ଲାଫିଙ୍ଗ ବୁଦ୍ଧ ଘରେ କେଉଁଠି ରଖିଲେ ଧନର ବୃଦ୍ଧି ହୋଇଥାଏ… Laughing Buddha Vastu Tips

ବନ୍ଧୁଗଣ ଆପଣ ମାନେ ଲାଫିଙ୍ଗ ବୁଦ୍ଧ ନିହାତି ଭାବେ ଦେଖିଥିବେ । ଲାଫିଙ୍ଗ ବୁଦ୍ଧ ମାର୍କେଟରେ ଅନେକ ପ୍ରକାରର ଦେଖିବାକୁ ମିଳିଥାନ୍ତି । ଏହି ଲାଫିଙ୍ଗ ବୁଦ୍ଧକୁ ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ରଖିବାର ମଧ୍ୟ ଖାସ୍ ଫାଇଦା ରହିଥାଏ । ଯଦି ଆପଣ ମାନେ କେଉଁ ପ୍ରକାର ଲାଫିଙ୍ଗ ବୁଦ୍ଧ କେଉଁ ସ୍ଥାନରେ ରଖିବା ଉଚିତ ଜାଣିପାରିବେ । ତେବେ ଆପଣଙ୍କର ସବୁ ଧନ ଜନିତ ପ୍ରୋବ୍ଲେମ ଦୂର ହୋଇଯିବ । ତେବେ ଏହି ଲାଫିଙ୍ଗ ବୁଦ୍ଧ କିପରି ଓ କେଉଁ ଠାରେ ରଖିବା ଦ୍ଵାରା ଧନବର୍ଷା ହୋଇଥାଏ ଚାଲନ୍ତୁ ଜାଣିବା ।

1- ଯଦି ଏକ ଲାଫିଙ୍ଗ ବୁଦ୍ଧ ହାତରେ ମୋତିହାର ଧରି ବସିରହିଥିବାର ଦେଖିବାକୁ ପାଆନ୍ତି । ଏହିପରି ଲାଫିଙ୍ଗ ବୁଦ୍ଧଙ୍କୁ ଘରର ମୁଖ୍ୟଦ୍ଵାରରେ 2 ରୁ 3 ଇଞ୍ଚ ଉଚ୍ଚର ଏକ ଷ୍ଟୁଲ ଉପରେ ରଖନ୍ତୁ । ଯେପରି ତାଙ୍କର ମୁହଁ ବାହାର ପଟକୁ ହୋଇ ରହୁଥିବ ସେଥିଉପରେ ଧ୍ୟାନ ରଖିବାକୁ ପଡିବ । ଏପରି ଭାବେ ଲାଫିଙ୍ଗ ବୁଦ୍ଧ ରଖିବା ଦ୍ଵାରା ଘରେ ପଜିଟିଭ ଶକ୍ତି ବଢିଥାଏ । ଘରର ସୁଖ, ସମୃଦ୍ଧି ବୃଦ୍ଧି ପାଇବାରେ ଲାଗେ । ସମସ୍ତଙ୍କ ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ ।

2- ଯେଉଁ ଲାଫିଙ୍ଗ ବୁଦ୍ଧ ହାତରେ ଏକ ପୂର୍ଣ୍ଣ ଥଳୀ ଧରିଥିବ । ତାହାକୁ ଆପଣ ନିଜ ଦୋକାନ, ଅଫିସ ତଥା ନିଜର କାର୍ଯ୍ୟକ୍ଷେତ୍ରରେ ରଖିପାରିବେ । ତେବେ ଏହାକୁ ମଧ୍ୟ ମୁଖ୍ୟଦ୍ଵାର ପାଖରେ ରଖନ୍ତୁ । ଏପରି ଲାଫିଙ୍ଗ ବୁଦ୍ଧ ଧନକୁ ଚୁମ୍ବକ ପରି ଆକର୍ଷିତ କରିବାରେ ସାହାଜ୍ଯ କରିଥାଏ । ଯାହା ଦ୍ଵାରା ଦୋକାନ ହେଉ ଅଫିସ ଆପଣଙ୍କ ଲାଭ ହିଁ ହୋଇଥାଏ ।

3- ଯେଉଁ ବ୍ୟକ୍ତି ନିଜ ଜୀବନରେ ସଫଳ ହେବା ପାଇଁ କୌଣସି ନିଷ୍ପତ୍ତି ନେଇପାରୁନଥାଏ । ସବୁବେଳେ କିଛି ନା କିଛି କଥା ପାଇଁ ଦ୍ଵନ୍ଦରେ ରହୁଥାଏ । ତେବେ ଏଭଳି ଲୋକ ଧାତୁରେ ନିର୍ମିତ ଏକ ଲାଫିଙ୍ଗ ବୁଦ୍ଧକୁ ନିଜ ଘରେ ହେଉ ଅବା କର୍ମ କରୁଥିବା ସ୍ଥାନରେ ରଖନ୍ତୁ । ଯାହା ଦ୍ଵାରା ବ୍ୟକ୍ତିର ନିଷ୍ପତ୍ତି ନେବାର ଦକ୍ଷତା ବଢିଥାଏ । ହେଲେ ଭଙ୍ଗା କି ଧୁଳିମଳି ଜମା ଲାଫିଙ୍ଗ ବୁଦ୍ଧ ନରଖି ଭଲ ଆଉ ପରିଷ୍କାର ଥିବା ଲାଫିଙ୍ଗ ବୁଦ୍ଧଙ୍କୁ ହିଁ ରଖନ୍ତୁ ।

4- ଘରେ ଯଦି ବହୁ ସମୟରେ ଝଗଡା ଲାଗି ଅଶାନ୍ତି ସୃଷ୍ଟି ହେଉଥାଏ । ତେବେ ଧ୍ୟାନମୁଦ୍ରାରେ ଥିବା ଏକ ଲାଫିଙ୍ଗ ବୁଦ୍ଧ ଆଣି ଘରେ ରଖନ୍ତୁ । ଯାହା ଆପଣଙ୍କ ଘରେ ଶାନ୍ତିର ବାତାବରଣ ଆଣିଥାଏ ।

5- ଯେଉଁ ମାନଙ୍କର ସନ୍ତାନ ପ୍ରାପ୍ତିରେ ଅସୁବିଧା ହେଉଥିବ । ସେମାନେ ନିଜ ବେଡରୁମରେ ଏପରି ଏକ ଲାଫିଙ୍ଗ ବୁଦ୍ଧ ରଖନ୍ତୁ । ଯେଉଁ ଲାଫିଙ୍ଗ ବୁଦ୍ଧ ହାତଏ ଏକ ପୁଟୁଳୀ ଓ ତା’ ଉପରେ ବସି କିଛି ଛୁଆ ଖେଳୁଥିବ । ଯାହା ଦ୍ଵାରା ସେହି ଦମ୍ପତ୍ତି ଖୁବ ଶୀଘ୍ର ସନ୍ତାନ ହେବାର ଖୁସି ଖବର ଶୁଣିବାକୁ ପାଇଥାନ୍ତି । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *