ନିର୍ବାଚନରେ ହାରିବା ପରେ ଏମିତି କିଛି କହିଲେ…Dipali das

ଦୀପାଳି ଦାସଙ୍କ ବଡ ବୟାନ ! ସୂଚନା ମୁତାବିକ ଝାରସୁଗୁଡାର 2024 ନିର୍ବାଚନ ଫଳାଫଳ ବାହାରିବା ପରେ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର ଦାସ ଠାରୁ ପରାଜୟ ହୋଇଛନ୍ତି । ତେବେ ଦୀପାଳି ଦାସ ପରାଜୟ ପରେ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି । ଝାରସୁଗୁଡାବାସୀ ଯେଉଁ ଜନମତ ଦେଇଛନ୍ତି । ଆମେ ତାହାକୁ ସ୍ଵୀକାର କରୁଛୁ । ତାଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ମଧ୍ୟ ଜଣାଉଛି । ତେବେ ଝାରସୁଗୁଡାବାସୀଙ୍କୁ ମୁଁ ଏତିକି କହିବାକୁ ଚାହୁଁଛି ।

ଝାରସୁଗୁଡାବାସୀଙ୍କର ସେବା କରିବା ପାଇଁ ମୋତେ କୌଣସି ପଦ ପଦବୀର ଆବଶ୍ୟକତା ନାହିଁ । ମୁଁ ଯେମିତି ରହିଥିଲେ ବି ଝାରଶୁଗୁଡାବାସୀଙ୍କର ଭଲରେ ମନ୍ଦରେ ତାଙ୍କ ସୁଖ ଓ ଦୁଃଖରେ ସବୁବେଳେ ତାଙ୍କ ପାଖରେ ଠିଆ ହୋଇ ରହିଥିବି । ଆମ ପରିବାର ଝାରଶୁଗୁଡାବାସୀଙ୍କ ସହ ଆଗରୁ ରହିଥିଲା । ଏବେ ବି ରହିଛି ଏବଂ ଆଗକୁ ମଧ୍ୟ ଏହିଭଳି ଭାବେ ରହିଥିବ । ଲୋକଙ୍କ ପାଇଁ ସବୁ ସମୟରେ ଆମ ଘରର ଦ୍ଵାର ଖୋଲା ରହିଛି । ଯେଉଁ ଲୋକ ମାନେ ଆମକୁ ଭୋଟ ଦେଇଛନ୍ତି ।

ତାଙ୍କ ସହିତ ମୁଁ ସବୁବେଳେ ଅଛି । ଯେଉଁ ମାନେ ମଧ୍ୟ ଆମକୁ ଭୋଟ ଦେଇ ନାହାନ୍ତି । ତାଙ୍କ ମାନଙ୍କ ସହ ବି ମୁଁ ସବୁବେଳେ ରହିବି । କାରଣ ମୁଁ କୌଣସି ପଦ ପଦବୀ ପାଇଁ ନୁହେଁ । ବଂର ଲୋକଙ୍କ ସେବା ପାଇଁ ବାପାଙ୍କ ପରେ ମୁଁ ରାଜନୀତିକୁ ଆସିଥିଲି । ଝାରସୁଗୁଡାବାସୀଙ୍କର ସବୁ କ୍ଷେତ୍ରରୁ ବିକାଶ କରିବା ପାଇଁ ମୁଁ ମଇଦାନ ଆସିଛି । ସବୁବେଳେ ଏମିତି ତାଙ୍କ ପାଖେ ପାଖେ ରହି ତାଙ୍କର ସେବା କରୁଥିବି । କାରଣ ଭୋଟ ର ଫଳାଫଳ ବିଷୟରେ ଯଦି କହିବାକୁ ଜିବି ।

ତେବେ ବିରୋଦ୍ଧି ଦଳରେ ଯେଉଁ ଭାଇ ଠିଆ ହୋଇଥିଲେ । ସେହି ଭାଇ ମୋ ଠାରୁ ହଜାର ଭୋଟରେ ଆଗୁଆ ରହି ବିଜୟ ହୋଇଛନ୍ତି । ତେଣୁ ନବେ ହଜାର ଲୋକ ଦୀପାଳି ଦାସକୁ ବିଶ୍ବାସ କରି ମୋତେ ଭୋଟ ଦେଇଥିଲେ । ତେଣୁ ମୁଁ ତାଙ୍କର ହାତ କେବେବି ଛାଡିବି ନାହିଁ । ସବୁବେଳେ ତାଙ୍କ ପାଇଁ ଦିନ ରାତି କାମ କରୁଥିବୀ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *