ପକାଇଲା ଛେପକୁ ପୁଣି ଢୋକିଲେ ବରିଷ୍ଠ ନେତା Suresh Raut ray

ପକାଇଲା ଛେପ ଢୋକିଲେ ସୁର ! ହଁ ଆଜ୍ଞା ବିଗତ ଦିନ ମାନଙ୍କରେ ବରିଷ୍ଠ ନେତା ସୁର ରାଉତରାୟ ବିଜେଡି ନେତା ମାନଙ୍କୁ ବିଶେଷ କରି ଭିକେ ପାଣ୍ଡିୟାନଙ୍କୁ ଅନେକ ଥର ଟାର୍ଗେଟ କରି ମନ୍ତବ୍ୟ ଦେଇଛନ୍ତି । ହେଲେ ବର୍ତ୍ତମାନ ସୁର ନିଜ ପୁତ୍ର ମୋହରେ ଏତେ ମାତ୍ରାରେ ଭାସିଯାଇଛନ୍ତି । ଯେ ନିଜ ପକାଇଲା ଛେପକୁ ମଧ୍ୟ ଢୋକିବାକୁ ସେ ପ୍ରସ୍ତୁତ ଅଛନ୍ତି । ତେବେ ଏଠାରେ ଆପଣ ମାନଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ଏହି କଥାର ଅର୍ଥ ହେଉଛି ।

ଜଟଣୀରେ ଆୟୋଜିତ ହୋଇଥିବା ବିଜେଡି ସଭାରେ ସୁର ରାଉତରାୟ ଛିଡା ହୋଇ ନିଜ ପୁଅ ପାଇଁ ଭୋଟ ମାଗୁଛନ୍ତି । ଏଥିସହ ଭିକେ ପାଣ୍ଡିୟାନ ମଞ୍ଚକୁ ଆସିବା ନେଇ ତାଙ୍କୁ ସ୍ଵାଗତ ମଧ୍ୟ କରିଲେ । ଗତ ଏପ୍ରିଲ ମାସ 15 ତାରିଖରେ କଙ୍ଗ୍ରେଶ ସୁର ରାଉତରାୟଙ୍କୁ ନିଜ ଦଳରୁ ବହିଷ୍କାର କରିଥିଲା । ବିଶ୍ରୂଙ୍ଖଳିତ ଆଚରଣ ଓ ଦଳ ବିରୋଦ୍ଧି କାମ ପାଇଁ ଦଳରୁ ସୁର ରାଉତରାୟଙ୍କୁ ବହିଷ୍କାର କରାଯାଇଥିଲା । ଯେତେବେଳେ ସୁର ଦଳରୁ ବହିସ୍କୃତ ହୋଇଥିଲେ ।

ସେତେବେଳେ କଙ୍ଗ୍ରେଶ ଦଳର ପୁରା ନେତୃବୃନ୍ଦଙ୍କ ଉପରେ କିନ୍ତୁ ଧୂମ ବର୍ଷିଥିଲେ । ଏଥିସହ ସେ ଜଣେ ଦଳର ଶ୍ରୁଙ୍ଖଳିତ କର୍ମୀ ବୋଲି ମଧ୍ୟ ଦୃଢୋକ୍ତିର ସହ କହିଥିଲେ । ଏହା ସହ ସୁର ଏହା ମଧ୍ୟ କହିଥିଲେ । ଯେ ମୋ ପୁଅ ଅନ୍ୟ ଦଳରୁ ସାଂସଦ ଟିକେଟ ପାଇଲା ବୋଲି କଣ ମୁଁ ଦଳରୁ ସସ୍ପେଣ୍ଡ ହୋଇଜିବି । ମୋ ଉପରେ କିଛି ଇନକ୍ଵାରୀ ନକରି ମୋତେ ଦଳରୁ ବହିଷ୍କାର କରିବାକୁ କଙ୍ଗ୍ରେଶ ଦଳର ସାହସ କିପରି ହେଲା ?

ଏଭଳି କିଛି ମତ ସେତେବେଳେ ସୁରଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଯେତେବେଳେ ସୁର ଦଳରୁ ନିକଟରେ ବହିଷ୍କୃତ ହୋଇଥିଲେ । ହେଲେ ଏବେ ଦୃଶ୍ୟ କିଛି ଏପରି ଦେଖିବାକୁ ମିଳିଥିଲା । ଯେ ଯେଉଁ ନେତା ଦିନେ ବିରୋଦ୍ଧି ଦଳରେ ରହି ଶାସକ ଦଳର ନେତା ବିଶେଷ କରି ପାଣ୍ଡିୟାନଙ୍କୁ ଟାର୍ଗେଟ କରି ବହୁ କଟୁ କଥା କହୁଥିଲେ । ହେଲେ ଏବେ ସେହି ନେତା ଜଟଣୀରେ ଆୟୋଜିତ ହୋଇଥିବା ବିଜେଡି ସ୍ଟେଜରେ ଚଢି ନିଜ ପୁଅ ପାଇଁ ଭୋଟ ମାଗିବା ସହ ଭିକେ ପାଣ୍ଡିୟାନଙ୍କ ସଭା ସ୍ଟେଜ ଉପରକୁ ଆସିବା ନେଇ ତାଙ୍କୁ ସ୍ଵାଗତ କରିବାକୁ ମଧ୍ୟ ସୁର ପଛ ଘୁଞ୍ଚା ଦେଉନାହାନ୍ତି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *