ମୋର ଭୁଲ୍ ହୋଇଯାଇଛି, 3 ଦିନ ଉପାସ ରହି ପଶ୍ଚାତାପ କରିବି… Sambit Patra

ମୋ ଭୁଲ୍ ପାଇଁ 3 ଦିନ ଉପାସ ! ସୂଚନା ମୁତାବିକ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁରୀ ଆଗମନ ସମୟରେ ପୁରୀ ବଡଦାଣ୍ଡରେ ବିଶାଳ ଜନସମୁଦ୍ର ଦେଖିବାକୁ ମିଳିଥିଲା । ତେବେ ସେହି ସମୟରେ ଅତି ଉତ୍ସାହର ସହ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଅନେକ ମିଡିଆ ସାମ୍ନାରେ ବାଇଟ ଦେଇଥିଲେ । ତେବେ ତାଙ୍କର ବାଇଟ ଦେବା ସମୟରେ ତାଙ୍କ ମୁହଁରୁ ଏଭଳି କିଛି ଭୁଲ୍ କଥା ଅଜାଣତରେ ବାହାରି ଯାଇଥିଲା ।

 

ଯେଉଁଥି ପାଇଁ ସେ ବହୁତ ଦୁଃଖୀତ ହୋଇବା ସହ ଏହାକୁ ନେଇ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ତେବେ ସମ୍ବିତ ପାତ୍ର ଏତେ ଜନ ଗହଳି ମଧ୍ୟରେ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ କହିବା ବଦଳରେ ଭୁଲ୍ ବଶତଃ ମୋଦୀଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଯାଇଥିଲା । ଏହି ଭୁଲ ପାଇଁ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗିଛନ୍ତି । ଏହି ଭୁଲ୍ ର ପଶ୍ଚାତାପ କରିବାକୁ ଯାଇ ସେ ତିନି ଦିନ ଉପବାସ ମଧ୍ୟ କରିବେ ବୋଲି ଜଣାଇଛନ୍ତି ।

ତେବେ ସମ୍ବିତ ପାତ୍ର ଯେତେବେଳେ ନିଜର ଭୁଲ୍ ବିଷୟରେ ଜାଣିବାକୁ ପାଇଥିଲେ । ଯେ ତାଙ୍କ ମୁହଁରୁ ଭୁଲ୍ ରୁ ଏମିତି କିଛି ଉଚ୍ଚାରଣ ଅଇଯାଇଛି । ସେତେବେଳେ ସେହି ପ୍ରସଙ୍ଗକୁ ନେଇ ବହୁତ ଦୁଃଖୀତ ହୋଇଥିଲେ । ତେଣୁ ସେ ତାଙ୍କର ଭୁଲ୍ କୁ ନଲୁଚାଇ ସଙ୍ଗେ ସଙ୍ଗେ ନିଜର ଭୁଲ୍ କୁ ମଧ୍ୟ ସ୍ଵୀକାର କରିଥିଲେ । ଶ୍ରୀ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ସେ କୌଣସି ମଧ୍ୟ ଇଆଡୁ ସିଆଡୁ କଥା କହିବାକୁ ଚାହୁଁନଥିଲେ ।

 

ହେଲେ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ କହିବା ବଦଳରେ ଭୁଲ୍ ବଶତଃ ମୋଦୀଙ୍କ ଭକ୍ତ ଜଗନ୍ନାଥ କହିଦେଇଥିବାରୁ ସେ ପ୍ରଭୁ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବ ସହ ଭୁଲ୍ ର ପଶ୍ଚାତାପ କରିବାକୁ ଯାଇ ସେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଉପବାସ କରିବେ ବୋଲି ମଧ୍ୟ କହିଛନ୍ତି । ଏହାଛଡା ତାଙ୍କ କଥା ପାଇଁ ସେ ଜଗନ୍ନାଥ ପ୍ରେମୀଙ୍କ ପାଖରେ ମଧ୍ୟ ନିଜର ଭୁଲକୁ ସ୍ଵୀକାର କରି ପଶ୍ଚାତାପ କରିବାକୁ ଚାହିଁଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *