ମାଛ ପାଇଁ ଚାଳିଗଲା ଦେଢଶୁରଙ୍କ ଜୀବନ, କାନ୍ଦୁଛନ୍ତି ପରିବାର ଲୋକ….

ମାଛ ପାଇଁ ଚାଲିଗଲା ଜୀବନ ! ହଁ ଆଜ୍ଞା ଗାଁ ପୋଖରୀର ମାଛ ଖାଇବା ପାଇଁ ମନ କରିଥିଲେ । ହେଲେ ସେହି ମାଛ ହିଁ ତାଙ୍କ ଜୀବନ ନେଇଯିବ ବୋଲି ସେ କେବେଇ ଭାବିନଥିଲେ । ସାମାନ୍ୟ ମାଛ ପାଇଁ ଗାଁରେ ଏତେ ବଡ ହଙ୍ଗାମା ଖେଳିଗଲା । ଯାହା ପରେ କାନ୍ଦବୋବାଳିରେ ସାରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଏହି ମାଛ ପାଇଁ ଯାହାଙ୍କ ଜୀବନ ଚାଲିଯାଇଛି । ତାଙ୍କର ଜଣେ ସମ୍ପର୍କୀୟ ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି ।

ଯେ ପୋଖରୀରୁ ମାଛ ଆଣିକି ସେମାନେ ଖାଇଥିଲେ ହେଲେ ଆମକୁ ଦେଲେ ନାହିଁ । ଆମେ ତାଙ୍କ ସହ କିଛି ପାଟିଗୋଳ ନକରି ଚୁପ ହୋଇ ରହିଥିଲୁ । ମୋ ଦେଢଶୁର ଯିଏ ସେ କାମରୁ ଆସିକି ମାଛ ଆଣିଥିଲେ ତାକୁ ରୋଷେଇ କରି ଖାଉଥିଲେ । ସେତିକି ବେଳେ ସେହି ଗୋଷ୍ଠୀ ଆସି ମୋ ସ୍ଵାମୀ ଆଉ ମୋ ଦେଢଶୂର ଉପରକୁ ଆକ୍ରମଣ କରିଥିଲେ । ମୋ ସ୍ଵାମୀ ବର୍ତ୍ତମାନ ବହୁତ ଗୁରୁତର ଅବସ୍ଥାରେ ଅଛନ୍ତି । ହେଲେ ମୋ ଦେଢଶୁର ଆଉ ନାହାନ୍ତି ।

ତେବେ ସୂଚନା ମୁତାବିକ କିଛି ଦିନ ତଳେ ଗାଁ ପୋଖରୀରେ ମାଛ ଧରା କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳକାରୀଙ୍କ ଆକ୍ରମଣରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତ ଅଠର ବାଟିଆ ଗ୍ରାମର ସୁଧାକର ସେଟ୍ଟୀ ଓ ଗୋଲେଖ ସେଟ୍ଟୀ ଆହତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗୋଲେଖ ସେଟ୍ଟୀଙ୍କର ମୃତ୍ୟୁ ହୋଇଥିଲା ।

ହେଲେ ଜଣଙ୍କର ଜୀବନ ଚାଲିଗଲା ପରେ ବି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ବର୍ତ୍ତମାନ ସମୟରେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେଥିପାଇଁ ଥାନା ଆଗରେ ମୃତକଙ୍କର ଶବକୁ ରଖି ଉକ୍ତ ପରିବାର ଧାରଣାରେ ନ୍ୟାୟ ପାଇଁ ବସି ରହିଥିଲେ । ତେବେ ଘଟଣା ସ୍ତଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିବାର ଲୋକ ବୁଝି ନଥିଲେ । କାରଣ ନ୍ୟାୟ ପାଇବା ପାଇଁ ପରିବାର ପୁରା ଉତ୍ତେଜିତ ଅବସ୍ଥାରେ ରହିଥିଲେ । ତେବେ ପୋଖରୀରୁ ମାଛ ଧରା ଘଟଣା ପାଇଁ ଏତେ ବଡ ଅଭାବନୀୟ ଘଟଣା ଘଟିଯାଇଛି । ଯାହା ଉପରେ ଥାନାରେ ଅଭିଯୋଗ ହେଲା ପରେ ଥାନାରେ ତଦନ୍ତ ହେଇ ଘଟଣାର ସଠିକ କଣ କାରଣ ଜାଣିବା ପାଇଁ ଅନୁଧ୍ୟାନ ଜାରୀ ରହିଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *