ଗୋଟିଏ କି ଦୁଇଟି ନୁହେଁ, ବରଂ ଏକାବେଳେ ୬ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା…

ଏକାବେଳେ 6 ଟି ଶିଶୁକୁ ଜନ୍ମ ଦେଲେ ମହିଳା ! ହଁ ଆଜ୍ଞା ଗୋଟେ ମହିଳା ଏକା ସମୟରେ 6 ଟି ଶିଶୁକୁ ଜନ୍ମ ଦେଇଛି । ତେବେ ଯଦିଓ ଏହି କଥା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଏ । ତେବେ ମଧ୍ୟ ଏହି କଥାଟି ସଂପୂର୍ଣ୍ଣ ଭାବରେ ସତ୍ୟ କଥା ଅଟେ । ସାଧାରଣ ମହିଳା ଯେତେବେଳେ ଗର୍ଭବତୀ ହୋଇଥାନ୍ତି । ସେତେବେଳେ ସେ ଗୋଟିଏ କି ବେଳେବେଳେ ଜାଁଆଳା ପିଲା ଜନ୍ମ ହେଲେ ଦୁଇଟି ସନ୍ତାନ ଜନ୍ମ ଦେଇଥାନ୍ତି । ହେଲେ ପାକିସ୍ତାନର ଜଣେ ମହିଳା ଏକା ସମୟରେ 6 ଟି ଶିଶୁ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

ତେବେ ଏହି 27 ବର୍ଷୀୟ ମହିଳା ଜଣଙ୍କୁ ଗତ ଗୁରୁବାର ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ତାପରେ ମହିଳାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହସ୍ପିଟାଲରେ ମହିଳା ଜଣଙ୍କ ଗୋଟିଏ ପରେ ଗୋଟିଏ ଘଣ୍ଟାଏଁ ଲେଖା ଅନ୍ତରରେ 6 ଟି ଶିଶୁକୁ ଜନ୍ମ ଦେଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି । 6 ଟି ଶିଶୁଙ୍କ ସହିତ ମାଆ ମଧ୍ୟ ବର୍ତ୍ତମାନ ସୁସ୍ଥ ଅଛନ୍ତି । ତେବେ ଏହି ପ୍ରସବ ପ୍ରକ୍ରିୟାରେ ପ୍ରଥମେ 2 ଟି ପୁଅ ସନ୍ତାନ ଥିଲେ । ତାପରେ ତୃତୀୟ ସନ୍ତାନ ଥିଲେ ଝିଅ ।

ତେବେ ଏହିପରି ଭାବେ ଗୋଟିଏ ପରେ ଗୋଟିଏ ମହିଳାଙ୍କର 6 ଟି ଶିଶୁ ଜନ୍ମ ହୋଇଥିଲେ । ତେବେ ମହିଳାଙ୍କର 6 ଟି ସନ୍ତାନ ଜନ୍ମ ହେବା ପରେ ତାଙ୍କ ପରିବାର ମଧ୍ୟ ଏଥିପାଇଁ ଖୁସି ଅଛନ୍ତି ବୋଲି ଜଣାଇଛନ୍ତି । ତେବେ ଗୋଟେ ସମୟରେ ଜଣେ ମହିଳା ଏକାଧିକ ଶିଶୁକୁ ଜନ୍ମ ଦେବା କଥା ଅତି ବିରଳ । ଏଭଳି ବହୁତ କମ ମହିଳାଙ୍କ କ୍ଷେତ୍ରରେ ହୋଇଥାଏ । ଯେଉଁଠାରେ ଗର୍ଭବତୀ ମହିଳା ଗୋଟେ କିମ୍ବା ଦୁଇଟିରୁ ଅଧିକ ପିଲା ଜନ୍ମ ଗୋଟିଏ ସମୟରେ କରିଥାନ୍ତି ।

ତେବେ ପ୍ରାୟ ସାଢେ ଚାରି ଲକ୍ଷ ମହିଳାଙ୍କ ମଧ୍ୟରୁ ଏଭଳି ଏକାଧିକ ଶିଶୁ ଗୋଟିଏ ସମୟରେ ଜନ୍ମ ଦେବା ମହିଳା ଜଣେ ରହିଥାନ୍ତି । ଯେତେବେଳେ ଗୋଟିଏ ଫର୍ଟିଲାଇଜ ଅଣ୍ଡା ଗର୍ଭାଶୟରେ ବଢିବା ପୂର୍ବରୁ ବିଭାଜିତ ହୁଏ । କିମ୍ବା ଯେତେବେଳେ ଅଲଗା ଅଣ୍ଡା ବିଭିନ୍ନ ଶୂକ୍ରାଣୁ ଦ୍ଵାରା ଫର୍ଟିଲାଇଜ ହୋଇଯାଇଥାଏ । ସେତେବେଳେ ସେହି ମହିଳା ମାନଙ୍କ କ୍ଷେତ୍ରରେ ଗୋଟେ ସମୟରେ ଏକାଧିକା ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *