ଦିନେ ଅମୀର ଖାନଙ୍କ ସହ ଦେଶ ପାଇଁ ସୁନା ଆଣିଥିଲେ, ହଠାତ କେମିତି ମାତ୍ର 19 ବର୍ଷରେ ମରିଗଲେ ଏହି ଅଭିନେତ୍ରୀ…

କେମିତି ମରିଗଲେ ଦଙ୍ଗଲ ଅଭିନେତ୍ରୀ ? ହଁ ଆଜ୍ଞା ଜାତୀୟ ଗଣ ମାଧ୍ୟମ ରିପୋର୍ଟ ଅନୁଯାଇ ଆଉ ନାହାନ୍ତି ସେହି ଅଭିନେତ୍ରୀ । ଯେଉଁ ଅଭିନେତ୍ରୀ ଜଣଙ୍କ ଦଙ୍ଗଲ ଚଳଚିତ୍ରରେ କୁନି କଳାକାର ଭାବେ ଅଭିନୟ କରିଥିଲେ । ଅମୀର ଖାନଙ୍କ ସାନ ଝିଅ ହୋଇଥିଲେ । ଆଉ ପୁଅ ଓ ଝିଅ ସବୁ ସମାନ ବୋଲି ବତାଇଦେଇଥିଲେ । ତେବେ ସେହି ଅଭିନେତ୍ରୀ ସୁହାନୀ ଆଉ ଏହି ଦୁନିଆରେ ନାହାନ୍ତି । ସେ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ।

ଯେଉଁ ରାଇଜରୁ ସେ ଆଉ ଫେରିକି ଆସିପାରିବେ ନାହିଁ । ତେବେ ମାତ୍ର 19 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଖବର ଅନୁଯାଇ ଗତ କିଛି ଦିନ ତଳେ ତାଙ୍କର ଏକ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସେ ଗୁରୁତର ଭାବେ ଆହତ ହୋଇବା ସହ ତାଙ୍କର ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା । ସେଥିପାଇଁ ସେ ମେଡ଼ିସିନ ମଧ୍ୟ ଖାଉଥିଲେ । ହେଲେ ସେଥିପାଇଁ ତାଙ୍କର ପାର୍ଶ୍ଵ ପ୍ରତିକ୍ରିୟା ହୋଇଥିଲା । ଯେଉଁ କାରଣରୁ ସେ ଖୁବ କଷ୍ଟ ମଧ୍ୟ ପାଉଥିଲେ ।

ତାପରେ ତାଙ୍କର ସ୍ଵାସ୍ଥ ଅବସ୍ଥା ବହୁତ ବିଗିଡି ଯିବା କାରଣରୁ ତାଙ୍କର ଦେହାନ୍ତ ଘଟିଥିଲା । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ଘଟିଥିଲା । ଦଙ୍ଗଲ ଚଳଚିତ୍ର ମାଧ୍ୟମରେ ସେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଥିଲେ । ସେହି ଫିଲ୍ମରେ ସେ ନିଜର ଏକ ସଂଘର୍ଷମୟ ଚରିତ୍ରରେ ନଜର ଆସିଥିଲେ । ସେହି ସଂଘର୍ଷପୂର୍ଣ୍ଣ ଜୀବନ ମଧ୍ୟରେ ବି କିଭଳି ସୁନା ଜିତିବାକୁ ପଡେ ସେ ମଧ୍ୟ ଜଣାଇଦେଇଥିଲେ ।

ପୁଅ ଓ ଝିଅ ମଧ୍ୟରେ ଥିବା ଫରକକୁ ବୁଝାଇଦେଇଥିଲା । ହେଲେ ଏହି ସବୁ ମଧ୍ୟରେ ସେହି ସୁନା ଝିଅ ସେହି ସୁନା ଝିଅ ସୁହାନୀ ଆଉ ଏହି ଦୁନିଆରେ ନାହାନ୍ତି । ସମସ୍ତଙ୍କୁ ଛାଡି ସେ ଆର ପାରିକୁ ସବୁଦିନ ପାଇଁ ଚାଲିଯାଇଛନ୍ତି । ଯାହା ପରେ ତାଙ୍କ ଘରେ ସମସ୍ତେ ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ।  ତେବେ ଅଭିନେତ୍ରୀ ସୁହାନୀଙ୍କର ଦେହାନ୍ତ ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । କାରଣ ସମସ୍ତଙ୍କର ସେହି ଦଙ୍ଗଲର ସୁନା ଝିଅ ସୁହାନୀ ଆଉ ନାହାନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇରହିଥାନ୍ତୁ ।

Leave a Reply

Your email address will not be published. Required fields are marked *