କଟକ ବାରବାଟୀ ମୋ ଘର, ମୋ ଗଡ଼ ! Sofia Ferdous

ବାପାଙ୍କର ମୁଁ ଛୋଟ ପଟାକା ଇଞ୍ଜିନ ! ହଁ ଆଜ୍ଞା କଟକ ବାରବାଟୀ ବିଧାନସଭା ଆସନରୁ କଙ୍ଗ୍ରେଶ ପ୍ରାର୍ଥୀ ଭାବେ ସୋଫିଆ ଫିର୍ଦ୍ଧଶ ଛିଡା ହୋଇଛନ୍ତି । ତେବେ ବିଧାନସଭା ପ୍ରାର୍ଥୀ ଭାବେ ଟିକେଟ ପାଇଲା ପରେ ସୋଫିଆ ଗଣମାଧ୍ୟମ ସାମ୍ନାରେ ଏଭଳି କିଛି ପ୍ରତିକ୍ରିୟା ରଖି କହିଛନ୍ତି । ଯେ ବାପାଙ୍କ ସାଥିରେ ମୁଁ ଆଗରୁ ସବୁବେଳେ ରହି ଆସିଛି । ଏବେ ମୋ ସାଥିରେ ମଧ୍ୟ ମୋ ବାପା ରହିବେ । ବାପାଙ୍କର ମୁଁ ଛୋଟ ପଟାକା ଇଞ୍ଜିନ । କଟକ ହେଉଛି ଏକ ଭାଇଚାରାର ସହର । ସେମାନେ ଏମିତି ଏକ ନେତା ଚାହାନ୍ତି ।

ଯେଉଁ ମାନେ ସବୁବେଳେ ତାଙ୍କ ସହିତ ତାଙ୍କ ସୁଖ ଓ ଦୁଃଖର ସାଥି ଭାବେ ଛିଡା ହୋଇପାରିବେ । ଜିଏକି ନିଜକୁ ନେତା ନଭାବି ଲୋକଙ୍କ ସହ ମିଳିମିଶି କରି ରହୁ । ଯେଉଁ କାର୍ଯ୍ୟ ମୋ ବାପା ମହମ୍ମଦ ମୋକିମ କରିପାରିଛନ୍ତି । କଟକ ବାରବାଟୀ ଗଡ ହେଉଛି ମୋ ପରିବାର । ଯେଉଁ ଗଡ ପାଇଁ ମୋ ବାପା ବହୁତ ସାରା କାର୍ଯ୍ୟକ୍ରମ କରି କଟକର ସବୁବେଳେ ଉନ୍ନତି କରିବାକୁ ଚାହିଁଛନ୍ତି । କଟକରେ ଯେଉଁ ସବୁ ଡେଭଲୋମେଣ୍ଟ ଦରକାର ଅଛି ।

ସେହି ସବୁ କୁ ଦ୍ରୁଷ୍ଟିରେ ରଖି ମୋ ବାପା ବହୁତ ସାରା ପ୍ଲାନିଂ ରଖିଥିଲେ । ତେବେ ସେହି ସବୁ କାମକୁ ବହୁତ ଶୀଘ୍ର ସଠିକ ଭାବେ କିପରି କରାଯାଇ ପାରିବ ସେହି ଉପରେ ମୁଁ ବହୁତ କାମ କରିବି । କଟକ ପାଇଁ ବହୁତ କିଛି ନୂଆ ନୂଆ କାମ କରିବାର ଅଛି। ତେଣୁ ମୋ କଟକ ପରିବାର ଲୋକ ଯଦି ମୋ ସାଥିରେ ରହିବେ । ତେବେ ଆମେ ମିଳିମିଶି ସବୁ କାମକୁ ଆଗେଇ ନେବୁ । ତେଣୁ ମୋତେ ଲୋକଙ୍କର ବହୁତ ଭଲ ପାଇବା ଓ ଆଶ୍ରୀବାଦ ଦରକାର ।

ବାପା ବିଧାୟକ ଥିବା ସମୟରେ ସେ କଟକ ପାଇଁ ଯାହା ବି ସବୁ କରିଥିଲେ । ସେହି 5 ବର୍ଷର ରିପୋର୍ଟ କାର୍ଡ ଆମେ ଲୋକଙ୍କ ସାମ୍ନାରେ ଦେଖେଇଛୁ । ତେଣୁ ଲୋକ କେବଳ ଆମ କଥା ନୁହେଁ, ବଂର ଆମ କାମ ମଧ୍ୟ ଦେଖନ୍ତୁ । ତାପରେ ତାଙ୍କୁ ଯିଏ ଉପଯୁକ୍ତ ପ୍ରାର୍ଥୀ ମନେ ହେବ । ସେମାନେ ସେହି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟ କରାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *