ସୁର କଙ୍ଗ୍ରେଶରୁ ବିଦା ହେଲେ ଭଲ ହୋଇଛି । ହଁ ଆଜ୍ଞା ରାଜ୍ୟ ରାଜନୀତିରେ ନିର୍ବାଚନକୁ ନେଇ ଖୁବ ଚର୍ଚା ଜୋର ଧରିଛି । ତେବେ ଏହାରି ଭିତରେ କଙ୍ଗ୍ରେଶର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କୁ କଙ୍ଗ୍ରେଶ ଦଳ 6 ବର୍ଷ ପାଇଁ ବହିଷ୍କୃତ କରିଛି । ତେବେ ଏହାକୁ ନେଇ ଅନେକ ଲୋକ ନିଜର ଅନେକ ପ୍ରକାର ମତ ରଖୁଛନ୍ତି । ତେବେ କଙ୍ଗ୍ରେଶରୁ ସୁର ରାଉତରାୟ ବିଦା ହେବା ପରେ ତାଙ୍କ ପୁତୁରା ସଂଗ୍ରାମ ରାଉତରାୟ ଗଣ ମାଧ୍ୟମ ସାମ୍ନାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
ତେବେ ତାଙ୍କ କହିବା ଆଧାରରେ ସୁରେଶ ରାଉତରାୟ ଯେତେବେଳେ ବିଧାୟକରେ ଆଉ ଛିଡା ହେବେ ନାହିଁ ବୋଲି କହିଥିଲେ । ସେତେବେଳେ ମୁଁ ଏତେ ବର୍ଷ ଧରି କଙ୍ଗ୍ରେଶରେ ରହି କାମ କରି ଆସୁଛି । ତେଣୁ ମୁଁ ଏଠାରେ ପ୍ରାର୍ଥୀ ହୋଇ ଛିଡା ହେବାର ଇଛା ରଖିଥିଲି । ସନ୍ତୋଷ ଜେନାଙ୍କୁ ଜଟଣୀରୁ ଛିଡା କରାଇ ଦେବା ନାହିଁ ବୋଲି ଆମେ ସବୁ ବିରୋଧ କରିଥିଲୁ । କାରଣ ମୁଁ କଙ୍ଗ୍ରେଶରେ ମୂଳରୁ ରହି ଆସିଛି ।
କଙ୍ଗ୍ରେଶର ବିଭିନ୍ନ ପଦ ପଦବୀରେ ବହୁ ଥର ମଧ୍ୟ ରହି ଆସିଛି । ଜଟଣୀ ସହରରେ ଯାହା ସବୁ ଉନ୍ନତିମୂଳକ କାର୍ଯ୍ୟ ଅଧା ରହିଛି । ମୋତେ ଜଟଣୀର ପ୍ରାର୍ଥୀ କରିଥିଲେ । ସେହି ସବୁ ଅଧା ରହିଥିବା କାର୍ଯ୍ୟକୁ ପୁରା କରିବାର ଗୋଟେ ସୁଯୋଗ ପାଇଥାନ୍ତି । ହେଲେ ସୁର ରାଉତରାୟଙ୍କର ଏ ସବୁ ଗୋଟେ ଯୋଜନା । ସେ ତାଙ୍କ ବଡ ପୁଅ ସହ ସନ୍ତୋଷ ଜେନାକୁ ଏଠାରେ ପ୍ରାର୍ଥୀ କରେଇବେ ବୋଲି ଏଠାକୁ ନେଇକି ଆସିଥିଲେ ।
ସୁର ରାଉତରାୟ ଚାହୁଁନାହାନ୍ତି ମୁଁ ଜଟଣୀରୁ ଟିକେଟ ପାଏ । କାରଣ ଯଦି ମୁଁ କଙ୍ଗ୍ରେଶରୁ ବିଧାୟକ ହୋଇ ଲଢିବି । ପରେ ସେ ଆଉ ତାଙ୍କ ପୁଅ ମାନଙ୍କୁ କଙ୍ଗ୍ରେଶରୁ ପ୍ରାର୍ଥୀ କରି ଛିଡା କରିପାରିବେ ନାହିଁ । ଏବେ ସୁର ରାଉତରାୟଙ୍କ ମତିଭ୍ରମ ହୋଇସାରିଲାଣି । ସେ କେତେବେଳେ କଣ କରୁଛନ୍ତି କଣ କହୁଛନ୍ତି ସେ କିଛି ନିଜେ ଜାଣିପାରୁନାହାନ୍ତି । ତେଣୁ ସେ କଙ୍ଗ୍ରେଶରୁ ବିଦା ହୋଇଛନ୍ତି ଭଲ ହୋଇଛି । ଦଳ ତାଙ୍କୁ କଙ୍ଗ୍ରେଶରୁ ବହିଷ୍କୃତ କରିଉଛି ସବୁଠାରୁ ଭଲ ହୋଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।