ବନ୍ଦ ହୋଇଯିବ ଆହାର କେନ୍ଦ୍ର, ଲକ୍ଷ୍ମୀ ବସ୍ ! ଚିନ୍ତାରେ ସାଧାରଣ ଲୋକ ଆଗକୁ କ’ଣ ହେବ…?

ବନ୍ଦ ହୋଇଯିବ ଆହାର କେନ୍ଦ୍ର ! 2024 ନିର୍ବାଚନ ଫଳାଫଳ ବାହାରିବା ପରେ ହାରିଯାଇଛନ୍ତି 24 ବର୍ଷର ସରକାର ନବୀନ ପଟ୍ଟନାୟକ । ବିଜେଡି ଗଡ ଓଡିଶାରେ ଭାଙ୍ଗି ଯାଇଛି । ଶାସକ ଦଳ ହାତରୁ ଛିଡି ଯାଇଛି ଓଡିଶା ଶାସନର ଡୋରୀ । ନବୀନ ପଟ୍ଟନାୟକ ବାହାରେ ରହି ପାଠ ପଢିଛନ୍ତି । ହେଲେ ଓଡିଶାକୁ ଆସିବା ପରେ ଓଡିଶାରେ ଥିବା ଦୁଃଖ ଦରିଦ୍ରତାକୁ ସେ ନିଜ ଆଖିରେ ଦେଖିଥିଲେ । ଶିକ୍ଷା ଠାରୁ ଆରମ୍ଭ କରି ସ୍ଵାସ୍ଥ ସବୁ କ୍ଷେତ୍ରରେ ସେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିଥିଲେ ।

ସେ ରାଜନୀତିରେ ପାଦ ଦେବା ପୂର୍ବର ଓଡିଶା ଏବଂ ଦୀର୍ଘ 24 ବର୍ଷ ପରେ ଅର୍ଥାତ ଆଜି ର ଓଡିଶା ମଧ୍ୟରେ ବହୁ ଆକାଶ ପାତାଳର ଫରକ ରହିଛି । ରାଜନୀତିରେ ସମୟ କ୍ରମେ ନବୀନ ଓଡିଶାବାସୀଙ୍କ ପାଇଁ ନୁଆ ନୂଆ ଯୋଜନା ସବୁ ଆଣିଥିଲେ । ଯେଉଁ ସବୁ ଯୋଜନା ମାଧ୍ୟମରେ ନବୀନ ଓଡିଶାବାସୀ ଲୋକଙ୍କ ମୁହଁରେ ହସ ଆଣିପାରିଥିଲେ । ତେବେ ନବୀନଙ୍କର ଅନେକ ଜନକଲ୍ଯାଣ ଯୋଜନା ମଧ୍ୟରୁ ଆହାର କେନ୍ଦ୍ର ଯୋଜନା ଓ ଲକ୍ଷ୍ମୀ ବସ ଯୋଜନା ମଧ୍ୟ ରହିଥିଲା ।

ତେବେ ନବୀନ ସରକାର ଶାସନ ଗାଦିରେ ଥିବା ସମୟରେ ଲୋକଙ୍କୁ 5 ଟଙ୍କାରେ ଆହାର ଓ ଲକ୍ଷ୍ମୀ ବସ ଯୋଜନା ଯୋଗାଇ ଦେଉଥିଲେ । ହେଲେ ନବୀନ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ପଦରୁ ହଟିଯିବା ପରେ ଏବେ ଲୋକଙ୍କୁ ଆହାର କେନ୍ଦ୍ର ସେବା ଓ ଲକ୍ଷ୍ମୀ ବସ ଯୋଜନା ମିଳିବ କି ନାହିଁ ତାହାକୁ ନେଇ ସବୁଆଡେ ଚର୍ଚା ଲାଗି ରହିଛି । ସମସ୍ତ ଲୋକଙ୍କ ମୁହଁରେ ଏବେ କେବଳ ଗୋଟିଏ କଥା ରହିଛି । ଯେ ବିଜେପି ସରକାରକୁ ଆସିବା ପରେ ଆହାର ସେବା ଗରିବ ଲୋକଙ୍କୁ ପୂର୍ବ ଭଳି ମିଳିପାରିବ କି ନାହିଁ ।

କାରଣ ବହୁତ ଗରିବ ଲୋକ ଦିନରେ ଏହି 5 ଟଙ୍କାର ଆହାର ଖାଇବା ଉପରେ ନିର୍ଭର କରି ରହୁଛନ୍ତି । ଯଦି ସତରେ ବିଜେପି ସରକାରକୁ ଆସିବା ପରେ ଏହି ଆହାର ସେବା  ଯୋଜନାକୁ ବନ୍ଦ କରିଦେବ । ତେବେ ଗରିବ ଲୋକଙ୍କର ଅବସ୍ଥା ଯେ କ’ଣ ହେବ ତାହାକୁ ନେଇ ଅନେକ ଲୋକ ଚର୍ଚା କରିବା ଆରମ୍ଭ କରିସାରିଛନ୍ତି । କାରଣ ଯେଉଁ ଲୋକ ଏହି 5 ଟଙ୍କାର ଆହାର ଖାଇବା ଉପରେ ନିର୍ଭର କରୁଥିଲେ ।

ଏହି ସେବା ବନ୍ଦ ହେଲା ପରେ ବାହାରୁ ଅଧିକ ଟଙ୍କା ଦେଇ ଖାଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ହେବ ନାହିଁ । ତେଣୁ ଆହାର କେନ୍ଦ୍ର ବନ୍ଦ ଓ ଲକ୍ଷ୍ମୀ ବସ ବନ୍ଦ ହେବା ଚର୍ଚା ନେଇ ବହୁ ଲୋକଙ୍କୁ ଏବେ ଚିନ୍ତା ଘାରିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *