ଏମ୍ସରେ ମଉସା ପଡିଛନ୍ତି, କିଣିକି ଖାଇବାକୁ ପଇସା ନାହିଁ, ଏଠି ଡାକିକି ଆଣି ଖାଇବାକୁ ଦେଉଛନ୍ତି…

ପାଖରେ ପଇସା ନାହିଁ କିଣିକି ଖାଇ ପାରୁନାହିଁ, ଇଏ ଆମକୁ ଡାକିକି ଖୁଆଉଛନ୍ତି । ହଁ ଆଜ୍ଞା ବର୍ତ୍ତମାନ ସମୟରେ ଅନେକ ଲୋକ ଏପରି ମଧ୍ୟ ରହିଛନ୍ତି । ଯେଉଁ ମାନେ କି ମାନବଙ୍କର ସେବାକୁ ମାଧବର ସେବା ବୋଲି ମାନୁଛନ୍ତି । ତେବେ ସେଭଳି କିଛି ସମାଜସେବା କରୁଥିବା ଲୋକ ଲୋକଙ୍କୁ ସପ୍ତାହରେ 2 ଥର ମାଗଣା ଖାଇବାକୁ ଦେବାର ବ୍ୟବସ୍ତା କରିଛନ୍ତି । ତେବେ ଭୁବନେଶ୍ବରର ଏମ୍ସ ହସ୍ପିଟାଲ ପାଖରେ କିଛି ସମାଜସେବା କରୁଥିବା ଲୋକ ଏକଜୁଟ ହୋଇ ଗରିବ ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରୁଛନ୍ତି ।

ତେବେ ସେଠାରେ ଖାଇକି ଉପକୃତ ହୋଇଥିବା ଜଣେ ମାଉସୀ କଣ କହୁଛନ୍ତି ଜାଣନ୍ତୁ । ତେବେ ମାଉସୀଙ୍କ କହିବା ଅନୁଯାଇ ତାଙ୍କ ସ୍ଵାମୀଙ୍କ ଦେହ ଅସୁସ୍ଥ ଥିବାରୁ ସେ ଏମ୍ସ ମେଡିକାଲରେ ରହିଛନ୍ତି । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ସବୁବେଳେ ବାହାର ଦୋକାନ କି ହୋଟେଲ ମାନଙ୍କରୁ କିଣିକି ଖାଇବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ତେବେ ଏଠାରେ କିଛି ସହୃଦୟ ବ୍ୟକ୍ତି ଗରିବ ଲୋକଙ୍କ ପାଇଁ କିଛି ଖାଇବାର ବ୍ୟବସ୍ଥା କରିଛନ୍ତି । ଗରିବ ଲୋକ ମାନଙ୍କୁ ଡାକିକି ଏଠାରେ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ।

ତେବେ ଲୋକଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା କରୁଥିବା ଟିମର ଜଣେ ମେମ୍ବର କହିଛନ୍ତି । ଯେ ଲୋକ ମାନେ କେତେ ଦୂର ଦୂର ବାଟରୁ ମେଡିକାଲକୁ ଆସୁଛନ୍ତି । ତାଙ୍କ ସହ ତାଙ୍କର କେହି ପରିବାର ଲୋକ ମଧ୍ୟ ଆସୁଛନ୍ତି । ସେମାନଙ୍କର ଖାଇବାରେ ବହୁତ କିଛି ଅସୁବିଧା ହୁଏ ବୋଲି ମୁଁ ଦେଖିଛି । ତେଣୁ ମୁଁ ଏବଂ ଆମର କିଛି ଲୋକ ମିଶିକି ଏମ୍ସ ହସ୍ପିଟାଲ ସାମ୍ନାରେ ଗରିବ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଛୁ ।

ଲୋକ ଏଠାକୁ ଆସି ଆମ ପାଖରେ ଖାଇଲେ ଆମକୁ ମଧ୍ୟ ତାଙ୍କୁ ଖୁସି ହୋଇ ଖାଉଥିବାର ଦେଖି ବହୁତ ଖୁସି ଲାଗୁଛି । ସେହି ସବୁ ଲୋକ ତାଙ୍କର ସୁଖ ଓ ଦୁଃଖ ଆମ ସହ ବାଣ୍ଟୁଛନ୍ତି । ତେଣୁ ସପ୍ତାହକୁ ଆମେ 2 ଥର ଲୋକଙ୍କୁ ଏଠାରେ ମାଗଣାରେ ଖାଇବାକୁ ଦେଇଥାଉ । ସେହି ଭିତରେ ବହୁତ ଲୋକଙ୍କ ସହ ଆମର ଭଲ ସମ୍ପର୍କ ମଧ୍ୟ ହୋଇସାରିଛି । ସମସ୍ତେ ଆମେ ମିଳିମିଶି ଭାଇଚାରା କରିକି ଖୁସିରେ ରହିଲେ ଆମକୁ ବହୁତ ଭଲ ଲାଗେ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *