ଲାଲ ଶାଢୀରେ ମହିଳା ବେଶ ରେ ସଜବାଜ ହେଇ GF ଘରେ ପଶିଲା ପ୍ରେମିକ, ଆଉ ତା’ପରେ ଯାହା ହେଲା ନା…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି । ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣା ବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ତେବେ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଘଟଣା ଟି ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ଯାହା ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ।

ଜଣେ ଯୁବକ ଏକ ବିବାହ ର ସମ୍ପୂର୍ଣ୍ଣ ମହିଳା ବେଶ ଧରି ଯାଇଥିଲେ ଯାହା ଲୋକ ମାନଙ୍କ ନଜର କୁ ଆସି ଯାଇଥିଲା ତେବେ ଏହି ବିଷୟ ରେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା । ତେବେ ତେବେ ସୂଚନା ଅନୁସାରେ ଘଟଣା ଟି ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଗୋପୀଗଞ୍ଜ କୋଟୱାଲୀ ଅଞ୍ଚଳର ଅଟେ ।

ସୂଚନା ଅନୁସାରେ ଉଦୋହି ଜିଲ୍ଲାର ଏକ ସ୍ଥାନ ରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା ଓ ବିବାହ ରେ ଉଭୟ ବର ପକ୍ଷ ଓ କନିଆଁ ପକ୍ଷ ଲୋକ ଉପସ୍ଥିତ ଥିଲେ ଆଉ ବିବାହ ରେ ଅନେକ ମହିଳା ଉପସ୍ଥିତ ଥିଲେ । ତେବେ ଠିକ୍ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଉଥିବା ସମୟ ରେ ଜଣେ ବ୍ୟକ୍ତି ଙ୍କ ନଜର ପଡ଼ିଥିଲା ଜଣେ ଯୁବକ ଙ୍କ ଉପରେ ଯିଏକି ସମ୍ପୂର୍ଣ୍ଣ ନାରୀ ବେଶରେ ବିବାହ ରେ ଉପସ୍ଥିତ ଥିଲେ ।

ତେବେ ସେହି ଯୁବକ ଜଣଙ୍କୁ ଅନେକ ଜଣ ଦେଖି ସାରିଥିଲେ ମଧ୍ୟ ସେ ନାରୀ ବେଶରେ ଥିବାରୁ ତାଂକୁ କେହି ଚିହ୍ନି ପାରୁନଥିଲେ । ଛଦ୍ମ ବେଶରେ ଆସିଥିବା ଯୁବକ ଜଣଙ୍କ ଲେହେଙ୍ଗା ପିନ୍ଧିବା ସହିତ ନକଲି କେସ ମଧ୍ୟ ଲଗାଇ ଥିଲେ ଯେଉଁଥିପାଇଁ ତାଙ୍କୁ ଚିହ୍ନିବା ସମ୍ଭବ ନଥିଲା । ତେବେ ଯୁବକ ଜଣଙ୍କ ଯେତେବେଳେ ଘରର ମହିଳା ମାନଙ୍କ ସହିତ ବସିଥିଲେ ସେମାନେ ଯୁବକ ଙ୍କ ଉପରେ ସନ୍ଦେହ କରିଥିଲେ କିନ୍ତୁ ଯୁବକ ଜଣଙ୍କ ଲେହେଂଗା ପିନ୍ଧି ଥିବାରୁ ତାଙ୍କୁ ଜାଣି ପାରି ନଥିଲେ ।

ତେବେ ଆଉ ଯେତେବେଳେ ତାଙ୍କ ପଛରେ ଥିବା ଜଣେ ମହିଳା ତାଙ୍କ ମୁଣ୍ଡ ଉପରେ ହାତ ରଖିଥିଲେ ଯୁବକ ଙ୍କ ର ନକଲି କେଶ ବାହାରକୁ ବାହାରି ଆସିଥିଲା ଆଉ ଯୁବକ ଜଣଙ୍କ ଅସଲି ପରିଚୟ ସମସ୍ତଙ୍କ ସାମ୍ନା କୁ ଆସିଥିଲା । ଯୁବକ ଙ୍କୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କାରଣ କେହି ବି ସେ ଯୁବକ କୁ ଚିହ୍ନି ନଥିଲେ ।

ତେବେ ଘର ଲୋକ ଏହା ଦେଖି ପୋଲିସ୍ କୁ ସଙ୍ଗେ ସଙ୍ଗେ ଫୋନ୍ କରିଥିଲେ ଆଉ ଏହି ସବୁ ଘଟଣା ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ । କିନ୍ତୁ ଯୁବକ ଜଣଙ୍କ ସେହି ସ୍ଥାନରୁ ବାଇକ୍ ରେ ଆସିଥିବା ଦୁଇ ଜଣ ଯୁବକ ଙ୍କ ସହିତ ଫେରାର ହୋଇ ଯାଇଥିଲା ଓ ବର୍ତମାନ ସେହି ଯୁବକ ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତେବେ ଯୁବକ ସେଠାକୁ କାହିଁକି ଛଦ୍ମ ବେଶରେ ଆସିଥିଲେ ଏହାର କାରଣ ଜଣା ପଡିନାହିଁ ପ୍ରେମ ସମ୍ପର୍କ ହୋଇଥାଏ ବୋଲି ସନ୍ଦେହ କରାଯାଉ ଅଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *