“ଯେଉଁମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ଼ୁଛନ୍ତି ,ସେମାନେ ନିଶ୍ଚିତ ରୂପେ ଆପଣଙ୍କ ଟଙ୍କା ଖାଇବେ” Boumakesh Tripathi

ବିଧାୟକ ହେବା ପାଇଁ ଖରାରେ ଘର ଘର ବୁଲି ପ୍ରଚାର କରୁଛନ୍ତି ବୌମକେଶ ! ହଁ ଆଜ୍ଞା ଆଇନଜୀବୀ ବୌମକେଶ ଏବେ ନୂଆ ନୂଆ କରି ରାଜନୀତିରେ ପାଦ ଥାପିଛନ୍ତି । ଜିଏକି ସ୍ଵାଧୀନ ଭାବେ ନିର୍ବାଚନ ଲଢି ବିଧାୟକ ହୋଇ ଲୋକଙ୍କର ଉନ୍ନତି କରିବାର ସ୍ଵପ୍ନ ଦେଖାଇଛନ୍ତି । ତେବେ କାହାର ସାଥ୍ ନଲୋଡି ନିଜ ପାଇଁ ନିଜେ ବୁଲେଟ ଧରି ଖରାରେ ଘର ଘର ବୁଲି ପ୍ରଚାର କରୁଛନ୍ତି ବୌମକେଶ ତ୍ରିପାଠୀ । ତେବେ ଆଇନଜୀବୀ ବୌମକେଶ ତ୍ରିପାଠୀ ମିଡିଆରେ ନିଜର ପ୍ରତିକ୍ରିୟାରେ ଏଭଳି କିଛି କହିଛନ୍ତି ।

ମୁଁ ମୋ ନିଜ ପାଇଁ ଜଣେ ସେଲିବ୍ରେଟି । ତେଣୁ ମୋତେ ମୋ ପ୍ରଚାର ପାଇଁ ଆଣି କେହି ସେଲିବ୍ରେଟିର ଦରକାର ନାହିଁ। ଯେଉଁ ମାନଙ୍କ ପାଇଁ ନିର୍ବାଚନ ଗୋଟେ ବିଜିନେସ୍ । ସେମାନେ ଲୋକ ଲଗେଇ ନିର୍ବାଚନ ପ୍ରଚାର କଉଛନ୍ତି । ସେମାନେ କୋଟି କୋଟି ଟଙ୍କା ଇନଭେସ୍ଟ କରୁଛନ୍ତି । ନିର୍ବାଚନ ପରେ ପୁଣି କୋଟି କୋଟି ଟଙ୍କା ଆଦାୟ ମଧ୍ୟ କରୁଛନ୍ତି । ହେଲେ ନିର୍ବାଚନ ପ୍ରଚାର ଏମିତି ହେବା କଥା ନୁହେଁ । ଯିଏ ଲୋକଙ୍କର ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବ ।

ସେ ଲୋକଙ୍କ ପାଖକୁ ଯାଇ ତାଙ୍କ ସୁଖଦୁଃଖର ସାଥି ହୋଇ ତାଙ୍କ ପାଖକୁ ନିଜେ ଯିବା ଉଚିତ । ଯଦି ଆମେ ଠିକ ଲୋକ ହୋଇଥିବୁ । ତେଣୁ ଲୋକମାନେ ନିଜେ ଆମକୁ ଭୋଟ ଦେବା ପାଇଁ ଆସିବେ । ତେଣୁ ଲକ୍ଷ ଲକ୍ଷ ଟଙ୍କା ଇନଭେସ୍ କରି ଲୋକ, ସେଲିବ୍ରେଟି ଲଗାଇ ପ୍ରଚାର କରିବା ଠାରୁ ଭଲ ନିଜେ ନିଜ ପାଇଁ ପ୍ରଚାର କରିବା । ନିଜେ କଷ୍ଟ କରି ଘର ଘର ବୁଲି ଲୋକଙ୍କ ପାଖରେ ପହଞ୍ଚିବା ଉଚିତ । କାରଣ ବହୁତ ଲୋକ ନିର୍ବାଚନ ପାଇଁ ଅନେକ ଟଙ୍କା ଖର୍ଚ କରୁଛନ୍ତି ।

ଯଦି ତାଙ୍କୁ ଟିକେଟ ମିଲୁନି କି ଭୋଟ ମିଳୁନାହିଁ । ସେମାନେ ପୁଣି ପଛରେ କହୁଛନ୍ତି । ମୁଁ ଏତେ ଟଙ୍କା ଖର୍ଚ କରିଥିଲି। ହେଲେ ମୋତେ ଟିକେଟ ମିଳିଲା ନାହିଁ । ତେଣୁ ଯଦି ପ୍ରକୃତରେ ଲୋକଙ୍କର ଆମେ ସେବା କରିବାକୁ ଚାହୁଁଥିବୁ । ତେବେ ଆମେ ଆମ ଶକ୍ଷ ଅନୁସାରେ ସ୍ଵାଧୀନ ଭାବେ ନିର୍ବାଚନ ଲଢିବା ଉଚିତ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *