ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଥିବା Laxman Bag କିଏ ? ଯାହାଙ୍କୁ ନେଇ ସବୁଆଡେ ଚର୍ଚା !

କିଏ ଏହି ଲକ୍ଷ୍ମଣ ବାଗ୍ ? କଣ୍ଟାବାଞ୍ଜିରେ ଖୋଦ ନବୀନ ପଟ୍ଟନାୟକଙ୍କୁ ହରାଇ କଣ୍ଟାବାଞ୍ଜିର ବିଧାୟକ ପଦକୁ ଆସିଥିବା ଲକ୍ଷ୍ମଣ ବାଗ୍ ଙ୍କୁ ନେଇ ଏବେ ସବୁଆଡେ ଚର୍ଚା ହେବାରେ ଲାଗିଛି । କାରଣ ଲକ୍ଷ୍ମଣ ହେଉଛନ୍ତି ସାଧାରଣ ଜଣେ ଚାଷୀ ନେତା । ହେଲେ ଅପର ପକ୍ଷରେ ନବୀନ ପଟ୍ଟନାୟକ ଜିଏକି ତାଙ୍କ ଶାସନ କାଳ ମଧ୍ୟରେ କେବେବି ପରାଜୟର ସାମ୍ନା କରିନଥିଲେ । ଓଡିଶାରେ 5 ଟି ଟର୍ମରେ ଯିଏ ମୁଖ୍ୟମନ୍ତ୍ରୀ ପଦରେ ରହି ଜିତିଆସୁଥିଲେ ।

ସେହି ନବୀନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ହରାଇ ଦେଇଛନ୍ତି । ତେବେ ବଲାଙ୍ଗିର ତୁରେଇକିଲା ବ୍ଲକ ଖଟୁଲ୍ମୁଣ୍ଡା ଗ୍ରାମରେ ହେଉଛି ଲକ୍ଷ୍ମଣଙ୍କ ଘର । ସ୍ଵର୍ଗତ ଶଙ୍କର ବାଗ୍ 6 ପୁଅଙ୍କ ମଧ୍ୟରେ ଲକ୍ଷ୍ମଣ ହେଉଛନ୍ତି ସାନ ପୁଅ । ଲକ୍ଷ୍ମଣଙ୍କ ପରିବାର ଏକ ଚାଷୀ ପରିବାର ଅଟେ । ତାଙ୍କ ବାପା ଜଣେ ଚାଷୀ ଥିଲେ ଏବଂ ପୁଅ ମାନେ ମଧ୍ୟ ଚାଷ କାର୍ଯ୍ୟ କରିଥାନ୍ତି । ତେବେ ଗତ 20 ବର୍ଷ ହେବ ପରିବାରର ଭାଇ ମାନେ ରାଜନୀତିକୁ ଆସିଥିଲେ ।

ବିଭିନ୍ନ ପଂଚାୟତରେ ନିର୍ବାଚନ ଲଢି କିଏ ସରପଞ୍ଚ ତ ଅନ୍ୟ କିଏ ସମିତି ସଭ୍ୟ ଏହିଭଳି ପୋଷ୍ଟରେ ରହି ଆସୁଛନ୍ତି । ଲକ୍ଷ୍ମଣ ବାଗ ଗତ 2014 ନିର୍ବାଚନରେ ବିଜେପିର ବିଧୟାକ ପ୍ରାର୍ଥୀ ହୋଇ ଲଢି ଆସୁଛନ୍ତି । ଗତ 2019 ରେ ମାତ୍ର 128 ଖଣ୍ଡ ଭୋଟରେ କଙ୍ଗ୍ରେଶ ନେତା ସନ୍ତୋଷ ସିଁ ସାଲୁଜାଙ୍କ ଠାରୁ ସେ ପରାଜୟ ହୋଇଥିଲେ । ହେଲେ ଏଥର ଲକ୍ଷ୍ମଣ ବାଗ୍ ବହୁତ ବଡ ବାଜି ମାତ କରିଦେଇଛନ୍ତି ।

ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 16,000 ରୁ ଅଧିକ ଭୋଟରେ ହରାଇ କଣ୍ଟାବାଞ୍ଜିର ବିଧାୟକ ହୋଇଯାଇଛନ୍ତି ଲକ୍ଷ୍ମଣ ବାଗ । ଗତ 11 ତାରିଖରେ ଲକ୍ଷ୍ମଣଙ୍କ ପାଇଁ ଖୋଦ ମାନ୍ୟବର ପ୍ରଧାନମନ୍ତ୍ରୀ ଆସି କଣ୍ଟାବାଞ୍ଜିରେ ପ୍ରଚାର କରିଥିଲେ । ନବୀନ ପଟ୍ଟନାୟଜଙ୍କୁ ହରାଇ ସେଠାରେ ଲକ୍ଷ୍ମଣ ବାଗଙ୍କୁ ଜିତାଇବା ପାଇଁ ସଭାରେ ଭାଷଣ ଦେଇଥିଲେ । ଲକ୍ଷ୍ମଣଙ୍କର ବିଜୟ ପାଇଁ ବିଜେପିର ଅନ୍ୟ ନେତା ମାନେ ମଧ୍ୟ କଣ୍ଟାବାଞ୍ଜି ଆସି ପ୍ରଚାର କାମ କରିଥିଲେ ।

ତେବେ ନିର୍ବାଚନର ଫଳାଫଳ ଦେଖିଲା ପରେ ସ୍ପଷ୍ଠ ହୋଇଯାଇଥିଲା । ଯେ ନବୀନ ପଟ୍ଟନାୟକଙ୍କୁ ହରାଇ କଣ୍ଟାବାଞ୍ଜିରେ ବିଜୟ ଲାଭ କରିଛନ୍ତି ଲକ୍ଷ୍ମଣ ବାଗ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *