ଛିଣ୍ଡି ଗଲା ସିଟ ଅଙ୍କ ହେଉଛି ମେଣ୍ଟ ! ରାଜ୍ୟ ରାଜନୀତିକୁ ବର୍ତ୍ତମାନ ସମୟରେ ଖୁବ ଚର୍ଚା ହେବାରେ ଲାଗିଛି । ତେବେ ରାଜ୍ୟ ରାଜନୀତିରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଚର୍ଚା ଯାହା ସାମାନ୍ୟ କମିଯାଇଥିବାର ଦେଖିବାକୁ ମିଳିଥିଲା । ତାହା ଏବେ ପୁଣି ଥରେ ଆରମ୍ଭ ହୋଇଯାଇଛି । ପୁଣି ଥରେ ରାଜ୍ୟ ବିଜେପି ନେତାଙ୍କ ଦିଲ୍ଲୀ ଗସ୍ତ । ହଟାତ ସେମାନଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ରାଜ୍ୟ ବିଜେପିର ଛାମୁଆ ନେତା ମାନେ ତୁରନ୍ତ ଯାଇ ଦିଲ୍ଲୀରେ ପହଞ୍ଚିଛନ୍ତି ।
ତେବେ ଏହି ସବୁ କଥା ବର୍ତ୍ତମାନ ମେଣ୍ଟ ଚର୍ଚାକୁ ଖୁବ ଅଧିକ ବଢାଇ ଦେଇଛି । କାରଣ ଗତ ଶୁକ୍ରବାର ହିଁ ଦିଲ୍ଲୀରୁ ରାଜ୍ୟ ବିଜେପିର ନେତା ମାନେ ଫେରିଥିଲେ । ତାପରେ ସେଠାରୁ ଫେରୁ ଫେରୁ ଏହି ମେଣ୍ଟ ଚର୍ଚାକୁ ମନମୋହନ ସାମଲ ଖଣ୍ଡନ କରିଥିଲେ । ତାଙ୍କ କହିବା ଆଧାରରେ ଦିଲ୍ଲୀ ବୈଠକରେ ମେଣ୍ଟ ହେବ ଅକଥା ନେଇ କୌଣସି ପ୍ରକାର ଆଲୋଚନା କରାଯାଇନାହିଁ । ନିର୍ବାଚନରେ ଦଳ ଏକାକୀ ଲଢି ସରକାର ଗଠନ କରିବା ଲାଗି ଏହି କଥା ସେ ଦୃଢତାର ପ୍ରକାଶ କରିଥିଲେ ।
ଶନିବାର ଦିନ ପୁଣି ଥରେ ସେ ଭଦ୍ରକରେ ମେଣ୍ଟ ଚର୍ଚାକୁ ଖଣ୍ଡନ କରିଥିଲେ । ଏଥିସହ ଏପରି କିଛି ପ୍ରଶ୍ନ କରିଥିଲେ ? ଯେ ଏହି ମେଣ୍ଟ କଥା ଭଳି ଗୁଜବ କିଏ ପ୍ରଥମେ ପ୍ରକାଶ କରିଛି । ତାଙ୍କ ପରେ ରାଜ୍ୟ ବିଜେପି ନିର୍ଚାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏହି ପ୍ରସଙ୍ଗରେ ସମାନ ମନ୍ତବ୍ୟ ଦେଇଥିଲେ । ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ତେବେ ମେଣ୍ଟ ପ୍ରସଙ୍ଗକୁ ନେଇ ବିଜେପି ଏହି କଥାକୁ ବାରମ୍ବାର ଖଣ୍ଡନ କରୁଥିବା ବେଳେ କିନ୍ତୁ ବିଜେଡି ଦଳର କିଛି ନେତାଙ୍କ କଥାରୁ ଯାହା ସ୍ପଷ୍ଠ ହୋଇଯାଉଛି ।
ଯେ ମେଣ୍ଟ କଥା ବା ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ମେଣ୍ଟ ପ୍ରସଙ୍ଗ ଆଲୋଚନା ହେଉଛି । ତାହା ଗୁଜବ ନୁହେଁ ବଂର ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କଥା ଉଠିଥିଲା । ହେଲେ ଏ ନେଇ କିଛି ଭଲ ଭାବେ ସ୍ପଷ୍ଠ ହୋଇପାରିନଥିଲେ ମଧ୍ୟ ଦିଲ୍ଲୀରୁ ଡାକରା ଆସିବା ପରେ ବିଜେପିର ଛାମୁଆ ନେତା ମଧ୍ୟ ବର୍ତ୍ତମାନ ଦିଲ୍ଲୀ ଗ୍ରସ୍ତରେ ଅଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।