ପସନ୍ଦ କରନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ନିଜର ଭବିଷ୍ୟତ (Personality Test)

ନମସ୍କାର ବନ୍ଧୁଗଣ ତେବେ ଆପଣ ପସନ୍ଦ କରନ୍ତୁ ଏବଂ ବାଛନ୍ତୁ ନିଜର ଜନ୍ମ ବାର ଏବଂ ଜଣାନ୍ତୁ ନିଜର ଭବିଷ୍ୟତ । କେଉଁ ବାରରେ ଜନ୍ମ ହେଲେ ଆପଣଙ୍କର କେଉଁ ଲକ୍ଷଣ ଥାଏ ଅପଣଙ୍କର ବିଶ୍ଵାସ ହେଉନଥାଏ ପାରେ ଏମିତି ବି ଅଛି କିନ୍ତୁ ଏହା ସତ୍ୟ ଅଟେ । ଜନ୍ମ ବାର ଆମ ବ୍ୟକ୍ତତ୍ୱ ଉପରେ ବହୁତ୍ ପ୍ରଭାବ ପକେଇଥାଏ ତେବେ କଣ ଆପଣ ଜାଣିଛନ୍ତି ଅପଣଙ୍କ ସଭାବ ଆଜି ଯାହାବି ଅଛି ତାହା ଜନ୍ମ ବାର ଉପରେ ନିର୍ଭର କରେ ତେବେ ଚାଲନ୍ତୁ ଜାଣିବା ।

୧- ପ୍ରଥମରେ ହେଉଛି ରବିବାର। ତେବେ ଆପଣ ଯଦି ରବି ବାର ଦିନ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ପୁରୁଷ ତେବେ ଆପଣ ତେଜବନ୍ତ ,ବିଚକ୍ଷଣ ,ଚତୁର ବନ୍ତ , ଧର୍ମିକ ଯୋଉ କର୍ଯ୍ୟରେ ଲାଗିଥାନ୍ତି ସେ କାର୍ଯ୍ୟ ସମ୍ପୂର୍ଣ ନ ହେବା ପର୍ଯ୍ୟନ୍ତ ତାକୁ ଛାଡ଼ନ୍ତି ନାହିଁ । ଏହି ପୁରୁଷ ମନେ ରାଜ ଶିଖ ଗୁଣରେ ପ୍ରବୀଣ ଅଟନ୍ତି ଏହି ବକ୍ତି ମନେ ସତ କହିବାକୁ କେବେ ପଛାଆନ୍ତି ନାହିଁ । ସ୍ତ୍ରୀ ମନେ ଅସ୍ଥିର ମନା ଏବଂ ବିଚକ୍ଷଣ ଅଟନ୍ତି ।

୨- ଦିତୀୟ ହେଲା ସୋମ ବାର ଯୋଉ ବ୍ୟକ୍ତି ସୋମ ଦିନ ଜନ୍ମ ଗ୍ରହଣ କରିଛନ୍ତି ସେହି ପୁରୁଷ ଧର୍ଯ୍ୟ ବନ୍ତ ବହୁ ଗୁଣ ବିଶିଷ୍ଟ ଵିଚାର ଶୀଳ ନ୍ୟାୟ ବନ୍ତ ବହୁ ମୁଖୀ ପ୍ରତିଭା ର ଅଧିକାରୀ ଚନ୍ଦ୍ର ତୁଲ୍ୟ ସୋନ୍ଦର୍ଯ୍ୟ କାହାରି ପ୍ରତି ଅନିଷ୍ଟ ଚିନ୍ତା କରନ୍ତି ନାହିଁ ।

୩- ତୃତୀୟ ରେ ହେଉଛି ମଙ୍ଗଳବାର। ତେବେ ମଙ୍ଗଳବାର ଦିନ ଜନ୍ମିତ ବ୍ୟକ୍ତି ଅସ୍ଥିରତା ହେତୁ ସବୁ କାର୍ଯ୍ୟରେ ଶେଷ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ । କିନ୍ତୁ ବିଳମ୍ବ ହେଲେ ବି କାର୍ଯ୍ୟ ପୁରା କରନ୍ତି । ଶତ୍ରୁବାଦି, ଅତ୍ୟନ୍ତ ଜିଦ ଖୋର, ଧର୍ମକୁ ବିଶ୍ଵାସ କରିବା, ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ନେଇ ଆସନ୍ତି । ତଥାପି ଗୁଣବାନ, ଲୋକପ୍ରିୟ, କଲାବିଦ୍ୟା ପ୍ରେମୀ, ଶେଷରେ ସୁନାମୀ ଅର୍ଜନ ଓ ଧନ୍ୟ ହୋଇଥାନ୍ତି । ଏହି ଭଳି ସ୍ତ୍ରୀ ଲୋକମାନେ ଅସ୍ଥିରା ଓ ଅଳସୁଆ ହୋଇଥାନ୍ତି ।

୪- ଚତୁର୍ଥ ରେ ହେଉଛି ବୁଧବାର। ତେବେ ବୁଧବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମାନ, କୌଶଳ, କମ୍ପ୍ୟୁଟର ଭଳି ଏମାନଙ୍କ ମୁଣ୍ଡ କାମ କରିଥାଏ । ପରହିତକାରୀ, ଶତ୍ରୁବାସକାରୀ, ବହୁମୂଖୀ, ସୁନାମୀ ଓ ଧନ୍ୟ ହୁଅନ୍ତି । ଦାନ, ଧର୍ମରେ ଉତ୍ସାହ ଓ କୌଣସି ବି ପରିସ୍ଥିତିରେ ଏମାନେ ବିଚଳିତ ହୁଅନ୍ତି ନାହିଁ । ଧର୍ମ କାର୍ଯ୍ୟରେ ଉପଯୋଗୀ, କୌଣସି ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ବି ଧର୍ଯ୍ୟହରା ହୁଅନ୍ତି ନାହିଁ । ଏହି ଦିନରେ ଜନ୍ମିତ ସ୍ତ୍ରୀମାନେ ବୁଦ୍ଧିମତି ଓ ଧନବତୀ ହୋଇଥାନ୍ତି ।

୫- ପଞ୍ଚମରେ ହେଉଛି ଗୁରୁବାର। ତେବେ ଗୁରୁବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରନ୍ତି ସେହି ପୁରୁଷ ସବୁଠୁ ଠାରୁ ଉଚ୍ଚ ସମ୍ମାନ ପାଇଥାନ୍ତି । ଏହା ସହିତ ଏମାନେ ପ୍ରଶଂସାର ବି ପାତ୍ର ହୁଅନ୍ତି । ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି । ବୁଦ୍ଧି ଓ ଜ୍ଞାନରେ ଶ୍ରେଷ୍ଠ ହୋଇଥାନ୍ତି ।

୬- ଷଷ୍ଠ ରେ ହେଉଛି ଶୁକ୍ରବାର। ତେବେ ଏମାନେ ବହୁ ଗୁଣରେ ବିଶିଷ୍ଟ ହୋଇଥାନ୍ତି।ଗୋଟିଏ ଟଙ୍କା ବ୍ୟୟ କରିଲେ ବି ୧୦ ଗୁଣା କାର୍ଯ୍ୟ ହାସଲ କରିବାରେ ମାହିର ହୋଇଥାନ୍ତି ଏମାନେ । ଏମାନେ ବହୁତ ଲୋକପ୍ରିୟ ବି ହୋଇଥାନ୍ତି । କାହାର ମନରେ ଦୁଃଖ ନ ଦେଇ ନିଜ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ରୁହନ୍ତି।

୭- ସପ୍ତମ ରେ ହେଉଛି ଶନିବାର। ଶନିବାରରେ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାନ୍ତି ଅସ୍ଥିର, କାମ ଅଭିଳାଷୀ, ଶତ୍ରୁବାଦୀ, ଅତ୍ୟାନ୍ତ ଜିଦ ଖୋର, ଏବଂ ନିଜ ବୁଦ୍ଧିରେ ପରିଚାଳିତ ହୁଅନ୍ତି । ଏହି ବ୍ୟକ୍ତି ମାନେ ସର୍ବଦା ବିଚଳିତ ଅବସ୍ଥାରେ ରୁହନ୍ତି, ଅହଂ ଗୁଣ ବିରୋଧୀ, ନ୍ୟାୟରେ ପଶ୍ଚ୍ୟଦପଦ ହୁଅନ୍ତି ନାହିଁ । ଏହି ଦିନରେ ଜନ୍ମିତ ସ୍ତ୍ରୀ ଅତ୍ୟନ୍ତ ଜିଦଖୋର ହୋଇଥାନ୍ତି । ଉଦାହରଣ ସ୍ୱରୂପ ଶନିଶ୍ଚର ଶନିବାରରେ ଜନ୍ମ ଗ୍ରହଣ କରିଥିଲେ । ଏକଦା ଶନି ତାଙ୍କ ଗୁରୁ ବୃହସ୍ପତିଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ, ଶନି କହିଥିଲେ ମୁଁ ଯେଉଁ କ୍ଷମତାରେ ଅଛି ଗୁରୁ ବ୍ରାହ୍ମଣ ହେଲେ ମଧ୍ୟ କାହାରୀକୁ ଛାଡିବି ନାହିଁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *