ଶାଶୂଘରେ କାନ୍ଦୁଛି ଝିଅ, ଏପଟେ ସବୁଦିନ ପାଇଁ ଝିଅକୁ ଛାଡି ଚାଲିଗଲେ ବାପା ମା..

ଝିଅ ଶାଶୁଘରକୁ ଗଲା ବାପା, ମାଆ ଆରପାରିକୁ ଚାଲିଗଲେ । ମିଳିଥିବା ସୂଚନା ଅନୁଯାଇ ଝିଅର ବାହାଘର ହେଲା । ବାପା, ମାଆ ମଧ୍ୟ ମନ ଖୁସିରେ କନ୍ୟା ଦାନ କରିଥିଲେ । ହେଲେ ବାହାଘରର 3 ଦିନ ପରେ ଜୀବନ ହାରିଦେଲେ ବାପା ଓ ମାଆ । ଝିଅର ଚତୁର୍ଥୀ ଦିନ ବାପା, ମାଆ ଦୁନିଆ ଛାଡି ଚାଲିଗଲେ । ତେବେ 3 ଦିନ ପୂର୍ବରୁ ଉକ୍ତ ଅଞ୍ଚଳର ନିତ୍ୟାନନ୍ଦ ମହାପାତ୍ରଙ୍କ ଝିଅ ଭଲ ପାଇ ଅନ୍ୟ ଜାତିରେ ବାହା ହୋଇଥିଲେ । ବାପା, ମାଆ ଝିଅର ବାହାଘର ପାଇଁ ରାଜି ଥିଲେ ସୁଦ୍ଧା ଭାଇ ରାଜି ନଥିଲା ।

ବାହାଘର ପରେ ଝିଅକୁ ଦେଖିବ ଏପାଇଁ ବୃଦ୍ଧ ବାପା, ମାଆ ଝିଅର ଶାଶୁଘରକୁ ଯାଇଥିଲେ । ହେଲେ ଝିଅକୁ ଦେଖିକି ଘରକୁ ଆସିବା ପରେ ପୁଅ ନିଜ ବାପା, ମାଆଙ୍କୁ ଗାଳିମନ୍ଦ କରିଥିଲା । କାରଣ ପୁଅର ବିନା ଅନୁମତିରେ ଝିଅର ଶାଶୁଘରକୁ ବାପା, ମାଆ ଯାଇଥିଲେ । ତାପରେ ପୁଅ ଓ ବାପା, ମାଆଙ୍କ ମଧ୍ୟରେ ବହୁ ସମୟ ଧରି କଳହ ଲାଗି ରହିଥିଲା । ତାପରେ ଯାହାକୁ ସବୁ ସହି ନପାରି  ଏଭଳି କିଛି ଚରମ ନିଷ୍ପତ୍ତି ବାପା ଓ ମାଆ ।

ତେବେ ନିତ୍ୟାନନ୍ଦ ମହାପାତ୍ର ଓ ଶାନ୍ତିଲତା ମହାପାତ୍ର ଏହି କଳି ଝଗଡା ପରେ ଜୀବନ ହାରିଦେବାକୁ ନିଷ୍ପତ୍ତି ନେଇଥିଲେ । ତାପର ଦିନ ସକାଳୁ ସକାଳୁ ବାପା, ମାଆଙ୍କର ମୃତ ଦେହ ତାଙ୍କ ଘରୁ ବାହାରିଥିଲା । ପୋଲିସ ଘଟଣା ସ୍ତଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି । ତାପରେ ପୋଲିସ ଉକ୍ତ ପୁଅକୁ ଜବତ କରି ପଚରାଉଚରା ଜାରୀ ରଖିଛି ।

ତେବେ ନିତ୍ୟାନନ୍ଦଙ୍କ ଝିଅ ସଞ୍ଜୁକ୍ତାଙ୍କର ଛାଡପତ୍ର ପରେ ଏ ଥିଲା ଦିତୀୟ ବାହାଘର । ହେଲେ ଝିଅର ବାହାଘର ପରେ ପରେ ବାପା, ମାଆଙ୍କର ଏଭଳି ଜୀବନ ହାରିଦେବା ଘଟଣା ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ନୂଆ କରି ବାହା ହୋଇଥିବା ନବ ବିବାହିତା ଝିଅ ସଞ୍ଜୁକ୍ତା ବାପା, ମାଆଙ୍କର ମୃତ୍ୟୁ ଖବର ଶୁଣି ଦୁଃଖରେ ମର୍ମାହତ ହୋଇପଡିଛନ୍ତି । କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ସୋନିଆ ସାହିରେ ଏଭଳି କିଛି ହୃଦୟବିଦାରକ ଘଟଣା ଘଟିଯାଇଛି । ଖବରର ଅପଡେଟ ପାଇଁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *