କଂଗ୍ରେସରୁ ବିଦା ହେଲାପରେ ବରା ଖାଇ ରାଜାଙ୍କ ଭଳି ହସିଲେ ସୁର ,କହିଲେ ମୋ ପ୍ରତି ଅନ୍ୟାୟ ହୋଇଛି…Sura Routray

କଙ୍ଗ୍ରେଶ ରୁ ବିଦା ହେଲ ପରେ ସୁର କହିଲେ ମୋ ପ୍ରତି ବହୁତ ଅନ୍ୟାୟ ହୋଇଛି…ତେବେ ନିକଟରେ ସୁର ରାଉତାୟଙ୍କୁ ନେଇ ଗୋଟେ ବହୁତ ବଡ କଥା ଚର୍ଚା ହେବାରେ ଲାଗିଛି । କଙ୍ଗ୍ରେଶରୁ ସୁର ରାଉତରାୟଙ୍କୁ ଦଳ ବହିସ୍କୃତ କରିଦେଇଛି । ସୁରଙ୍କ ସାନ ପୁଅ ମନ୍ମଥଙ୍କ ପାଇଁ ବାପା ସୁର ରାଉତରାୟ ନିର୍ବାଚନ ପ୍ରଚାର କରିବାରୁ ତାଙ୍କୁ ଦଳରୁ ବହିସ୍କୃତ କରିଦେଇଛି । ତେବେ ଦଳରୁ ବହିସ୍କୃତ ହେଲା ପରେ ମିଡିଆରେ ସୁର ରାଉତ ରାୟ କହିଛନ୍ତି । ଯେ ମଲା ପରେ ଯାଇ ଆମର ପାଦ ଅଟକିବ ।

ଯେଉଁ ପର୍ଯ୍ୟନ୍ତ ପାଦ ଚାଲିଥିବ । ସେହି ପର୍ଯ୍ୟନ୍ତ ମୁଁ ଖାଲି ଗୋଟେ କଥା କହିବି । ମାଡିଚାଲ । ମୋ ପୁଅକୁ ସାଂସଦ ଟିକେଟ ଯଦି ମିଳିଲା । ସେଥିପାଇଁ କଣ ମୋତେ ସସପେଣ୍ଡ କରିବା ଜରୁରୀ ଥିଲା । ଯେଉଁ ମାନେ ମୋତେ ସସପେଣ୍ଡ କରିଛନ୍ତି ସେମାନେ ମୋ ପ୍ରତି ଘୋର ଅନ୍ୟାୟ କରିଛନ୍ତି । କେବଳ ମୋ ପୁଅ ବିଜେଡିରୁ ଟିକେଟ ପାଇଲା ବୋଲି ମୋତେ କଙ୍ଗ୍ରେଶରୁ ବହିସ୍କୃତ କରିଦେଲେ । ମୋ ପୁଅ ଗୋଟେ ବହୁତ ଭଲ କ୍ୟାଣ୍ଡିଡେଟ୍ ।

ମୋତେ ଦଳରୁ ବହିଷ୍କୃତ କରିବା ମାନେ ମୋ ପୁଅ ବହୁତ ସଂଖ୍ୟାରେ ଭୋଟ ପାଇଁ ଜିତିବାକୁ ଯାଉଛି । କିଛି ଲୋକଙ୍କର ମୋ ପୁଅ ସାଂସଦ ପ୍ରାର୍ଥୀ ହୋଇଛି ବୋଲି ତାଙ୍କ ଦେହରେ ଗଲା ନାହିଁ । ତେଣୁ ସେମାନେ ମୋତେ ଷଡଯନ୍ତ୍ର କରି ମୋତେ କଙ୍ଗ୍ରେଶରୁ ବହିସ୍କୃତ କରିଦେଲେ । ସେ ଯାହା ବି ହେଇଯାଉ ମୁଁ କିନ୍ତୁ କଙ୍ଗ୍ରେଶରେ ଥିଲି, ଅଛି ଆଉ ରହିବି । କାରଣ ମୋ ରକ୍ତରେ ପରା କଙ୍ଗ୍ରେଶ ରହିଛି ।

ସେମାନେ ମୋତେ କଙ୍ଗ୍ରେଶରୁ ବାହାର କରିଦେଲେ କଣ ହେବ ! ମୁଁ ମଲା ପର୍ଯ୍ୟନ୍ତ କଙ୍ଗ୍ରେଶରେ ରହିବି । ତା’ ବୋଲି କଣ ମୋ ପୁଅ ପାଇଁ ମୁଁ କିଛି ବି କରିବି ନାହିଁ । ଏ ଯାହା ବି ସବୁ କିଛି ହେଉଛି ସେସବୁ ନେଇ ମୋ ପରିବାରରେ କିଛି ବି ପ୍ରୋବ୍ଲେମ ହେବ ନାହିଁ । ମୋ ପୁଅଟା ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଛିଡା ହୋଇଛି । ଯଦି ସେ ଜିତିଯିବ ତେବେ ମୋର ସବୁ ଦୁଃଖ ଦୂର ହୋଇଯିବ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *