ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ଗୋଟିଏ ଘଟଣାର ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।
ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି ।
ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଆସିଛି ଏକ ବଡ ଖବର । ଜଣେ ସାମ୍ବାଦିକ ଉଦ୍ଧାରକାରୀ ଦଳ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସାମ୍ବାଦିକ ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘କଟକରୁ ଯେଉଁ ଯବାନ ମାନେ ଆସିଥିଲେ ସେ ମୋ ଛୁଆ ସହ ଇମୋସନାଲ ଆଟାଚ ରଖିଥିଲେ ।
କାରଣ ବୋରୱେଲର ଉପର ଅଂଶରେ ଏନଡିଆରଏଫ ଟିମ ସମସ୍ତ ଦାୟିତ୍ଵ ବୁଝୁ ଥିଲା । କଟକରୁ ଆସିଥିବା ଏନଡିଆରଏଫ ଟିମ ବୋରୱେଲ ଉପରୁ ଲଗାତାର ଛୁଆ ସହ କଥାବାର୍ତ୍ତା କରିବା ପାଇଁ ଚେଷ୍ଟା କରୁଥିଲେ । ଲଗାତାର ସେ ରାହୁଲକୁ କହୁଥିଲେ, ପୁଅ ରାହୁଲ ଏଇଟା ଖାଇ ଦିଅ ଆଉ ଖାଇବା ଜିନିଷ ବି ଉପରୁ ତାକୁ ଦେଉଥିଲେ । ପାଞ୍ଚ ଦିନ ପର୍ଯ୍ୟନ୍ତ ରାହୁଲ ସହ ସବୁଠାରୁ ଅଧିକ ସମ୍ପର୍କ ଏନଡିଆରଏଫ ଟିମର ଥିଲା ।
ରାହୁଲଙ୍କ ବାପା ବି କହିଛନ୍ତି ଭଗବାନ ଜଗନ୍ନାଥ ଏନଡିଆରଏଫ ଟିମର ରୂପ ନେଇ ଏଠାକୁ ଆସିଥିଲେ ଆଉ ତାଙ୍କ ପୁଅକୁ ବଞ୍ଚେଇ ଥିଲେ । ତେଣୁ ଏମିତିରେ କହିହେବ ରାହୁଲ ଭଗବାନ ଜଗନ୍ନାଥଙ୍କ ସହ ଜଡିତ ଅଛି । ଆଉ ଏନଡିଆରଏଫ ଟିମ ରାହୁଲ ସହ ଭାବନାତ୍ମକ ମୂଳରେ ବହୁତ ଆଟାଚ ଥିଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସାମ୍ବାଦିକ ଜଣକ ନିଜର ବୟାନ ଦେଇଛନ୍ତି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।