କିଏ ଥିଲେ ସେହି ଯବାନ ଯିଏ ବାପା ପରି ଗେଲ୍ହାରେ ଡାକୁଥିଲେ ରାହୁଲଙ୍କୁ ଆଉ କହୁଥିଲେ ‘ରାହୁଲ ବେଟା ମେଁ ଆ ରାହା ହୁଁ…’ ଏ ନେଇ କଣ କହିଲେ Rahul ଙ୍କ ବାପା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବୋରୱେଲରେ ଫସିଥିବା ଦିବ୍ୟାଙ୍ଗ ବାଳକ ରାହୁଲ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଗାତ ଭିତରେ ରାହୁଲ 105 ଘଣ୍ଟାରୁ ଅଧିକ ସମୟ ସଂଘର୍ଷ କରିବା ପରେ ଏବେ ନିଜ ଜୀବନକୁ ଫେରି ପାଇଛି । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲ ଗାତରେ ଫସିଯାଇଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ମିସନ ରାହୁଲ । ରାହୁଲକୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ନିଯୁକ୍ତ କରଯାଇଥିଲା ।

ଏହା ପରେ ଏହି ଉଦ୍ଧାର କାର୍ଯ୍ୟରେ ରୋବୋଟିକ ଟିମ ଓ ଭାରତୀୟ ସେନା ମାନେ ବି ଯୋଗ ଦେଇଥିଲେ । 4 ଦିନ ଯାଏଁ ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଶୋକାକାଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ପଟରେ ରାହୁଲର ବାପା-ମା ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ବନ୍ଧୁଗଣ ହାର ମାନି ନଥିଲା ରାହୁଲ ଓ ପ୍ରଶାସନ ।

ଶେଷରେ ରାହୁଲକୁ ଗତ ପହଡଦିନ ରାତିରେ ଉଦ୍ଧାର କରାଯାଇ ଥିଲା ଆଉ ଏବେ ରାହୁଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାହୁଲର ବାପା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ରାହୁଲର ବାପା କହିଛନ୍ତି-‘ଭଗବାନ ଜଗନ୍ନାଥ କଟକ ଏନଡିଆରଏଫ ଟିମ ସାଜି ଆସି ମୋ ପୁଅକୁ ବଞ୍ଚେଇଲେ ।

ଏନଡିଆରଏଫ ଟିମର ଜଣେ ଯବାନ ବୋରୱେଲର ଉପର ଅଂଶରୁ ଏକ ଦଉଡିରେ ରାହୁଲକୁ ଖାଦ୍ୟ ଦେଉଥିଲେ । ଆଉ ପାଞ୍ଚ ଦିନ କାଳ ସେ ଚିତ୍କାର କରି କହୁଥିଲେ ରାହୁଲ ବେଟା ସୁନୋ ବେଟା ଖାଲୋ ବେଟା । ଏହି କଥା ସେ ପାଞ୍ଚ ଦିନ ପର୍ଯ୍ୟନ୍ତ ଚିତ୍କାର କରି କହୁଥିଲା’ । ବନ୍ଧୁଗଣ ଯେଉଁ ଏନଡିଆରଏଫ ଯବାନ ଜଣକ ଏଭଳି କାମ କରିଛନ୍ତି ତାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆପଣ ମାନେ ବି ଏହି ଭିଡିଓରେ ଯବାନ ଜଣକ କଣ କରୁଛନ୍ତି ଟିକେ ଭଲରେ ଦେଖନ୍ତୁ । ଯବାନ ଜଣକ କିଭଳି ରାହୁଲ ବେଟା କହି ଚିତ୍କାର କରୁଛନ୍ତି ଦେଖନ୍ତୁ । ରାହୁଲ ମନରେ ଶକ୍ତି ଭରିବା ପାଇଁ ଏହି ଏନଡିଆରଏଫ ଯବାନ ଜଣକ ଅନବରତ ପ୍ରୟାସ କରୁଥିଲେ । ରାହୁଲ ବଞ୍ଚିବା ପଛରେ ଏହି ଏନଡିଆରଏଫ ଯବାନ ଜଣକଙ୍କର ବି ବହୁତ ବଡ ଭୂମିକା ରହିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *