ମନ୍ଦିର ସାମ୍ନାରେ ଠୁମ୍‌କା ଲଗାଉଥିବା ଯୁବତୀଙ୍କୁ ଝଟକା…ଅଭିନବ ଉପାୟରେ ଚାପୁଡା ମାରିଲେ ଓଡ଼ିଶୀ ଡ୍ୟାନ୍ସର…ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଶ୍ରୀ ମନ୍ଦିର ସମ୍ମୁଖରେ ଡ୍ୟାନ୍ସ କରୁଥିବା ଯୁବତୀ ଙ୍କୁ ବଡ ଝଟକା । ଅଭିନବ ଉପାୟରେ ନିଜର କମାଲ ଦେଖାଇଲେ ଓଡିଶୀ ଡ୍ୟାନ୍ସର । ତୁ ତୁ ମେ ମେ ହେଉଥିବା କଥା କଥିତ ହୋରୋଇନ ମାନଙ୍କ ମୁହଁ ରେ ବର୍ତମାନ ଚାବି । ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଓଡିଶୀ ଗୀତ ର ତାଳେ ତାଳେ ନୂପୁରର ରୁଣୁଝୁଣୁ ଶବ୍ଦ । ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଭଳିକି ଭଳି ଠାଣି ସମସ୍ତଙ୍କୁ ମୁଗ୍ଧ କରିଦେଇଅଛି ।

ଆଗରୁ ଭାଇରାଲ ହୋଇଥିବା ଆଧୁନିକ ସଂଗୀତ ରେ ଠୁମୁକା ଲଗାଉଥିବା ଏହି ଯୁବତୀ ମାନେ ଅନ୍ୟ ମାନଙ୍କ ନାମରେ ଦୋଷ ଲଦିବାକୁ ପଛାଇ ନାହାଁନ୍ତି । ତେବେ ଏହି ଡ୍ୟାନ୍ସର ଙ୍କର ଓଡିଶୀ ଛନ୍ଦ ସମସ୍ତଙ୍କୁ ପସନ୍ଦ ଆସିଥିବା ସମୟରେ ଅନେକ ଲୋକ ଏହା ଉପରେ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି । ଏହି ଓଡିଶୀ ଛନ୍ଦ ରେ ନାହୁଥିବା ଯୁବତୀ ଜଣଙ୍କ ସମସ୍ତଙ୍କ ର ମନମୋହିଛନ୍ତି ।

ତେବେ ଏହି ଯୁବତୀ ଓଡିଶୀ ଛନ୍ଦ ରେ ନାଚି ଆଧୁନିକ ସମାଜର କିଛି ଯୁବତୀ ମାନଙ୍କୁ ଉଚିତ ଶିକ୍ଷା ଦେଇପାରିଛନ୍ତି ବୋଲି କେତେକ ଲୋକେ କମେଣ୍ଟ କରିଛନ୍ତି । ତେବେ ଶ୍ରୀ ମନ୍ଦିର ସାମ୍ମୁଖରେ ଏହିଭଳି ଆଧୁନିକ ସଙ୍ଗୀତରେ କେତେ ଯୁବତୀ ମାନେ ନାଚି ବିବାଦ ଘେରରେ ଆସି ସାରିଛନ୍ତି ।

ମାତ୍ର ସେଠାରେ ପ୍ରଶାସନ ଉପସ୍ଥିତ ଥିବା ସମୟରେ ଏହା ଉପରେ ରୋକ ଲଗାଉନାହାଁନ୍ତି କ’ଣ ପାଇଁ ? କେତେ ଲୋକେ ଏହା ମଧ୍ୟ ପଚାରିଛନ୍ତି । ଶ୍ରୀ ମନ୍ଦିର ଆଖପାଖ ରେ ପୋଲିସ ପ୍ରଶାସନ କାର୍ଯ୍ୟରତ ଅଛନ୍ତି ତେବେ ସେମାନଙ୍କ ଉପସ୍ଥିତି ରେ କିଛି ଯୁବତୀ, ଯେଉଁମାନେ କି ନିଜ ନିଜ କୁ ହିରୋଇନ ବୋଲି ଭାବି ମନ୍ଦିର ସାମ୍ନା ରେ ଆଧୁନିକ ଗୀତ ରେ ନାଚୁଛନ୍ତି ସେମାନଙ୍କୁ ଅଟକାଇ ପାରୁନାହିଁ କିଭଳି ?

ଏହିଭଳି ଅନେକ ପ୍ରଶ୍ନ ଭିଉୟର୍ସ ମାନଙ୍କ ମନରେ ଆସିଛି । କିଛି ଜଗନ୍ନାଥ ପ୍ରେମୀ ଏହା ମଧ୍ୟ କହିଛନ୍ତି ଯେ ଏହିସବୁ ଦିଗ ପ୍ରତି ଧ୍ୟାନ ସଠିକ ଭାବରେ ରଖାଯାଉ । ତେବେ ଆଜି ଏହି ଯୁବତୀ ଜଣକ ଆମ୍ଭ ଓଡିଶା ର କଳା ଓଡିଶୀ ନାଚ କୁ ଶ୍ରୀ ମନ୍ଦିର ସାମ୍ନା ରେ ନାଚି ସତରେ ପ୍ରଶଂସା ର ପାତ୍ର ହୋଇଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *