେ ଏବେ ଇଶ୍ଵରଦତ୍ତ ଏକ ସୁଯୋଗ ମିଳିଅଛି । କାରଣ ମୁଁ ବାହାରେ ରହି ନିଜର ଅଞ୍ଚଳର କଥା ଭୁଲିଯାଇଥିଲି । ତେଣୁ ଏବେ ମୁଁ କୌଣସି ଦଳରୁ ନୁହେଁ, ବଂର ସ୍ଵାଧୀନ ଭାବେ ଘଷିପୁରାରୁ ଲଢିବାକୁ ଯାଉଛି ।

ମୋ ପରିବାରର ଅନେକ ସଦସ୍ୟ ବାହାରେ ରହିଥିଲେ ମଧ୍ୟ ନିଜ ଅଞ୍ଚଳ ସହ ଅଳ୍ପ ଅଧିକ ଜଡିତ ହୋଇଥିଲେ । ହେଲେ ଯେହେତୁ ମୁଁ ମୋ କାମ ପାଇଁ ବାହାରେ ରହିଥାଏ । ତେଣୁ ନିଜ ମାତୃପିତୃ ଭୂମୀକୁ ମୁଁ ଅବହେଳା କରିଥିଲି । ଏବେ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି । ଯେଉଁ ସୁଯୋଗରେ ମୁଁ ସ୍ଵାଧୀନ ପ୍ରାର୍ଥୀ ହୋଇ ନିଜ ଘଷିପୁରା ଅଞ୍ଚଳର ଉନ୍ନତି କରିବାକୁ ଚାହୁଁଛି । ଲୋକ ମାନଙ୍କୁ ଭୟଭୀତ କରି ନୁହେଁ, ବଂର ତାଙ୍କ ମନରେ ସାହସର ବୀଜ ବୁଣି ତାଙ୍କ ମନରେ ଆତ୍ମବିଶ୍ବାସ ଆଣିବାକୁ ଚାହୁଁଛି । ଯାହାଦ୍ୱାରା ଆମେ ସମସ୍ତେ ନିଜ ଅଞ୍ଚଳର ସାହସର ଉନ୍ନତି କରିପାରିବା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *