ଏତେ ବଡ ବ୍ୟାଗରେ ଥିଲା କ’ଣ ? କାହିଁକି ବ୍ୟାଗ ଧରି ଥାନାକୁ ଦୌଡିଲେ ଏହି ଅଟୋ ଡ୍ରାଇଭର….

ବ୍ୟାଗ ଧରି ଥାନାକୁ ଦୌଡିଲେ ଅଟୋ ଡ୍ରାଇଭର ! ଖବର ମୁତାବକ ଜଣେ ଅଟୋ ଡ୍ରାଇଭର ନିଜର ମାନବିକତା ଦେଖାଇ ଲୋକଙ୍କର ମନ ଜିଣିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ପାଇ ମଧ୍ୟ ସେ ସବୁ ସୁନା ଗହଣା ଭର୍ତ୍ତି ବ୍ୟାଗ ଆଣି ଥାନାରେ ଜିମା ଦେଇଦେଇଛନ୍ତି । ବର୍ତ୍ତମାନର ଏହି କଳୁଷିତ ସମାଜରେ କିଛି ବ୍ୟକ୍ତି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବାର ଅନେକ ଥର ଶୁଣିବାକୁ ପାଉଛୁ । ହେଲେ ଏହି ଅଟୋ ଡ୍ରାଇଭର ଜଣଙ୍କ ପଥଭ୍ରଷ୍ଟ ହୋଇଯାଇଥିବା ଏହି ସମାଜରେ ଭଲ ମାର୍ଗରେ ଚାଲିବାର ବାଟ ଦେଖାଇଦେଇଛନ୍ତି ।

ସୂଚନା ମୁତାବକ ଭଦ୍ରକର ଜଣେ ପେଶାଗତ ଅଟୋ ଡ୍ରାଇଭର ଏନାୟତ ଖାନ ପ୍ରତିଦିନ ଭଳି ଅଟୋ ଷ୍ଟାଣ୍ଡକୁ ନିଜର ଅଟୋ ନେଇ ଆସିଥିଲେ । ସକାଳୁ ଜମାରୁ ପାସେଞ୍ଜର ନଥିବାରୁ ଅପରାହ୍ନରେ ପାସେଞ୍ଜରକୁ ବାଲେଶ୍ଵର ଜିଲ୍ଲା ସୋର ଅଭିମୁଖେ ଯାତ୍ରା କରିଥିଲେ । ସୋରରେ ପାସେଞ୍ଜରକୁ ଛାଡି ଯାତ୍ରା କରୁଥିବା ବେଳେ ଏକ ଛକରେ ଏକ ମହିଳାଙ୍କ ସହ 2 ଜଣ ଛୋଟ ପିଲା ଜାମୁଝାଡି ଯିବାକୁ କହି ଅଟୋରେ ବସିଥିଲେ ।

ତାପରେ ଅଟୋ ଚାଳକ ଜଣଙ୍କ ଜାମୁଝାଡିରେ ତାଙ୍କୁ ଓହ୍ଲାଇ ଦେଇ ପୁଣି ଥରେ ସେ ଭଦ୍ରକ ଫେରିଥିଲେ । ତାପରେ ସେ ଅଚାନକ ନିଜ ଅଟୋରେ ଏକ ବ୍ୟାଗ ଥିବାର ଦେଖିବାକୁ ପାଇଥିଲେ । ପୁଣି ସେହି ଗ୍ରାହକଙ୍କୁ ଛାଡିଥିବା ସ୍ଥାନକୁ ଯାଇଥିଲେ ଅଟୋ ଡ୍ରାଇଭର । ବହୁତ ଖୋଜାଖୋଜି କରିଥିଲେ ହେଲେ ସେ ଗ୍ରାହକଙ୍କର ପତ୍ତା ପାଇପାରିନଥିଲେ । ଶେଷରେ ଅଟୋ ଡ୍ରାଇଭର ଜଣଙ୍କ ଗ୍ରାହକଙ୍କର ପତ୍ତା ନପାଇବା କାରଣରୁ ତାଙ୍କର ବ୍ୟାଗ ଫେରାଇ ନପାଇ ନିରାଶରେ ଫେରିଥିଲେ ।

ତାପରେ ଅଟୋ ଡ୍ରାଇଭର ଜଣଙ୍କ ଭଦ୍ରକ ସହରାଞ୍ଚଳ ଥାନାରେ ଲିଖିତ ଆକାରରେ ଜଣାଇବା ସହ ବ୍ୟାଗରେ ଥିବା ମୂଲ୍ୟବାନ ଜିନିଷକୁ ପୋଲିସଙ୍କ ଆଗରେ ଖୋଲି ଦେଖାଇଥିଲେ । ତାପରେ ସେହି ସବୁ ଜିନିଷକୁ ଥାନାରେ ଜିମାରେ ରଖିବା ସହ ଯେପରି ଉଚିତ ଲୋକ ନିଜର ଜିନିଷ ଫେରିପାଇବେ । ସେହି କଥା ଥାନା ବାବୁଙ୍କୁ ଅନୁରୋଧ କରିକି ଆସିଛନ୍ତି। ତେବେ ଅଟୋ ଡ୍ରାଇଭର ଜଣଙ୍କ ଅନୁଯାଇ ପର ଜିନିଷ ଉପରେ ମୋର କିଛି ଅଧିକାର ନାହିଁ । ତେଣୁ ଏହିସବୁ ଜିନିଷ ଯାହାର ହୋଇଥିବ ସେହି ଉଚିତ ଲୋକ ଏହାକୁ ନିହାତି ଭାବେ ଫେରି ପାଇବା ଆଉଚିତ । ଖବରର ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *